ବିଜୁଳି ଚାଲିଯିବା କାରଣରୁ ବଦଳିଗଲା କନ୍ୟା, ଦୁଇ ଭଉଣୀଙ୍କ ବିବାହରେ ହେଲା ବଡ ଭୁଲ, ତାପରେ ଏପରି କରାଗଲା ସମାଧାନ

ମଧ୍ୟପ୍ରଦେଶରେ ବିଦ୍ୟୁତ୍ ସଙ୍କଟ ସମୟରେ ଦୁଇ ଜୋଡିଙ୍କର ବିବାହ କରିବା ଏକ ଦୀର୍ଘ ଜୀବନର ସଙ୍କଟ ହୋଇଗଲା। ଏମପି ର ଉଜଇନ ଜିଲ୍ଲାର ଗ୍ରାମାଞ୍ଚଳର ଆସଲାନାରେ ବିଦ୍ୟୁତ ସଙ୍କଟ ହେତୁ ବର ଓ କନ୍ୟା ସମ୍ମୁଖୀନ ହେଇଥିବା ସମସ୍ୟା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ବାସ୍ତବରେ ବିଜୁଳି ଚାଲିଯିବା କାରଣରୁ ଗୋଟିଏ ପରିବାରର ତିନି ଝିଅକୁ ନେବାକୁ ଆସିଥିବା ବରଯାତ୍ରୀ ରେ କନ୍ୟା ବଦଳିଗଲେ। ସୌଭାଗ୍ୟବଶତଃ ଠିକ ସମୟରେ ବିଜୁଳି ଆସିଗଲା, ନଚେତ୍ କନ୍ୟା ଅନ୍ୟ ଏକ ବରକୁ ବାହା ହୋଇଯାଇଥାନ୍ତା। କିନ୍ତୁ ସମସ୍ତ କନ୍ୟାକୁ ସେମାନଙ୍କର ଯୋଗ୍ୟ ବର ଆଣିବା ପାଇଁ ରୀତିନୀତିକୁ ଟିକେ ସଂଶୋଧନ କରିବାକୁ ପଡିଲା। ସମଗ୍ର ବିଷୟ କଣ ଆସନ୍ତୁ ଜାଣିବା।

ଏକ ପ୍ରକାର ପୋଷାକ ଏବଂ ଓଢଣା ।

ବାସ୍ତବରେ ଝିଅମାନେ ବିବାହରେ ସମାନ ପୋଷାକ ପିନ୍ଧିଥିଲେ। ଏଥି ସହିତ ଗାଁରେ ଏକ ଓଢଣା ଘୋଡା ପ୍ରଥା ରହିଛି, ସେଥିପାଇଁ ପୂଜା ସମୟରେ ଝିଅମାନଙ୍କ ମାଆ ଜାଣିପାରିଲେ ନାହିଁ ଏବଂ 3 ଜଣଙ୍କୁ ଏପଟ ସେପଟ କରି ବସାଇଦେଲେ। ଆଲୋକ ଆସିବା ମାତ୍ରେ ସମସ୍ତେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଏହା ଗୁଜବ ପରି ବ୍ୟାପିଗଲା କିନ୍ତୁ ସୌଭାଗ୍ୟବଶତଃ ପୂଜା ସମୟରେ ହିଁ କେବଳ ବର ଏବଂ କନ୍ୟା ବଦଳିଯାଇଥିଲେ ଏବଂ ବିଜୁଳି ଆସିବା ମାତ୍ରେ ସବୁକିଛି ଠିକ ହୋଇଗଲା।

ବାସ୍ତବରେ ଆସଲାନା ଗ୍ରାମ ପଞ୍ଚାୟତର ରମେଶ ଲାଲଙ୍କର ତିନି ଝିଅ କୋମଲ, ନିକିତା, କରିସ୍ମାଙ୍କ ର ବିବାହ ହେଉଥିଲା। କୋମଲର ବିବାହ ଦେବିଲାଲ ମେବଡାଙ୍କ ପୁତ୍ର ରାହୁଲ ସହିତ , ନିକିତାର ବିବାହ ଡଙ୍ଗବାଡ଼ାର ରାମେଶ୍ୱରଙ୍କ ପୁତ୍ର ଭୋଳା ସହିତ ଏବଂ କରିସ୍ମାଙ୍କର ଦଙ୍ଗାବାଡ଼ାର ବାବୁଲାଲଙ୍କ ପୁତ୍ର ଗଣେଶ ସହ ସ୍ଥିର ହୋଇଥିଲା।

ଏହି ତିନିଜଣଙ୍କର ବିବାହ 5 ମଇ 2022 ଗୁରୁବାର ରାତିରେ କରାଯାଇଥିଲା, କିନ୍ତୁ ଯେତେବେଳେ ତିନି ଝିଅଙ୍କ ବରଯାତ୍ରୀ ଆସଲାନା ଗାଁରେ ପହଞ୍ଚିଲା, ସେତେବେଳେ ତିନି ଝିଅ ପରମ୍ପରା ଅନୁଯାୟୀ ଓଢଣା ପିନ୍ଧି ବସିଥିଲେ। ତିନିଜଣଙ୍କର ସମାନ ପୋଷାକ ଥିଲା ଏବଂ ପୂଜା ସମୟରେ ବିଜୁଳି ଚାଲିଗଲା।

ଲାଇଟ୍ କଟିଯିବା ମାତ୍ରେ ସ୍ଥାନ ହୋଇଗଲା ପରିବର୍ତ୍ତନ।

ଯେତେବେଳେ ପୂଜା ପ୍ରକ୍ରିୟା ଆରମ୍ଭ ହେଲା ବିଜୁଳି ଚାଲିଗଲା ଏବଂ ପୂଜାପାଠ ସମୟରେ ତିନି ଝିଅଙ୍କ ମଧ୍ୟରୁ ଦୁଇଜଣଙ୍କର ସ୍ଥାନ ବଦଳିଗଲା। ପୂଜାପାଠ ଶେଷ ହେବା ମାତ୍ରେ ବିଜୁଳି ଆସିଲା ଏବଂ ପରିବାରରେ ଯେତେବେଳେ ଏପରି ଓଲଟପାଲଟ ଦୃଶ୍ୟ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ କନ୍ୟା ବଦଳି ଯାଇଥିବା ଘ-ଟ-ଣା ସବୁଆଡେ ବ୍ୟାପିଗଲା।

ସୌଭାଗ୍ୟବଶତଃ ,, ସେହି ସମୟ ପର୍ଯ୍ୟନ୍ତ ବର ଏବଂ କନ୍ୟା ସାତ ଘେରା ନେଇନଥିଲେ। ଯେତେବେଳେ ବିବାହ କରୁଥିବା ପଣ୍ଡିତ ଜାଣିବାକୁ ପାଇଲେ, ସେ ପୁଣି ତିନି ଝିଅଙ୍କୁ ନିଜ ନିଜ ବର ସହିତ ବସିବାକୁ କହିଲେ ଏବଂ ପରିବାର ସଦସ୍ୟ ଖୁସିରେ ତିନି ଝିଅନକୁ ସଠିକ୍ ବରମାନଙ୍କ ସହିତ ବିବାହ କରାଇଲେ।

Leave a Reply

Your email address will not be published. Required fields are marked *