“ମୁଁ ପ୍ରଥମଥର ପାଇଁ ଏକୁଟିଆ ମନାଲି ଯାଇଥିଲି । ସେଠି ମାଇନସ୍ ୫ ଡିଗ୍ରୀରେ ସୁଟିଂ ହୋଇଥିଲା” : ଦୀପା ।

ଟିକଟକ୍ ରୁ ଯାତ୍ରା ଆରମ୍ଭ ହୁଏ ଆଉ ସିଧା ଯାଇ କାହାଣୀ ସରେ ଫିଲ୍ମରେ । ପ୍ରକୃତରେ ସରିନାହିଁ ଆରମ୍ଭ ଆହୁରି ହୋଇଛି ବୋଲି କୁହାଯାଇ ପାରିବ । ତେବେ ଆମେ ଯେଉଁ ହିରୋଇନ୍ ଙ୍କ କଥା କହୁଛୁ ସେ ହେଉଛନ୍ତି ଦୀପା ମିଶ୍ର । ନିକଟରେ ଏକ ସାକ୍ଷାତକାରରେ ସେ ନିଜ ଜୀବନର ଷ୍ଟ୍ରଗଲ ବିଷୟରେ ସେୟାର କରିଥିଲେ । କେମିତି ସେ ଫିଲ୍ମ ଦୁନିଆରେ ପାଦ ଦେଲେ ଆଉ କେଉଁଠୁ ଆସି ଏତେ ବାଟ ପର୍ୟ୍ୟନ୍ତ ପହଞ୍ଚିଲେ ସେ ସବୁ ଖୋଲିକରି କହିଥିଲେ ଆସନ୍ତୁ ଜାଣିବା । ତେବେ “ଆପଣ ମାନେ ଖୁସି ତ?” ଫିଲ୍ମ ଜରିଆରେ ଦୀପା ମିଶ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ଆଉ ଯାହାକୁ ନେଇ ସେ ବହୁତ୍ ଖୁସି ଆଉ ଉତ୍ସାହିତ ଅଛନ୍ତି ସେ ।

ତେବେ ଫିଲ୍ମ ପାଇଁ ଯେତେବେଳେ ସେ ସିଲେକ୍ଟ ହେଇଥିଲେ ଆଉ ସୁଟିଂ ଆରମ୍ଭ କରିଥିଲେ ସେବେ ନର୍ଭସ ଥିଲେ କିନ୍ତୁ ଏବେ ନାହାଁନ୍ତି ବୋଲି କହିଥିଲେ ଦୀପା । ତେବେ ଆଙ୍କରିଂ କଲା ବେଳେ ତାଙ୍କର ସିଲେକ୍ସନ୍ ହୋଇଥିଲା ଯାହାକୁ ନେଇ ଦୀପା କହିଥିଲେ ଯେ ଏଇଟା ତାଙ୍କ ପାଇଁ ସବୁଠାରୁ ଇଣ୍ଟରେଷ୍ଟିଂ ପାର୍ଟ୍ ଥିଲା କାହିଁକି ନା ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏମିତି ପ୍ରଥମଥର ହୋଇଛି ।

କାରଣ ଦୀପାଙ୍କ କହିବା ଅନୁସାରେ ସେ ପ୍ରକୃତରେ ଆଙ୍କରିଂ ପାଇଁ ଯାଇଥିଲେ । ତେବେ ଏମିତି ନାଇଁ କି ହଠାତ୍ ଏମିତି ହେଲା ଆଗରୁ ସେ କଣ୍ଟାକ୍ଟ ରେ ଥିଲେ ପ୍ରଡକ୍ସନ ଟିମ୍ ସହିତ । କିନ୍ତୁ ସେମାନେ ସେଦିନ ଆଙ୍କରିଂ ପାଇଁ ହିଁ ଡାକିଥିଲେ । ଆଉ ମିଡ଼ିଆ କହିଥିଲା ଯେ ଆଙ୍କରିଂ କରୁଥିବା ଝିଅଟି ସୁନ୍ଦର୍ ଅଛି ଆଉ ଭଲ ଆଙ୍କରିଂ ମଧ୍ୟ କରୁଛି ତାକୁ ଫିଲ୍ମର ହିରୋଇନ୍ କଲେ କେମିତି ହେବ । ଏହାକୁ ସିରିଏସଲି ନେଇ ପ୍ରଡକ୍ସନ ଟିମ୍ ତାଙ୍କର ଅନ୍ ଦ ସ୍ପଟ୍ ଅଡିସନ୍ ନେଇ ସିଲେକ୍ଟ କରିଥିଲେ । ସେ ସ୍ବପ୍ନରେ ଭି ଭାବି ନଥିଲେ ତାଙ୍କ ସହିତ ଏପରି ହେବ ବୋଲି କିନ୍ତୁ ତାପରେ ଭାବିଥିଲେ ଯଦି ଭଗବାନ୍ ତାଙ୍କୁ ଏତେ ବଡ ସୁଯୋଗ ଦେଇଛନ୍ତି ତାହେଲେ ସେ ନିଜର ଶତ ପ୍ରତିଶତ ଦେବେ ବୋଲି ।

ତେବେ ଦୀପା ପ୍ରଥମେ ଟିକଟକରୁ ଆରମ୍ଭ କରିଥିଲେ ନିଜର ଜର୍ନି ତାପରେ ଟିକଟକ୍ ବ୍ୟାନ ହୋଇଗଲା ପରେ ତାଙ୍କର ବହୁତ୍ ମନଦୁଃଖ ହୋଇଥିଲା ତାପରେ ସେ ଇନଷ୍ଟାଗ୍ରାମ ଏବଂ ୟୁଟ୍ୟୁବ୍ କୁ ଆସିଥିଲେ ସେଠି ଜଣେ ଭାଇ ତାଙ୍କୁ ମେସେଜ କରିଥିଲେ ମ୍ୟୁଜିକ୍ ଭିଡ଼ିଓ କରିବା ପାଇଁ । ଆଉ ଏମିତି ହିଁ ଧୀରେ ଧୀରେ ସେ ତାଙ୍କ ଟେଲେଣ୍ଟ ବଳରେ ଆଜି ଏଇଠି ପହଞ୍ଚି ପାରିଛନ୍ତି ।

Leave a Reply

Your email address will not be published. Required fields are marked *