ଏ ଜନ୍ମରେ ନୁହେଁ ଆର ଜନ୍ମରେ ସାଥି ହୋଇ ରହିବାକୁ କଥା ଦେଇ ପ୍ରେମିକକୁ ଛାଡ଼ି ଦୌଡ଼ି ପଳେଇଲା ପ୍ରେମିକା ।
ଦୁହେଁ ଦୁହିଁଙ୍କୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ । ଆଉ ବାହା ହେବା ପାଇଁ ନିଷ୍ପତି ମଧ୍ୟ ନେଇଥିଲେ । ହେଲେ ଜାତିଆଣ ମନୋଭାବ ପାଇଁ ରାଜି ହୋଇ ନଥିଲେ ପରିବାର ଲୋକେ । ତେଣୁ ବାଧ୍ୟ ଦୁଇଜଣ ଯାକ ଘର ଛାଡ଼ି ଚାଲି ଯାଇଥିଲେ । ମାତ୍ର ଦୁହିଁଙ୍କ ବାହା ହେବା ରାସ୍ତାରେ କଣ୍ଟା ସାଜିଥିଲେ ପ୍ରେମିକାର ବାପାଘର ଲୋକେ । ଦୁହେଁ ବାହା ହୋଇ ନପାରିବାରୁ ସେ ନେଇଥିଲେ ଏଭଳି କିଛି ଚରମ ନିଷ୍ପତି । ତେବେ ଏ ଜନ୍ମରେ ସିନା ସାଥୀ ହୋଇ ରହି ପାରିଲେନି ହେଲେ ଆର ଜନ୍ମରେ ସାଥୀ ହେବା ପାଇଁ ହାତ ଧରାଧରି ହୋଇ ଚାଲି ଯାଇଥିଲେ । ମାତ୍ର ଏହାରି ଭିତରେ ପ୍ରେମିକର ଜୀବନ ଚାଲି ଯାଇଥିବା ବେଳେ ପ୍ରେମିକା ସେଠାରୁ ଖସି ଚାଲିଯାଇଛି ।
ଆଉ ପଛରେ ପ୍ରେମିକର ମୃ-ତ୍ୟୁ ପଛରେ ତାହାର କିଛି ଦୋଷ ନାହିଁ କହି ସଫେଇ ଦେଇଛି । ହଁ ଆଜ୍ଞା ପୁଅକୁ ନେଇ କେତେ କଣ ସ୍ବପ୍ନ ଦେଖିଥିଲେ ବାପା ଓ ମାଆ । ହେଲେ ବାପା ମା’ଙ୍କ ଆଗରେ ଚାଲିଗଲା ସେହି ଭେଣ୍ଡିଆ ପୁଅର ଜୀବନ । ପ୍ରେମିକା ପାଇଁ ପୁଅର ଜୀବନ ଯିବା ପରେ ଆଜି ରାଜରାସ୍ତାରେ ବସିଛି ପୂରା ପରିବାର । ଭଉଣୀ କହୁଛି ସେ ଝିଅ ତାର ଭାଇକୁ ମା-ରି ଦେଇଛି । ଆଉ ମା କାନ୍ଦି ବୋବାଳି କହୁଛି ତାର ନୀରିହ ପୁଅକୁ ଝିଅଟି ତାର ପ୍ରେମ ଜା-ଲରେ ଫସାଇ ତାକୁ କଲବଲ କରି ତାର ଜୀବନ ନେଇଯାଇଛି
ଆଉ ସବୁ ପରିବାର ଆଜି ନିଜ ପୁଅକୁ ଝୁରି ହେଉଛନ୍ତି । କା-ନ୍ଦି କା-ନ୍ଦି ଚେ-ତାଶୂ-ନ୍ୟ ହୋଇ ଯାଉଛି ମାଆ । ଭେଣ୍ଡିଆ ପୁଅର ମ-ର ଶରୀର ଆଖି ଆଗରେ ପଡ଼ି ରହିଥିବା ବେଳେ ପୁଅର ଶ-ବକୁ ଘେରି ବସିଛନ୍ତି ସମ୍ପର୍କୀୟ, ବନ୍ଧୁ, ପରିଜନ ଓ ପରିବାର ସଦସ୍ୟ । ତାଙ୍କ ପୁଅକୁ ନ୍ୟା-ୟ ନ ମିଳିବା ପର୍ଯ୍ୟନ୍ତ ସେ ରାସ୍ତାରୁ ଉଠିବେ ନାହିଁ ବୋଲି ଏକା ଜିଦ୍ ଧରି ବସିଛନ୍ତି । ହଁ ଆଜ୍ଞା ପ୍ରେମ ପାଇଁ ଚାଲି ଯାଇଛି ପ୍ରେମିକର ଜୀବନ । ତେବେ ଏଭଳି କିଛି ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଅମ୍ବାଦୋଳା ଥା-ନା ଅନ୍ତର୍ଗତ ପୋଖରୀ ଗାଁ ନିକଟରେ ।
ପ୍ରେମିକର ମୃ-ତ ଦେହକୁ ଦେଖି ସଙ୍ଗେ ସଙ୍ଗେ ସୂଚନା ଦେଇଥିଲେ ଆଉ ସୂଚନା ପାଇ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ଶ-ବକୁ ଜ-ବତ କରିଥିଲେ । ଉ-ଦ୍ଧାର ହୋଇଥିବା ମୃ-ତ ଯୁବକ ଜଣକ ହେଉଛନ୍ତି ସୀମାନ୍ତ କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁର ଥା-ନା ଅନ୍ତର୍ଗତ ଡ଼ିମିରିମୁଣ୍ଡା ଗ୍ରାମର ତରୁଣ ନାଗ । ଯାହାଙ୍କର ବୟସ ୨୩ ବର୍ଷ ବୋଲି ଜଣା ପଡ଼ିଛି । ସୂଚନା ମୁତାବକ ତରୁଣ ସେହି ଗାଁର ଭିନ୍ନ ଜାତିର ଏକ ନାବାଳିକା ଝିଅକୁ ଅନେକ ଦିନରୁ ଭଲପାଇ ଆସୁଥିଲେ । ଦୁହେଁ ଦୁହିଁଙ୍କୁ ବାହା ହେବେ ବୋଲି ଘର ଛାଡ଼ି ଚାଲିଆସିଥିଲେ । ଆଉ ତାପରେ ଘଟିଛି ଏଭଳି ଘଟ-ଣା ।