ଯାହାର ମାଣ୍ଡୁ ଦରକାର ସେ ମାଣ୍ଡୁପୁର ଆସନ୍ତୁ…

ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ଆସୁଛି ‘ଆପଣମାନେ ଖୁସିତ ?’ ଯାହାକୁ ଦେଖି ଆପଣମାନେ କେତେ ଖୁସି ହେବେ, କେତେ ରିଆକ୍ଟ୍ କରିବେ, କି ଆପଣ ଦୁଃଖ ଥିଲା ବେଳେ ସେ ଫିଲ୍ମକୁ ଦେଖିବାକୁ ଯାଉଛନ୍ତି ସେ ଫିଲ୍ମ ଆପଣଙ୍କ ମୁଡକୁ କେତେ ଖୁସି କରେଇ ପାରିବ ସେଇଟା ଜଣା ପଡ଼ିବ ୨୪ ନଭେମ୍ବରରେ। ସେଇ ବିଷୟରେ କଥା ହେବା ପାଇଁ ମୋ ସହିତ ଯୋଡ଼ି ହୋଇ ଯାଇଛନ୍ତି ରମେଶ ରାଉତ ସାର୍। ଯିଏକି ପିକ୍ଚରଟିକୁ ଆଣୁଛନ୍ତି। ଆପଣମାନେ ଜାଣିଥିବେ ସେ ଥିବେ ମାନେ ଫିଲ୍ମରେ ନିହାତି ଭାବରେ କମେଡି ଥିବ । ଚାଲନ୍ତୁ କଥା ହେବା । ମୁଁ ନିଜେ ଲୋକମାନଙ୍କୁ ପଚାରି ଦେଇଛି ଆପଣମାନେ ଖୁସି ତ। ଯଦି ଏଥିରେ ଖୁସି ହେଲେ ତାହେଲେ ସେକେଣ୍ଡରେ ବାହାରିବ ଆପଣମାନେ ଦୁଃଖୀ ତ। ‘ଆପଣ ମାନେ ଖୁସି ତ’ ଏଇଟା ଗୋଟେ ଓଡ଼ିଆ ୱର୍ଡ୍।

ଆପଣ ମାନେ ମୋଭି ଦେଖିଲେ ହିଁ ଜାଣିବେ ଯେ ସେଥିରେ ରାଜନୈତିକ ଅଛି ନା ମସ୍ତି ମସଲା ଅଛି। କଥାରେ ଅଛି “ଖାଇଲା ପୁଅ ରଙ୍କ ରାଢିଆ, ଯେତେ ଖାଇଲେ ନଡ଼ ବଡ଼ିଆ”। ସମସ୍ତଙ୍କୁ ତ ଝିଅଟିଏ ଦରକାର , ତ ସେଥିପାଇଁ ଝିଅଟିଏ ପାଇବାକୁ ହେଲେ ଆପଣଙ୍କୁ ମାଣ୍ଡୁପୁର ଯିବାକୁ ହେବ। ଅର୍ଥ ଥିଲେ ହିଁ ମାଣ୍ଡୁ ଆସିବ। ଏଇ ମୁଭିଟା ଦେଖିଲେ ମୁଁ ନିଶ୍ଚିତ ଯେ ଆପଣମାନଙ୍କୁ ହସ ଆସିବ।ହସ ହେଉଛି ଗୋଟେ ଏମିତି ମେଡିସିନ, ମଣିଷକୁ ସବୁବେଳେ ସୁସ୍ଥ ରଖେ। ଆଉ ଯେଉଁମାନେ ହସିବା ଶିଖି ନାହାଁନ୍ତି ସେମାନଙ୍କୁ ଦେଖିବେ ସୁସ୍ଥ ରହୁ ନ ଥିବେ,ସବୁବେଳେ କାସୁ ଥିବେ। ଏଠି ସେଠି ପଡ଼ିଥିବେ।”ମୁଁ ଡାକିନି ୨୦୦ ଟଙ୍କା ଦେଇ ସିନେମା ଦେଖିବାକୁ, ମୁଁ ଡାକୁଛି ୨୦୦ ଟଙ୍କା ଦେଇ ଆସନ୍ତୁ ଆଉ ସୁସ୍ଥ ରୁହନ୍ତୁ”। ସୁସ୍ଥ ରହିବାର ବାଟ, ଆପଣ ବସିବେ ଦୁଇ ଘଣ୍ଟା ଗୋଟେ ବ୍ଲାକ୍ ବକ୍ସ ଭିତରେ , ସେ ଆପଣଙ୍କ ମାଇଣ୍ଡକୁ କେପଚର୍ କରିବ । ସେ କେପଚର କରି ସାରିଲା ପରେ ଆପଣ ଯେତେବେଳେ ବାହାରିକି ଯିବେ ମିନିମାମ୍ ଦୁଇ ଶହ ଟଙ୍କାର ଗୋଟେ ବର୍ଷର ଆୟୁଷ ବଢେଇକି ନେଇଯିବେ।

ଆମର ଏଇ କମେଡି ଫିଲ୍ମ ଅନେକ କଳାକାର ମାନଙ୍କୁ ନେଇ ହେଇଛି। ମୁଁ ଯେତବେଳେ ଗାଁକୁ ଯାଏ ସେତେ ବେଳେ ଦେଖେ ଯେ ମୋ ସାଙ୍ଗ ମାନେ ବଡ ବଡ ୟୁଟୁବର ମାନଙ୍କ କମେଡି ଦେଖୁଛନ୍ତି। ତ ମୁଁ ସେତେବେଳେକୁ ଭାବେ କି ଯଦି ଏ ମାନେ କୋଡ଼ିଏ ସେକେଣ୍ଡ , ତିରିଶ ସେକେଣ୍ଡର ରିଲ୍ସ୍ ଦେଖୁଛନ୍ତି ଆଉ ହସୁଛନ୍ତି ତାହେଲେ ତାକୁ ନେଇ ମୋର ଏଇ ଦୁଇ ଘଣ୍ଟାର ରିଲ୍ସ ଫିଲ୍ମ୍ କରିବାଟା ଠିକ ହେବ। ମୁଁ ଜାଣିଛି ଯେ ଗୋଟେ କମେଡି ମୁଭି କରିବାଟା କେତେ କଷ୍ଟ। ଗୋଟେ ରୋମାଣ୍ଟିକ ମୁଭି ହଉ କି ଅକ୍ସନ୍ ମୁଭି କରିବାଟା ସହଜ କିନ୍ତୁ କମେଡି ମୁଭି କରିବା ଏତେ ସହଜ ନୁହେଁ।

ଗୋଟେ ଲୋକଙ୍କୁ ହସେଇବାଟା ଏତେ ସହଜ ନୁହେଁ। ସେଥିପାଇଁ ଆମେ ବହୁତ୍ କଷ୍ଟ କରିଛୁ।ଯେପର୍ଯ୍ୟନ୍ତ ଆମର ଟେକ୍ନିସିଆନ ଭାଈମାନେ ହସି ନାହାନ୍ତି ସେପର୍ଯ୍ୟନ୍ତ ଆମେ ସ୍କ୍ରିପ୍ଟ ଚେଞ୍ଜ କରିଚାଲିଥାଉ ଆଉ ରିଏଲସେଲ୍ କରିଥାଉ। ଏମିତି ଆମେ ସୁଟ କରୁ ଫିଲ୍ମକୁ। ହଁ ଯେଉଁଠି ସତ ଅଛି, ଯେଉଁଠି ମାଆର କଥା ଆସେ, ମାଟିର କଥା ଆସେ, ଜାତିର କଥା ଆସେ ସେଠି ମୁଁ ସବୁବେଳେ ରହିଛି ଆଉ କହିବି ମଧ୍ୟ। ଆଉ ଯେଉଁଠି କ୍ୟାଟ ଫାଇଟ କରନ୍ତି ସେଠି ମୋର ଆବଶ୍ୟକତା ନାହିଁ।ମୁଁ ଗୋଟେ କଥା ପିଲା ବେଳୁ ଶିଖିଛି ଆପଣ ଯଦି ଝଗଡ଼ା କରିବେ , ସେଥିରେ ସବୁବେଳେ ଲସ୍ ହୁଏ କେବେବି ଲାଭ ହୁଏନି। ତ ମୁଁ ଲସ୍ କରିବି କଣ ପାଇଁ।

ଯାଜପୁର ଲୋକମାନଙ୍କୁ ମୁଁ ଏତିକି ଜାଣିଛି ଯଦି ତାଙ୍କୁ ବିଶ୍ୱାସ କରିବେ ତାହେଲେ ସେମାନେ ସେମାନଙ୍କ ପାଇଁ ଜୀବନ ଦେଇ ଦେବେ। ଆଉ ଯଦି ଅବିଶ୍ବାସ କରିବେ ସେମାନେ କଣ ନାଇଁ କଣ କରିବେ। ସେମାନେ କାହାର କିଛି ବି କ୍ଷତି କରନ୍ତିନି। ଆମେ ହେଉଛୁ ଟାଉଟର। ଟାଉଟରର ମାନେ ହେଉଛି ଯାହାକୁ କେହି ଠକି ପାରିବେନି। ଯାଜପୁର ହେଉଛି ଓଡ଼ିଶାର ସର୍ବ ପୁରାତନ ରାଜଧାନୀ। ଯଯାତି ନଗର ଯାଜପୁର। ମୋ ଜନ୍ମ ହେଉଛି ଯାଜପୁରରେ ସେଥିପାଇଁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି।ମୋର ଯିଏ ଗାର୍ଲ୍ ଫ୍ରେଣ୍ଡ୍ ସିଏ ମୋ ମାଣ୍ଡୁ ନୁହଁ, ସିଏ ମୋ ପାଇଁ ସବୁକିଛି। ମାଣ୍ଡୁ କହିବାଟା ଅତ୍ୟୁକ୍ତି ହେବ। ଖରାପ ହେବ କଥାଟା।ମାଣ୍ଡୁ କହିବିନି, ସେ ମୋ ପାଇଁ ଦେବୀ।

Leave a Reply

Your email address will not be published. Required fields are marked *