ଆଗରୁ ମୁଁ ନେଗେଟିଭ କ୍ୟାରେକ୍ଟର କରି ଲୋକଙ୍କୁ କନ୍ଦାଇ ଥିଲି ହେଲେ ଏବେ ନିଜେ କାନ୍ଦୁଛି
ଅନେକ ଦିନ ଧରି ଆମେ ତାଙ୍କୁ ସେରିଏଲରେ ଦେଖି ଆସିଛନ୍ତି। ସବୁବେଳେ ତାଙ୍କୁ ଭଲ ପାଇବା ଦିଅନ୍ତି ତାଙ୍କ ଅଭିନୟ ଦେଖି। ହଁ ଆଜ୍ଞା ଗାୟତ୍ରୀରେ ବୋଧ ହୁଏ ତାଙ୍କୁ ଖୁବ୍ ସାରା ଭଲ ପାଇବା ମିଳିଥିଲା। ତାଙ୍କୁ ଦେଖିଲେ ଲାଗେ କି ତାଙ୍କୁ କୌଣସି ପୋଲିସ୍ ଲାଇନରେ ଜଏନ କରିବା କଥା କାରଣ ତାଙ୍କ ହାଇଟ୍ ପାଇଁ। କିନ୍ତୁ ସେ ସେରିଏଲ୍ ଲାଇନକୁ କାହିଁକି ଆସିଲେ। ଆସନ୍ତୁ କଥା ହେବା ମୋ ପାଖରେ ଅଛନ୍ତି ନିତୁ ମ୍ୟାମ୍।ଏହି ସିନରେ ମୋର କାନ୍ଦିବା ଛଡ଼ା ଆଉ କିଛି ନାହିଁ। ବହୁତ୍ ଦିନର ଗ୍ୟାଭରେ ମୁଁ ଗୋଟେ ପୋଜେଟିଭ୍ ରୋଲ୍ କରୁଛି। “ଆଗରୁ ମୁଁ ନେଗେଟିଭ୍ କ୍ୟାରକ୍ଟର କରି ଲୋକମାନଙ୍କୁ କନ୍ଦାଉ ଥିଲି , ହେଲେ ଏବେ କାନ୍ଦୁଛି”। ସବୁ ଆର୍ଟିଷ୍ଟ୍ ସବୁ ଭେରାଇଟିର କରିବା କଥା।
ତ ମୋର ଭେରାଇସନ୍ ଦରକାର ଥିଲା । ମୋର ଇଚ୍ଛା ଥିଲା କି ମୁଁ କେତେବେଳେ ନେଗେଟିଭ୍ ରୋଲ୍ କରିବି। ସେଥିପାଇଁ ମୋତେ ‘ନୂଆ ବୋହୂ’ର ନେଗେଟିଭ୍ ରୋଲ୍ କରିବାର ଚାନ୍ସ ମିଳିଥିଲା। ଆଉ ଲୋକମାନେ ବହୁତ୍ ଗାଳି ଦେଇଥିଲେ । ଯିଏ ନେଗେଟିଭ୍ ରୋଲ୍ କରିବ ତାକୁ ତ ଗାଳି ଶୁଣିବା ପାଇଁ ପଡିବ।ସେଥିରେ ଲୋକମାନଙ୍କର ଗାଳିଟା ମୋ ପାଇଁ ଆଶୀର୍ବାଦ ଥିଲା। ଆଉ ଏଇ ‘ସନ୍ଧ୍ୟା ରାଗିଣୀ’ ଷ୍ଟୋରୀଟା ବହୁତ୍ ସୁନ୍ଦର ଷ୍ଟୋରୀ। ଏଇଟା ପୁରୁଣା କାଳିଆ ପରିବାରକୁ ନେଇ ହେଇଛି ଯେଉଁଠି ମୋବାଇଲ୍ ଆଲାଉ ନାହିଁ କି ଇଣ୍ଟର୍ନେଟ୍ ଆଲାଉ ନାହିଁ। କାରଣ ପରିବାର ଲୋକଙ୍କ ମଧ୍ୟରେ ଦୂରତା ହେଇଯିବ। ଗୋଟେ ପରିବାର ଯେଉଁ ସଂସ୍କାର ଯେଉଁ ଗାଇଡ ଲାଇନ ରହିଛି ତାହା ଏଠି ଦେଖାଯାଇଛି।
ପ୍ରୋବ୍ଲେମ୍ ହୁଏ କି ମୋ ହାଇଟର କୋ-ଏକ୍ଟର ମିଳିବା ମୋତେ କଷ୍ଟ ହେଇଯାଏ। ମୋ ବାବା ଜଣେ ପୋଲିସ୍ ଅଫିସର କିନ୍ତୁ ମୋ ମାଆଙ୍କର ଇଚ୍ଛା ଥିଲା କି ମୁଁ ଜଣେ ଭଲ ଓଡ଼ିଶୀ ଡାନ୍ସର ହୁଏ। ଭଗବାନଙ୍କ ଆଶୀର୍ବାଦ, ବାପାମାଆଙ୍କ ଆଶୀର୍ବାଦ ଫ୍ୟାମିଲି ସପୋର୍ଟ ମିଳି ନ ଥିଲେ ଆଜି ମୁଁ ଏତେ ବାଟ ପହଞ୍ଚି ପାରି ନ ଥାନ୍ତି। ଗୋଟେ ଫିଲ୍ମ କରୁଛି ‘ଡିଅର୍ ପୁରୁଷ’ ସେଥିରେ ମୁଁ ସିଦ୍ଧାନ୍ତ ଭାଇଙ୍କ ଓପୋଜିଟରେ ୱାଇଫ ରୋଲ୍ କରୁଛି। ସେଥିରେ ମୋର ଦୁଇଟା ପୁଅ ଅଛନ୍ତି। ଆଉ ସେଇଟା ବହୁତ୍ କମେଡି ଟାଇପର ଫିଲ୍ମଟା ।
କିନ୍ତୁ ପ୍ରକୃତରେ ମୋର ଗୋଟିଏ ଝିଅ। ଏବେ ତାର ନାଇନ୍ ୟିଅର୍, ଫିଫ୍ଥ ଷ୍ଟାଣ୍ଡର୍ଡରେ ପଢୁଛି। ଆଗରୁ ଯେଉଁ ଗାୟତ୍ରୀ ରୋଲ କରୁଥିଲି ସେଥିରେ ମୋର ଓରିଜିନାଲ ଚୁଟି ଥିଲା। ପରେ ଚୁଟିରେ ସବୁ ଜେଲ୍ ଲଗେଇ କି ଚୁଟି ସବୁ ଚାଲିଗଲା। ଆଉ ମୋତେ ଲମ୍ବା ବେଣୀ ଭଲ ମାନେ। ମୋତେ ଲମ୍ବା ବେଣୀ ପକେଇଲେ ମୋତେ ସୁନ୍ଦର ଦିଶେ। ତ ସେଥିପାଇଁ ଲମ୍ବା ବେଣୀ ଥାଏ ମୋର। ‘ସନ୍ଧ୍ୟା ରାଗିଣୀ’ ସେରିଏଲରେ ନିତୁ ଅପାଙ୍କୁ ଦେଖିବାକୁ ମିଳିବ। ଖୁବ୍ ସାରା ଭଲ ପାଇବା ଦିଅନ୍ତୁ। ଆଉ ଆଗକୁ ନେବାକୁ ମଧ୍ୟ ଟ୍ରାୟ କରନ୍ତୁ ଆପଣଙ୍କ ଭଲ ପାଇବା ଜରିଆରେ।