ପପୁ ପମପମଙ୍କୁ ପଥର ଫୋପା-ଡିଥିଲା, ସତକହିଲେ ବୋଲି ବେକ କା-ଟିଲା ଏବଂ ମୁଣ୍ଡକୁ ଛେଚି ଦେଲା

ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ସୁରଳ ଗ୍ରାମରେ ଜାଗର ଯାତ୍ରା ବେଳେ ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ ଯେଉଁ ପଥର ମା-ଡ଼ ହୋଇଥିଲା ସେ ବିଷୟରେ ତ ଆପଣ ନିଶ୍ଚିତ ଜାଣିଥିବେ। ତେବେ ପପୁ ପମପମଙ୍କ ଉପରକୁ ଟେକା ମା-ରିଥିବା ଅଭି-ଯୁକ୍ତ ଟୁନା ବେହେରାଙ୍କୁ ଚିହ୍ନଟ କରିବାରୁ ଆକ୍ର-ମଣର ଶି-କାର ହୋଇଛନ୍ତି ଗୋପାଳ ବେହେରା ନାମକ ଜଣେ ଯୁବକ।

ତେବେ ଚିହ୍ନଟ କରିଥିବା ବ୍ୟକ୍ତି କାଳେ ବାହାରେ ଲୋକମାନଙ୍କ ଆଗରେ ନାମ ପ୍ରକାଶ କରିଦେବ ସେଥିପାଇଁ ଆକ୍ର-ମଣକାରୀ ସାଜିଲା ର-କ୍ତମୁ-ଖା। ଚିହ୍ନଟ କରିଥିବା ବ୍ୟକ୍ତିଙ୍କୁ ଡାକି ତାର ବେକ କା-ଟି ଦେବା ସହ ମୁଣ୍ଡରେ ଏକ ପଥର ଛେଚି କୂଅରେ ପକାଇ ଦେଇଥିଲା। ଆକ୍ର-ମଣର ଶି-କାର ବ୍ୟକ୍ତିଜଣକ ଏବେ ମ-ରଣ ସହ ସଂ-ଘର୍ଷ କରୁଥିବା ବେଳେ ଆକ୍ର-ମଣକାରୀ ଫେ-ରାର ହୋଇ ଯାଇଛନ୍ତି।

ସୂଚନା ଅନୁସାରେ ସୁରଳ ଗ୍ରାମରେ ଜାଗରଯାତ୍ରା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପ୍ରସିଦ୍ଧ ଓଡ଼ିଆ ହାସ୍ୟଅଭିନେତା ପପୁ ପମପମ ଅତିଥି ହୋଇ ଆସିଥିବା ବେଳେ ଦେଖା ଦେଇଥିଲା ବିଶୃ-ଙ୍ଖଳା। ପପୁଙ୍କ ମଞ୍ଚ ଉପରକୁ ପଥର ମା-ଡ଼ ହୋଇଥିଲା।

ଏହି ଘଟ-ଣାରୁ ପପୁ ପମପମ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମଞ୍ଚ ଉପରେ ବସିଥିବା ଅନ୍ୟ ଜଣେ ଯୁବକଙ୍କ ଦେହରେ ପଥର ବାଜିଥିଲା। ସୁର-କ୍ଷା ଦୃଷ୍ଟିରୁ ପପୁ କାର୍ଯ୍ୟକ୍ରମ ଅଧାରୁ ପଳାଇଥିଲେ। ପପୁ ପମପମଙ୍କ ଉପରକୁ ଟେକା ମା-ଡ଼ କରିଥିବା ଟୁନା ବେହେରାଙ୍କୁ ପୂଜା କମିଟି ରେ ଥିବା ଗୋପାଳ ବେହେରା ଚିହ୍ନଟ କରି ଦେଇଥିଲେ।

ତେବେ ଗାଁରେ କାଳେ ନାମ ପ୍ରକାଶ କରିଦେବ ସେଥିପାଇଁ ଅଭି-ଯୁକ୍ତ ଟୁନା ଘରେ ଥିବାବେଳେ ଗୋପାଳଙ୍କୁ ଡାକିଥିଲେ। ଏହାପରେ ରାତି ଅନ୍ଧାରରେ ତାଙ୍କ ବେକ କା-ଟିବା ସହ ମୁଣ୍ଡକୁ ପଥରରେ ଛେଚି ଦେଇଥିଲେ। ଏହାପରେ ତାଙ୍କୁ ଏକ କୂଅ ଭିତରକୁ ଠେଲି ଫେ-ରାର ହୋଇ ଯାଇଥିଲେ।

ତେବେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ କୂଅରୁ କିଛି ଶବ୍ଦ ଶୁଣି ଗୋପାଳ କୂଅ ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ଉ-ଦ୍ଧାର କରି ପ୍ରଥମେ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଥିଲେ। କିନ୍ତୁ ଅବସ୍ଥା ଆହୁରି ଗୁରୁ-ତର ହେବାରୁ ତାଙ୍କୁ କଟକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ପରିବାର ଲୋକେ ଥା-ନାରେ ଅଭି-ଯୋଗ କରିଛନ୍ତି। ଅଭି-ଯୋଗ ଆଧାରରେ ପୋ-ଲିସ ମାମ-ଲା ରୁ-ଜୁ କରି ଘଟ-ଣାର ତ-ଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *