ବିସ୍କୁଟ ଖାଇଦେଲା ବୋଲି ସାବତ ମା’…. ମେଡିକାଲକୁ ଆସିକୋଳେଇ ନେଲା ଦେବକୀ ମା’…..।
ମା’ ଜାଣିଚୁ ମୁଁ ଦୁଇଟି ବିସ୍କୁଟ ଖାଇ ଦେଲି ବୋଲି ମତେ ସାବତ ମା’ ମାଡ଼ ମାରି ଏମିତି ଅବସ୍ଥା କରିଦେଇଛି। ଖାଲି ମତେ ନୁହେଁ ମୋ ଭାଇକୁ ବି ମାଡ଼ ମାରି ଲହୁଲୁହାଣ କରିଦେଇଛି। ଯେତେବେଳେ ଯାହା ହାତରେ ପଡେ ସେଇଥିରେ ମୋତେ ଆଉ ମୋ ଭାଇକୁ ମାଡ଼ ମାରିବା ସହ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ମା’ ମତେ ବହୁତ କଷ୍ଟ ହେଉଛି ଜାଣିଛୁ ମୁଁ ଆଉ ମୋ ଭାଇ କେତେ କଷ୍ଟ ପାଇଛୁ।
ଆଉ ଏବେ ଡାକ୍ତରଖାନା ବେଡ଼ରେ ଛଟପଟ ହୋଇ ଭାଇ ଭଉଣୀ ଶୋଇ ରହି ନିଜ ମା’ କଥା ଭାବି ଆଖିରୁ ମୁହଁ ଗୋଡ଼ାଇ ଦେଉଛନ୍ତି।
ନିଜ ମା’ ଛୁଆ ମାନଙ୍କର ଏଭଳି ଅବସ୍ଥା ଦେଖି ଡାକ୍ତରଖାକୁ ଧାଇଁ ଆସିଛନ୍ତି। ଦେଖନ୍ତୁ ଏହି ଫୋଟଟିକୁ କେମିତି ମା’ କୋଳରେ ଛୁଆମାନେ ଶୋଇ ପଡିଛନ୍ତି। ମନେ ମନେ କହୁଛନ୍ତି ମା’ ତୁ ଜାଣିଛୁ ମୁଁ କେତେ ମାଡ଼ ସହିଛି ଭାରି କାଟୁଛି। ହାତ ଗୋଡ଼ ମୁହଁ ଦେହରେ ଖାଲି ଖଣ୍ଡିଆ ଖାବରା କରି ଦେଇଛନ୍ତି। ମା’ ତୁ ଆସିବାକୁ କାହିଁକି ଡେରି କରିଦେଲୁ। ତୁ ଯଦି ଆଜି ଆମ ପାଖରେ ଥାଆନ୍ତୁ ନାଁ ଆମର ଏଭଳି ଅବସ୍ଥା ହୋଇନଥାନ୍ତା।
ହୁଏତ ଆହାରି ଭିତରେ କୁନି ଝିଅ ବୁଝିସାରିଛି ମା’ ର ମମତା ଆଉ ମା’ ହାତର ସ୍ପର୍ଶତା। ଏଇ କୋଳ ସହ ରହିଛି ତାର ଦୀର୍ଘ ୧୦ ବର୍ଷର ସମ୍ପର୍କ। ଏଇ କୋଳରେ କେତେ ମିଠା ଗାଳି ଶୁଣିଛି ଆଉ କେତେ ଅଳି ଅଝଟ ବି କରିଛି। ହେଲେ ଫରକ ଏତିକି ଜନ୍ମ କଲା ମା’ ସବୁ ସହି ଯାଇ କୋଳେଇ ନେଉଥିଲା। ହେଲେ ସାବତ ମା’ ନିଷ୍ଠୁର ହୋଇ ପିଟି ପିଟି ଲହୁଲୁହାଣ କରିଦେଇଛି।
ଜନ୍ମ କଲା ମା’ ଝିଅ ପାଖରେ ମେଡ଼ିକାଲ ବେଡ଼ରେ ବସିଛି। ମୁଣ୍ଡରେ ମା’ ହାତ ରଖିବା ପରେ ସେ ଭାବୁଛି ମା’ ହାତ ସ୍ପର୍ଶରେ ନୂଆ ଜନ୍ମ ପାଇଛି। ମମତା ଆଉ ନିର୍ଯ୍ୟାତନା ଭିତରେ ୯ ମାସର ବ୍ୟବଧାନ। ୯ ମାସ ହେଲା ସାବତ ମା’ ଏଇ ଭାଇ ଭଉଣୀକୁ ନିର୍ଯ୍ୟାତନା ଦେଇ ଆସୁଥିଲା। ୯ ମାସ ଯେମିତି ଏମାନଙ୍କୁ ୯ ବର୍ଷ ଭଳି ଲାଗୁଥିଲା।
ଜୀବନ କଣ ଜାଣିବା ଆଗରୁ ଏଇ କୁନି କୁନି ପିଲାଙ୍କ ଜୀବନରେ କେତେ କଣ ଘଟି ଯାଇଛି। ମା’ କୋଳରେ ଶୋଇ କୁନି ଝିଅ ଭାବୁଛି ଜୀବନ ଏଇଠୁ ଆରମ୍ଭ ଏବଂ ଏଇଠୁ ଶେଷ। ଏଠି ନାଁ ଅଛି ମାଡ଼ର ଭୟ ନାଁ ଅଛି କାହାର ନାଲି ଆଖି। କୁନି ଝି ପାଇଁ ଏହା ସବୁଠାରୁ ନିରାପଦ ସ୍ଥାନ।
ହଁ ଆଜ୍ଞା ଏ ହେଉଛି କଟକ ଜିଲ୍ଲା ଉପଖଣ୍ଡ ମେଡ଼ିକାଲ। ଖଣ୍ଡିଏ ବିସ୍କୁଟ ଖାଇଥିଲା ବୋଲି ଝିଅକୁ ସାବତ ମା’ ଗରୁ ଗାଈ ଭଳି ମାଡ଼ ମାରିଥିଲା। ସାବତ ମା’ର ମାଡ଼ରେ ଲହୁଲୁହାଣ ହୋଇ ପଡିଛନ୍ତି ଏଇ ଦୁଇ ଭାଇ ଭଉଣୀ। ପିଲା ମାନଙ୍କର ଏଭଳି ଅବସ୍ଥା ଦେଖି ସମ୍ଭାଳି ପାରିଲାନି ଆଉ ଧାଇଁ ଆସିଥିଲା ପିଲା ମାନଙ୍କ ନିକଟଳୁ। ହଠାତ ମା’କୁ ପାଇ କୁଣ୍ଢାଇ ପକାଇ କଇଁ କଇଁ ହୋଇ କାନ୍ଦି ଥିଲା ଏଇ କୁନି ଝିଅ।ମେଡ଼ିକାଲ ବେଡ଼ରେ ବସି ଝିଅର ମୁଣ୍ଡମୁ ଆଉଁସି ଦେଉଛି ମା’ । ଆଉ ବସି ବସି ସବୁକଥା ମନେ ପୋଯାଉଛି ଏଇ ମା’। ପିଲାଙ୍କ ପାଦରେ କଣ୍ଟା ପସାଇବାକୁ ଦେଉନଥିଲା ଏ ମା’ କେମିତି ବା ସହିବ ତାର ପିଲାର ଦେହ ସାରା ଖଣ୍ଡିଆ ଚିହ୍ନକୁ।
ଦୁଇ ଛୁଆଁକୁ ସ୍ୱାମୀ ଓ ରକ୍ଷିତା ପାଖରେ ରଖିଦେଇ ନିଜ ବାପ ଘରକୁ ଚାଲିଯାଇଥିଲା ମା’। ପିଲାଙ୍କର ଏଭଳି ଅବସ୍ଥା ଦେଖି ମା’ ର ଛାତି ଫାଟିଯାଉଛି।
ଏଇ ଘଟଣା ପରେ ପୋଲିସ ଆହତ ଦୁଇ ପିଲାଙ୍କ ବାପା ସୁନୀଲ ନନ୍ଦ ଏବଂ ତାଙ୍କ ସାବତ ମା’ ପୁଷ୍ପଲତା ନନ୍ଦଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ସାବତ ମା’ ସ୍ବାମୀଙ୍କ ଆଡ଼କୁ ଦୋଷ ଲଦି ଦେଉଥିବା ବେଳେ ସ୍ୱାମୀ କହୁଛନ୍ତି ମୁଁ କିଛି ଜାଣିନାହିଁ। ମୁଁ ଘରେ ନଥିବା ସମୟରେ ଏମିତି ହେଇଛି।ତେବେ ପୋଲିସର ପ୍ରାଥମିକ ତଦନ୍ତ ପରେ ନିଷ୍ଠୁର ବାପା ମା’ ଙ୍କୁ ଗିରଫ କରିଛି।