ଜାଣନ୍ତୁ କାହିଁକି ୧୨ ଦିନ ପର୍ଯ୍ୟନ୍ତ ଗାଧେଇ ନଥିଲେ ଅମୀର ଖାନ,ଏହି ଦୃଶ୍ୟ ପାଇଁ ନଗାଧେଇବାର ରାଣ ଖାଇଥିଲେ ।

ବଲିଉଡ ରେ ତିନି ଖାନ ରାଜ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଖାନ ଅଛନ୍ତି ଯାହାକୁ ପରଫେକ୍ଟ କୁହାଯାଏ ଏବଂ ସେ ହେଉଛନ୍ତି ଅମୀର ଖାନ । ତାଙ୍କୁ ପ୍ରତ୍ୟେକ ଫିଲ୍ମରେ ପ୍ରତ୍ୟେକ ଦୃଶ୍ୟରେ ପରଫେକ୍ଟ କରିବାର ଅଭ୍ୟାସ ରହିଛି । ଏହି କାରଣରୁ ସେ ଫିଲ୍ମର ରୋଲ୍ ହିସାବରେ ହିଁ ନିଜକୁ ସେହି ପରି ବନେଇ ନିଅନ୍ତି । ଫିଲ୍ମ ହିଟ ହେଉ ଅବା ଫ୍ଲପ୍, ସେ ତାଙ୍କର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିଥାନ୍ତି ।

ଏହି କାରଣରୁ ଅମୀର ଖାନଙ୍କୁ ଫିଲ୍ମର ମିଷ୍ଟର ପରଫେକ୍ଟ କୁହାଯାଏ । ତେବେ ତାଙ୍କ ପ୍ରଫେକ୍ସନ ସହ ଜଡିତ ଅନେକ କାହାଣୀ ବଲିଉଡରେ ପ୍ରସିଦ୍ଧ ଅଟେ । ଏହି ସବୁଥିରେ ତାଙ୍କର ୧୨ଦିନ ଯାଏଁ ନଗାଧେଇବାର କାହାଣୀ ବହୁତ୍ ଲୋକପ୍ରିୟ ଅଟେ । ବାସ ଗୋଟିଏ ଦୃଶ୍ୟ ପାଇଁ ସେ ନଗାଧେଇବାର ରାଣ ଖାଇଥିଲେ । ଚାଲନ୍ତୁ ଆମେ କହିବୁ କି ପ୍ରକୃତରେ ସେ କାହାଣୀଟି କଣ ଥିଲା ।

ଦମଦାର ଅଭିନୟ ବଳରେ ଅଛନ୍ତି ନମ୍ବର ୧ :-

ଅମୀର ଖାନ ତାଙ୍କ ଦମଦାର ଅଭିନୟ ବଳରେ ହିଁ ବଲିଉଡରେ ରାଜ୍ କରୁଛନ୍ତି । କୌଣସି ବି ଦୃଶ୍ୟ ହେଉ ସେ ପରଫେକ୍ଟ ରହିଥାନ୍ତି ଏବଂ ପୁରା ଫିଲ୍ମକୁ ମଧ୍ୟ ପରଫେକ୍ଟ କରିଦିଅନ୍ତି । ହାତ ଗଣତି ଫିଲ୍ମ କରୁଥିବା ଅମୀର ଖାନ ରାତି ଦିନ ପରିଶ୍ରମ କରି ନିଜକୁ ସେହି ରୋଲ୍ ରେ ଉତାରିବାକୁ ଚେଷ୍ଠା କରନ୍ତି ଯାହାକୁ ସେ ବାଛିଥାନ୍ତି । ଏହାର ଉଦାହରଣ ମଧ୍ୟ ଅନେକ ଫିଲ୍ମ ରେ ଦେଖାଯାଇ ପାରେ ।

ଦଙ୍ଗଲ ଫିଲ୍ମ ପାଇଁ ସେ ତାଙ୍କର ଓଜନ ବଢ଼େଇ ଦେଇଥିଲେ । ତେବେ ଥ୍ରୀ ଇଡିଅଟ ଫିଲ୍ମ ରେ ୨୦ ବର୍ଷର ଯୁବକ ରୋଲ୍ ରେ ବିଲକୁଲ ପତଳା ନଜର ଆସିଛନ୍ତି । ଫିଲ୍ମ ପିକେ ବିଷୟରେ କହିବାକୁ ଗଲେ ସେ ଏଠାରେ ମଧ୍ୟ ସେହି ରଙ୍ଗରେ ମିଶିଗଲେ । ଏମିତି ହିଁ ଫିଲ୍ମ ଗଜନୀ ପାଇଁ ସେ ତାଙ୍କର ଖତରନାକ ବଡ଼ି ବନେଇଥିଲେ ଯାହା ପରେ ସେ ବହୁତ ହ୍ୟାଣ୍ଡସମ ଦେଖାଯାଉଥିଲେ ।

ଏହି ଫିଲ୍ମ ପାଇଁ ଗାଧେଇଲେ ନାହିଁ ୧୨ଦିନ :-

ବର୍ତ୍ତମାନ ଆପଣ ଭାବୁଥିବେ କି ତାହା କେଉଁ ଫିଲ୍ମ ଥିଲା ଯାହା ପାଇଁ ଆମୀର ଖାନ ୧୨ଦିନ ପର୍ଯ୍ୟନ୍ତ ଗାଧେଇନଥିଲେ । ସେ ଫିଲ୍ମ ଥିଲା ଗୁଲାମ ଯାହା ୧୯୯୮ ମସିହାରେ ରିଲିଜ ହୋଇଥିଲା । ଏହି ଫିଲ୍ମରେ ତାଙ୍କ ହିରୋଇନ ରାଣୀ ମୁଖାର୍ଜୀ ଥିଲେ । ତାଙ୍କର ନଗାଧେଇବାର କାହାଣୀ ଏହି ଫିଲ୍ମ ସହ ଜଡିତ ଅଛି ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।

ଫିଲ୍ମ ରେ ଗୋଟିଏ ଦୃଶ୍ୟ ଥିଲା ଯାହା ପାଇଁ ଯାହା ପାଇଁ ସେ ରାଣ ଖାଇଥିଲେ କି ସେ ଗାଧେଇବେ ନାହିଁ । ପ୍ରକୃତରେ ଏହି ଫିଲ୍ମର ଶେଷ ଦୃଶ୍ୟ ଅର୍ଥାତ କ୍ଲାଇମେକ୍ସ ଶୁଟ ହେବାର ଥିଲା। ଫିଲ୍ମରେ ଶରଦ ସକ୍ସେନା ଖଳନାୟକ ହୋଇଥିଲେ ଯାହାଙ୍କୁ ଅମୀର ଖାନଙ୍କୁ ମାଡ଼ ପିଟ୍ କରିବାର ଥିଲା । ଏହା ମଧ୍ୟରେ ଅମୀରଙ୍କ ମୁହଁରେ ବହୁତ ମଇଳା ଲାଗିଯାଏ । ଯଦିଓ ଦୃଶ୍ୟ ପୁରା ହୋଇପାରିଲା ନାହିଁ ।

ତାପରେ ଅମୀର ଦେଖାଇଲେ କାହିଁକି କୁହନ୍ତି ମିଷ୍ଟର ପରଫେକ୍ସନିଷ୍ଟ :-

ଅମୀରଙ୍କ କ୍ଲାଇମେକ୍ସ ଦୃଶ୍ୟ ପୁରା ହୋଇପାରିଲା ନାହିଁ । ବର୍ତ୍ତମାନ ସୁଟିଙ୍ଗ ପରେ ମେକଅପ ହଟେଇବାର ସମୟ ଥିଲା ।ଅମୀର ଜାଣିଥିଲେ କି ଯଦି ମେକଅପ ହଟିବ ତ ଚେହେରାରେ ଲାଗିଥିଲା ମଇଳା ମଧ୍ୟ ଦୁର ହୋଇଯିବ । ତାପରେ ଚାହିଁଲା ପରେ ମଧ୍ୟ ସେହି ଲୁକ୍ ତାଙ୍କର ପୁଣି ଫେରିଆସିବ ନାହିଁ ଯାହା ଶୁଟ ଶେଷ ହେବା ପୂର୍ବରୁ ମିଳିଥିଲା । ଏହି କାରଣରୁ ସେ ସିନ ଶୁଟ ହେବା ପର୍ଯ୍ୟନ୍ତ ନଗାଧେଇବାର ରାଣ ଖାଇଥିଲେ ।

ଏହି ଫୀଲ୍ମରେ ଟ୍ରେନ ସାମ୍ନାରେ ଦୌଡ଼ିବା ସିନ ମଧ୍ୟ ସେ ନିଜେ ହିଁ କରିଥିଲେ । ତେବେ ଏହା ପରେ ସେ ବହୁତ ଡରିଯାଇ ଥିଲେ କାରଣ ଟିକେ ଭୁଲ ହେଇଥିଲେ ଦୁର୍ଘଟଣା ମଧ୍ୟ ହୋଇପାରିଥାନ୍ତା । ଏହା ପରେ ସେ ପୁଣି ଏମିତି ସିନ ନକରିବାର ପ୍ରତିଶୃତି ଖାଇଥିଲେ । ବର୍ତ୍ତମାନ ଅମୀର ଖାନଙ୍କ ଲାଲ ସିଂହ ଚଡ଼ା ରିଲିଜ ହେବାକୁ ଯାଉଛି । ଏହା ପାଇଁ ଦର୍ଶକ ବହୁତ ଅପେକ୍ଷା କରି ରହିଛନ୍ତି ।

Leave a Reply

Your email address will not be published. Required fields are marked *