ଋଷ ର ରାଷ୍ଟ୍ରପତି ପୁଟିନ ଆଗରେ ୟୁରୋପର ଚାରିଗୋଟି ଦେଶ ମୁଣ୍ଡ ନୁଆଇଁଛନ୍ତି।ସେମାନେ ଋଷ ଠୁ ଗ୍ୟାସ କିଣିବା ନିମନ୍ତେ ରୁବେଲ ରେ ଅର୍ଥ ଦେବାକୁ ରାଜି ହୋଇଛନ୍ତି। ଋଷ ରେ ଚାଲୁଥିବା ରୁବେଲ୍ ରେ ଅର୍ଥ ଜମା କରିଲେ ହିଁ ଗ୍ୟାସ ମିଳିବ ବୋଲି ଋଷ ଧ-ମ-କ ଦେଇଛି।ତେବେ ପୁଟିନ ମେ ୯ ତାରିଖରେ ୟୁକ୍ରେନ ଉପରେ ବିଜୟ ହାସଲ ସହିତ ଏହି ବିଜୟ ପେରେଟ କରୁଥିବାର ସ୍ପଷ୍ଟ ହୋଇଛି।
ଏହି ଯୁଦ୍ଧ ପାଇଁ ଋଷ ସର୍ମତ ମିଶାଇଲ ର ପରୀକ୍ଷଣ ମଧ୍ୟ କରିଚି,ଯାହାକୁ ନେଇ ସବୁ ଦେଶ ରେ ଭ-ୟ ର ବାତାବରଣ ସୃଷ୍ଟି ହୋଇଛି।ଏହି ମିଶାଇଲ ରେ ଏପରି ଶକ୍ତି ରହିଛି ଯାହା କିଛି କ୍ଷଣ ମଧ୍ୟରେ ଏହା ଅନେକ ସହରକୁ ନ-ଷ୍ଟ କରି ଦେବ।ଏହାର ଶକ୍ତି ହିରୋସୀମା ନାଗାସାକୀ ରେ ହୋଇଥିବା ପରମାଣୁ ବୋମା ଠାରୁ 1000 ଗୁଣା ଅଧିକ ଅଟେ।
ଏହା ସହିତ ଯୁ-ଦ୍ଧ ପାଇଁ ନିଜ ସୈନ୍ୟ ସଂଖ୍ୟା ମଧ୍ୟ ଋଷ ବଢ଼ାଇ ଦେଇଛି।ତେବେ ଋଷ ର ଏହି ଧ-ମ-କ ପରେ ୨୭ ସଦସ୍ୟ ବିଶିଷ୍ଟ ୟୁରୋପୀୟ ସଂଘ ଦେଶର ଚିନ୍ତା ବଢ଼ାଇଛି। ଏପଟେ କିବ ଉପରେ ମିଶାଇଲ ଆକ୍ର-ମଣ କରୁଚି ଋଷ। ଯୁ-ଦ୍ଧ ରୋକିବା ପାଇଁ ଅନେକ ଦେଶ ବାରଣ କରିବା ସତ୍ତ୍ୱେ କାହାରି କଥା ଶୁଣୁନାହିଁ ମସ୍କୋ। ୟୁକ୍ରେନ ଉପରେ ଏବେବି ଆକ୍ର-ମଣ କରୁଚି ଋଷ ସେନା
ଯେଉଁଥିରେ 6 ଜଣ ସାଧାରଣ ଜନତାଙ୍କ ମୃ-ତ୍ୟୁ ଘଟିଛି ଓ 10 ରୁ ଅଧିକ ଲୋକ ଆ-ହ-ତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଭୁକା ରେ ପ୍ରାୟ 400 ଲୋକଙ୍କର ମୃ-ତ୍ୟୁ ଘଟିଛି।ଏହି ମିଶାଇଲ ଆକ୍ର-ମଣରେ ଏକ 25 ମହଲା ଅଟ୍ଟାଳିକା କୁ ଟାର୍ଗେଟ କରା ଯାଇଛି।ତେବେ ଏପରି ଯୁ-ଦ୍ଧ ଲାଗି ରହିଲେ ମହା ବି-ନା-ଶ ହେବାକୁ କେହି ରୋକି ପାରିବେ ନାହିଁ।