ମୁଁ ଏ ଗାଁକୁ ଆସି ସବୁବେଳେ ଗୋମାଂସ ବିକେ ଆଉ ସେମାନେ କିଣି ନିଅନ୍ତି

ଏ ବ୍ୟକ୍ତିଙ୍କ ଠାରୁ ଚିକେନ୍ ଆଉ ମଟନ୍ ଭାବି ମାଂସ କିଣୁଛନ୍ତି, ତାହେଲେ ସାବଧାନ ହେଇଯାଆନ୍ତୁ । କାରଣ ଆପଣ କିଣି ନେଇ ଥିବେ ଗୋରୁ ମାଂସ। ହଁ ଆଜ୍ଞା ଯାହାକୁ ଗୋମାଂସ କୁହାଯାଏ।ବ୍ୟକ୍ତି ଜଣକ ଗାଁ ଗାଁ ବୁଲି ଗୋମାଂସ ବିକି ଦେଇଛନ୍ତି। କୋଡ଼ିଏ କିଲୋ ପାଖା ପାଖି ଧରି ଥିଲେ ଗୋମାଂସ। ସେ ଭିତରୁ ସବୁ ସରି ଯାଇଛି ଆଉ ଦୁଇ ତିନି ପ୍ୟାକେଟ ଅଛି। ତେବେ ସେ ସବୁ କିଏ କିଣିଲା ଆଉ କିଏ ଖାଇଲା ଗୋମାଂସ ଜଣା ପଡ଼ିନି।

ତେବେ କିଛି ଲୋକ ଧରି ଦେଇଛନ୍ତି ଏହି ବ୍ୟକ୍ତିଙ୍କୁ। ଆଉ ତା ପରେ ଜଣା ପଡିଛି ଯେ ବ୍ୟକ୍ତି ଜଣକ ଗାଁ ଗାଁ ବୁଲି ଗୋମାଂସ ବିକୁଥିଲେ। ଗାଁ ଗାଁ ବୁଲି ଗୋମାଂସ ବିକ୍ରି କରୁଥିବା ବେଳେ ଗୋମାଂସ ଜବତ କରିବା ସହିତ ଏହି ବ୍ୟକ୍ତିଙ୍କୁ ଏବେ ଅଟକ ରଖାଯାଇଛି। ଏହି ଘଟଣା ଦେଖିବାକୁ ମିଳିଛି ମୟୁରଭଂଜ ଅଞ୍ଚଳରେ।

ଦିନକୁ ଦିନ ଏବେ ଗୋଚାରଣା ବଢ଼ି ଯାଉଥିବା ବେଳେ , ବେଳେବେଳେ ଧରା ବି ପଡ଼ନ୍ତି। ଆଉ ଧରା ନ ପଡ଼ିବାକୁ ଅନ୍ୟ ସବୁ ବାଟ ବି ଖୋଜିଥାଆନ୍ତି। ଆଉ ଏଭଳି ଗାଁ ଗାଁ ବୁଲି ଗୋମାଂସ ବିକ୍ରି କରୁଥିଲେ ବ୍ୟକ୍ତି ଜଣକ। ତେବେ ହଠାତ୍ ଧରି ନେଇଛନ୍ତି ଗ୍ରାମବାସୀ। ତାପରେ ଯାହା ଘଟିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। କାରଣ ପ୍ରଥମେ ଭାବୁଥିଲେ ସମସ୍ତେ, ଏଇଟା ଚକେନ୍ କିମ୍ବା ମଟନ୍ ହେଇଥିବ।

କିନ୍ତୁ ପରେ ଜଣାପଡ଼ିଥିଲା ଇଏ ଚିକେନ କି ମଟନ୍ ନୁହଁ। ଏ ହେଉଛି ଗୋରୁ ମାଂସ। କୁଳିଅନା ଥାନା ଅଧୀନ ପଳାସବନୀ ଗାଁ ନିକଟରେ ଆଜି ସକାଳୁ ଜଣେ ଲୋକ ଗୋମାଂସ ନେଇକି ବିକ୍ରି କରିଥିଲା। ଆଉ ସେହି ସମୟରେ ଗ୍ରାମବାସୀ ମାନେ ତାକୁ ଅଟକ ରଖି କୁଳିଅନା ପୋଲିସ୍ ଷ୍ଟେସନରେ ଖବର ଦେଇଥିଲେ। ପୋଲିସ୍ ସେହି ସମୟରେ ଘଟଣା ସ୍ଥଳରେ ପହଞ୍ଚି ଦୁଇ କେଜି ମାଂସ ଗୋମାଂସ, ଗୋଟିଏ ମୋଟର ସାଇକେଲକୁ ଜବତ କରିବା ସହିତ ଏ ବ୍ୟକ୍ତିଙ୍କୁ ଏବେ ଥାନାକୁ ନେଇଛି।

Leave a Reply

Your email address will not be published. Required fields are marked *