“ମୋ ଘର ଲୋକଙ୍କ ଆଗରେ ମୋ ଫିଲ୍ମ ପୋଷ୍ଟର ଚିରିଲେ । ମୁଁ କେମିତି ଫିଲ୍ମ ଚଲେଇଥାନ୍ତି” : ସାନଲିଶା ।
ବନ୍ଧୁଗଣ ଦିନକୁ ଦିନ ତେଜୁଛି ଓଲିଉଡ଼ କଳି । ଆଉ ଇତି ମଧ୍ୟରେ ବର୍ତ୍ତମାନ୍ ପ୍ରଯୋଜିକା ସାନଲିଶା ପଟେଲ ଏଭଳି କିଛି କଥା କହିଛନ୍ତି ଯାହାକି ଏବେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି । ସେ କହିଥିଲେ କି ପ୍ରଥମେତ ସେ ଭାବିଥିଲେ କି ଓଡିଆ ସିନେମା ପାଇଁ କିଛି କରିବେ ଆଉ ଓଡିଆ ସିନେମାକୁ ଆଗକୁ ମଧ୍ଯ ନେଇକରି ଯିବେ । କିନ୍ତୁ ଏବେ ସେ କହିଛନ୍ତି କି ସେ ତାଙ୍କର ଫିଲ୍ମ “ପ୍ରଥା” ପାଇଁ ନ୍ୟାୟ ଚାହୁଁଛନ୍ତି । ଓଲିଉଡ଼ ରେ ଏବେ ଯାହା ଚାଲିଛି ସେଥିପାଇଁ ସେ ଲଢେଇ କରିବେ । ଆଉ ସେଥିପାଇଁ ସେ ନ୍ୟାୟ ମଧ୍ୟ ଚାହୁଁଛନ୍ତି । ସେ ମନୋଜ୍ ମିଶ୍ରଙ୍କ ନାମରେ ଅଭିଯୋଗ କରିଛନ୍ତି । ଆଉ କହିଥିଲେ କି ସେ ତାଙ୍କର ଫିଲ୍ମ୍ କୁ ଉଠାଇ ନେଇଛନ୍ତି ।
କାରଣ ତାଙ୍କର ଫିଲ୍ମର ପୋଷ୍ଟରକୁ ଫାଡ଼ି ଦିଆ ଯାଇଥିଲା । ଆଜ୍ଞା ହଁ ପ୍ରଥା ଫିଲ୍ମର ପୋଷ୍ଟର ଚିରାକୁ ନେଇ ଅନେକ ବିବାଦ ଦେଖା ଦେଇଛି । ଆଉ ଏହା ଭିତରେ ପ୍ରଥା ଫିଲ୍ମ୍ ର ପ୍ରଡ୍ୟୁସର୍ ମଧ୍ୟ ସାମ୍ନାକୁ ଆସିଛନ୍ତି ଆଉ ପୋଷ୍ଟର ଯିଏ ଚିରିଛି ତାଙ୍କ ନାଁରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ନିଜ ମନର ବ୍ୟଥାକୁ ପ୍ରକାଶ କରିଥିଲେ ପ୍ରଯୋଜିକା ସାନଲିଶା।
ତେବେ ଫିଲ୍ମ ହଲ୍ ରୁ ନିଜର ଫିଲ୍ମ୍ “ପ୍ରଥା” କୁ ହଟେଇ ନେଇଥିବା ଘଟଣାରେ ମୁହଁ ଖୋଲି ସାନଲିଶା କହିଛନ୍ତି ଯେ, ଝାରସୁଗୁଡ଼ାରେ ଯେଉଁଟା ତାଙ୍କ ଜନ୍ମ ସ୍ଥଳୀ ସେଠି ତାଙ୍କ ପରିବାର ସାମ୍ନାରେ ଯେଉଁଭଳି ଭାବରେ ତାଙ୍କ ଫିଲ୍ମ୍ ପ୍ରଥା ସିନେମାର ପୋଷ୍ଟର ଚିରି ଦିଆଗଲା ତାଙ୍କୁ ଲାଗିଲା ଯେପରି ତାଙ୍କ ଦେହରୁ କିଏ ପୋଷାକ ଉତାରି ଦେଲା ଭଳିଆ । ଏହା ତାଙ୍କ ପାଇଁ ଖୁବ୍ ଅସମ୍ମାନ ର ଘଟଣା ବୋଲି ସେ କହିଥିଲେ । ଏ ନେଇ ପ୍ରଯୋଜିକା ସାନଲିଶା ଝାରସୁଗୁଡ଼ା ପୋଲିସ୍ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଆଉ ପୋଲିସ୍ ମଧ୍ୟ ତାଙ୍କ ସପୋର୍ଟରେ ଠିଆ ହେଲେ । ଆଉ ପୋଷ୍ଟର ଫାଡ଼ିଥିବା ଲୋକଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।
ପୋଷ୍ଟର ଫାଡ଼ିବା ଗୋଟେ ସାମାନ୍ଯ ଜିନିଷ ନୁହେଁ । ତେଣୁ ୟା ପଛରେ ଯିଏ ଭି ରହିଛନ୍ତି ତାଙ୍କୁ ଏହି ଅଭିଯୋଗରେ ଗିରଫ କରାଯାଉ । ଆଉ ପ୍ରଥା ସିନେମାକୁ ନ୍ୟାୟ ମିଳୁ । ଆହୁରି ମଧ୍ୟ ମନୋଜ ମିଶ୍ରଙ୍କ ଉଦ୍ଦେଶ୍ୟରେ ସାନଲିଶା କହିଥିଲେ ଯେ ପ୍ରକୃତରେ ଯଦି ସମାଧାନ ଚାହୁଁଛ ତେବେ ଘରେ ନବସି ସମାଧାନ ପାଇଁ ଭୁବନେଶ୍ୱର ଆସନ୍ତୁ ।