ମନୋଜ ମିଶ୍ରଙ୍କ ସହିତ ମିଶିଗଲେ ପଶ୍ଚିମ ଓଡ଼ିଶାର ସମସ୍ତ ପ୍ରଡ୍ୟୁସର… ଆଉ ଆଣିଲେ ଗୋଟିଏ ଅଭିଯୋଗ।
ଅଭିନେତା ମନୋଜ ମିଶ୍ରଙ୍କ ସହ ମିଶିଗଲେ ସବୁ ପ୍ରଡ୍ୟୁସର। ଏବେ ପ୍ରଡ୍ୟୁସର ମାନେ ମିଶି ଯାଇଛନ୍ତି ମନୋଜ ମିଶ୍ରଙ୍କ ସହିତ। ଯେଉଁ ଅଭିଯୋଗ ଆଣିଥିଲେ ମନୋଜ ମିଶ୍ର ସେହି ଅଭିଯୋଗ ରଖିଲେ ଏଇ ପ୍ରଡ୍ୟୁସରମାନେ। ପଶ୍ଚିମ ଓଡିଶା ଆସୋସିଏସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ଯେଉଁଠି ମନୋଜ ମିଶ୍ର ମଧ୍ୟ ରହିଛନ୍ତି ଆଉ ଅନେକ କଥା ମଧ୍ୟ କହିଛନ୍ତି ଓଡ଼ିଆ ଫିଲ୍ମ ବାବଦରେ।
ପଶ୍ଚିମ ଓଡିଶା ପ୍ରଡ୍ୟୁସର ଆସୋସିଏସନରେ ସାମିଲ ହୋଇଥିଲେ ଅଭିନେତା ମନୋଜ ମିଶ୍ର। ଯାହାକି କୁହାଯାଉଛି ମନୋଜ ମିଶ୍ରଙ୍କ ପଛରେ ଏବେ ପଶ୍ଚିମ ଓଡିଶା ପ୍ରଡ୍ୟୁସରଙ୍କ ସାମିଲ ହୋଇଛି। ଆଉ ମନୋଜ ମିଶ୍ର ଆଉ ସଂଘ ତରଫରୁ ଗୋଟିଏ ଅଭିଯୋଗ କି ଭଳି ଆଗକୁ ଯାହା କିଛି ବିବାଦ ହେଉଛି ସମାଧାନ ହେବ ଓ ଆଗକୁ କେମିତି ସବୁ ହଲରେ ପଶ୍ଚିମ ଓଡିଶାର ଫିଲ୍ମ ମଧ୍ୟ ପଡିପାରିବ।
ତେବେ ସଭାପତି ସୁଧୀର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା। ଫିଲ୍ମ ବିତରଣକୁ ନେଇ ସୃଷ୍ଟି ହୋଇଥିବା ଅବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଛି। ପଶ୍ଚିମ ଓଡ଼ିଶାର ସିନେମା ଗୁଡିକ ଯେମିତି ରାଜ୍ୟର ସବୁ ଅଞ୍ଚଳର ହଲରେ ପଡିପାରିବ ସେ ନେଇ ଆଲୋଚନା କରାଯାଇଛି। ଏମିତିକି କେମିତି ସରକାରୀ ବାବଦରେ ପଦକ୍ଷେପ ନେବେ ସେ ନେଇ ଆଲୋଚନା କରିଛନ୍ତି।
ତେବେ ଫିଲ୍ମ ବିତରଣ ଉପରେ ଉପୁଜିଥିବା ସବୁ ସମସ୍ୟାର ସମାଧାନ ବାହାର କରିବାକୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପ୍ରସ୍ତାବ ଦେଇଛନ୍ତି ପ୍ରଡ୍ୟୁସର ଆସୋସିଏସନ। ଆଉ ଏଥିରେ ସବୁଠାରୁ ବଡ଼ କଥା କହିଛନ୍ତି ମନୋଜ ମିଶ୍ର ଯାହାକି ସେ ନିଜେ ଅନୁଭବ କରିଛନ୍ତି ବା ନିଜେ ସେ କଷ୍ଟକୁ ଭୋଗିଛନ୍ତି।
ଯେତେବେଳେ ତାଙ୍କର ମାଇଣ୍ଡଗେମ ଫିଲ୍ମ ରିଲିଜ ହେବାକୁ ଥିଲା ଆଉ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ତାଙ୍କ ଫିଲ୍ମକୁ ହଲରେ ପକା ଯାଇଥିଲା କିନ୍ତୁ କିଛି ଦିନ ଭିତରେ କାଢି ଦିଆଯାଇଥିଲା ତାକୁ ସହି ପାରିନଥିଲେ ମନୋଜ ମିଶ୍ର। ଆଉ ସେହି ଦିନ ଠାରୁ ସେ କଥାକୁ ତୀବ୍ର ମାତ୍ରାରେ ସାମ୍ନାକୁ ଆଣୁଥିଲେ। ଆଉ ସମସ୍ତଙ୍କୁ କହୁଥିଲେ ଡିଷ୍ଟିଭୁସନ ସିଷ୍ଟମକୁ ଠିକ କରିବା ପାଇଁ।