ସକାଳୁ ସକାଳୁ ଅନୁଭବ ମାରିଲେ ତେରଛା ବାଣ। mr. Recording ମନୋଜ ଏଥର ସମ୍ଭାଳ।
ଆଜି ସକାଳୁ ସକାଳୁ mr. Recording ବା ମନୋଜକୁ ପୁରା ଧୋଇ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସାଦ ତଥା ଅଭିନେତା ଅନୁଭବ ମହାନ୍ତି। ହଁ ଆଜ୍ଞା ମନୋଜ ମିଶ୍ରଙ୍କ ନୂଆ ନାଁ mr. Recording। ବୋଧେ ଏମିତି କିଛି ଚର୍ଚ୍ଚା ସୋସିଆଲ ମିଡିଆରେ ଘୁରି ବୁଲିଲାଣି। କାରଣ ଏ ସୋସିଆଲ ମିଡ଼ିଆର ପୋଷ୍ଟକୁ ଦେଖି ସାରିବା ପରେ ଆପଣ ବି କହିବେ ଯେ ଆଜିଠାରୁ ଯୁଦ୍ଧ ଆରମ୍ଭ। ବହୁତ ହୋଇଗଲା ଆଉ ନୁହେଁ। ଏଥର ପଦାକୁ ବାହାରିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଆଉ ମନୋଜଙ୍କୁ ନୂଆ ନାଁରେ ସମ୍ବଧିତ କରିଛନ୍ତି mr. Recording।
ଆପଣଙ୍କର ମନେଥିବ ଏହି କିଛି ଦିନ ପୂର୍ବରୁ ଅରିନ୍ଦମ ରାୟ ମଞ୍ଜ ଭାଇ ବୋଲି ଲେଖିଥିଲେ ଅର୍ଥାତ ମନୋଜଙ୍କୁ ମଞ୍ଜ ବୋଲି କହିଥିଲେ। ଆଉ ଆଜି ମନୋଜ ମିଶ୍ରଙ୍କୁ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି mr. Recording ବୋଲି କହିଛନ୍ତି। ଏଥିରେ ଲେଖା ହୋଇଛି ସମ୍ମାନିତ ପ୍ରିୟ ଶ୍ରୀ ରେକଡିଂ ଭାଇ ଦୟା କରି ବର୍ତ୍ତମାନ ଠାରୁ ସତ୍ୟକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରୁହଁନ୍ତୁ। ଆଜି କେବଳ ଆରମ୍ଭ କେବଳ ଆରମ୍ଭ। ଜୟ ଜଗନ୍ନାଥ। ପ୍ରସ୍ତୁତ ରୁହଁନ୍ତୁ।
ଆଜ୍ଞା ହଁ ସୋସିଆଲ ମିଡିଆ ମାଧ୍ୟମରେ ରଣ ହୁଙ୍କାର ଦେଇଛନ୍ତି କେନ୍ଦ୍ରାପଡା ସାଂସଦ ତଥା ସୁପରଷ୍ଟାର ଅନୁଭଵ ମହାନ୍ତି। ବେଶ କିଛି ଦିନର କୋଳି ପରେ ଆଜି ସାମ୍ନାକୁ ଆସିଛନ୍ତି ଅନୁଭବ ମହାନ୍ତି।
ବାରମ୍ବାର ଭିଡିଓ ଅପଲୋଡ଼ କରି ମନୋଜ ମିଶ୍ର ଯେଉଁ କଥା କହୁଥିଲେ ମୋ ପାଖରେ ସମସ୍ତଙ୍କର ରେକଡିଂ ଅଛି। ଆଉ ଏହାରି ଭିତରେ ବି ୨ ରୁ ୩ ଟି ରେକଡିଂକୁ ସେ ପର୍ଦାଫାସ କରି ଥିଲେ ୨ ରୁ ୩ ଟି ରେକଡିଂକୁ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡିଥିଲେ। ଆଉ ତା ପରେ କେତେ ରେକଡିଂ ରଖିଛନ୍ତି ବୋଲି ଚର୍ଚ୍ଚା ହେଉଥିଲା। ଆଉ ଏବେ ସବୁତକ ରେକଡିଂ ବୋଧେ ଏବେ ସବୁତକ ତଥ୍ୟ ବୋଧେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ପାଖରେ ଅଛି।
ଆଜି ସକାଳୁ ସକାଳୁ ସେ ଏକ ଯୁଦ୍ଧର ରଣ ହୁଙ୍କାର ଆରମ୍ଭ କରିବାକୁ ଯାଇ ଲେଖିଛନ୍ତି mr. Recording ବାବୁ ଆଜି mr. Recording ବାବୁଙ୍କର ସବୁ ରେକଡ଼ିଂ ବୋଧେ ପର୍ଦାଫାସ କରିବେ ଅନୁଭବ ମହାନ୍ତି। ଯାହା ଉପରେ ରହିଛି ସମସ୍ତଙ୍କ ନଜର। ଆଜି ଠାରୁ ତ ଏବେ ଠାରୁ ତ ଅନୁଭବ ମହାନ୍ତିଙ୍କ ଫେସବୁକ ପେଜ ଉପରେ ରହିଛି ସମସ୍ତଙ୍କ ନଜର। କାରଣ ସେ କଣ ଓଡ଼ିଓ ରଖିଛନ୍ତି କଣ ଭାଇରାଲ କରିବା ପାଇଁ ଚାହୁଁଛନ୍ତି କଣ କହିବାକୁ ଚାହୁଁଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର।