ଅଭିନେତ୍ରୀ କଳ୍ପନା ଆୟାର କାଲି (17 ଅପ୍ରେଲ)67 ବର୍ଷର ହୋଇଗଲେ | କଳ୍ପନାଙ୍କ ଜନ୍ମ 17 ଅପ୍ରେଲ 1955 ରେ ମୁମ୍ବାଇରେ ହୋଇଥିଲା | କଳ୍ପନା ଆୟାର ଅନେକ ବର୍ଷ ତଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଛାଡି ସାରିଛନ୍ତି | ସେ ତାଙ୍କ ସମୟରେ ବହୁତ ଲୋକପ୍ରିୟ ହାସଲ କରିଥିଲେ ଯଦିଓ ସେ ବର୍ତ୍ତମାନ ବଲିଉଡ ଏବଂ ଭାରତ ଠାରୁ ବହୁତ ଦୂରରେ ଅଛନ୍ତି |
କଳ୍ପନା ଆୟାର ନିଜ ସମୟରେ ବହୁତ ଭଲ ନାମ ଅର୍ଜନ କରିଥିଲେ ଯଦିଓ ସେ ଏହାକୁ ଚାଲୁ ରଖିପାରିନଥିଲେ | ଫିଲ୍ମମାନଙ୍କରେ ଆସିବ ପୂର୍ବରୁ ସେ ମଡ଼ଲିଙ୍ଗ କରୁଥିଲେ | ଏହା ପରେ ସେ ବଲିଉଡରେ କାମ କରିବା ଆରମ୍ଭ କରିଥିଲେ | କଳ୍ପନା ଭାରତକୁ ମିସ୍ ୱାର୍ଲ୍ଡ ପେଜେଣ୍ଟରେ ରିପ୍ରେଜେଣ୍ଟ ମଧ୍ୟ କରିସାରିଛନ୍ତି |
‘ମନୋକାମନା’ ରୁ ଆରମ୍ଭ ହୋଇଥିଲା ତାଙ୍କ ଫିଲ୍ମ କ୍ୟାରିୟର :-
କଳ୍ପନା ଆୟାରଙ୍କ ଫିଲ୍ମ କ୍ୟାରିୟର ର ଆରମ୍ଭ 1980 ମସିହାରେ ହୋଇଥିଲା | ଏହି ସମୟରେ ତାଙ୍କ ଫିଲ୍ମ ‘ମନୋକାମନା’ ରିଲିଜ ହୋଇଥିଲା | ଏହି ଫିଲ୍ମରେ ସେ ସୋନିୟାଙ୍କ ଭୂମିକା ନିଭେଇଥିଲେ | ସେ ଫିଲ୍ମରେ ୱେଷ୍ଟେନ୍ ଲୁକରେ ଦେଖିବାକୁ ମିଳିଥିଲେ | ଏହି ଫିଲ୍ମରେ ତାଙ୍କ ସହ ମଧୁ କପୁର, ରାଜ କିରନ, ଶୁଭା ଖୋଟ ଆଦି କଳାକାର ମଧ୍ୟ ଏହି ଫିଲ୍ମ ରେ କାମ କରିଥିଲେ |
ଫିଲ୍ମ ମନୋକାମନା ପରେ କଳ୍ପନା ଅନେକ ହିଟ ଫିଲ୍ମ ଗୁଡିକରେ ମଧ୍ୟ ନଜର ଆସିଛନ୍ତି | ମାତ୍ରା 10 ବର୍ଷର କ୍ୟାରିୟର ରେ ହିଁ କଳ୍ପନା 100 ଫିଲ୍ମରେ କାମ କରିନେଇଥିଲେ | ଏହି ସମାୟରେ ସେ ଅନେକ ଗୀତରେ ଦେଖିବାକୁ ମିଳିଥିଲେ | ତାଙ୍କୁ ଫ୍ୟାନ୍ସ ‘କାଇଁ ଏୟାହା ନାଚେ ନାଚେ’ ‘ମୁଝେ ଯାନ ସେ ଭି ପ୍ୟାରା ହେ’ ଭଳି ଗୀତରେ ମନ ପକାନ୍ତି |
‘ପରଦେଶୀ ପରଦେଶୀ’ ଗୀତରେ ମଚେଇ ଥିଲେ ଧୁମ୍ :-
ଆପଣଙ୍କୁ ଫେମସ ଅଭିନେତ୍ରୀ କରିସ୍ମା କପୁର ଏବଂ ଫେମସ ଅଭିନେତା ଅମୀର ଖାନଙ୍କ ସୁପରହିଟ ଫିଲ୍ମ’ରାଜା ହିନ୍ଦୁସ୍ତାନୀ’ କୁ ତ ଆପଣମାନେ ନିଶ୍ଚିତ ଦେଖିଥିବେ |ସେହିଠାରେ ଏହି ଫିଲ୍ମର ଲୋକପ୍ରିୟ ଗୀତ ‘ପରଦେଶୀ ପରଦେଶୀ ଜାନା ନେହି’ ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିଥିଲା | ସେହି ଫିଲ୍ମର ଏହି ଗୀତ ଅମୀର ଖାନଙ୍କ ସହିତ କଳ୍ପନା ଆୟାର ଦେଖିବାକୁ ମିଳିଥିଲା | ସେ ନିଜର ବଞ୍ଜରା ଲୁକ ଏବଂ ଡ୍ୟାନ୍ସ ରେ ଦର୍ଶକଙ୍କ ହୃଦୟ ରେ ନିଜର ଛାପ ଛାଡିଦେଇଥିଲେ |
ବହୁତ ଭଲ ଅଭିନେତ୍ରୀ ହିଁ ନୁହଁ ବରଂ କଳ୍ପନା ଜଣେ ଭଲ ଗାୟିକା ମଧ୍ୟ :-
ଏହି କଥା ବହୁତ ହିଁ କମ ଲୋକ ଜାଣିଛନ୍ତି ଯେ କଳ୍ପନା ଜଣେ ଅତି ସୁନ୍ଦର ଗାୟିକା ମଧ୍ୟ | କୁହଯାଏ ଯେ କଳ୍ପନା ଅନେକ ଲାଇଭି ଶୋ’ଜ ରେ ପ୍ରଫରମାନ୍ସ ମଧ୍ୟ କରିଛନ୍ତି | ସେ ଜଣେ ଅତି ସୁନ୍ଦର ପପ୍ ସିଙ୍ଗର ରହି ସାରିଛନ୍ତି |
‘ଶୋଲେ’ ର ଗବର ସହ ଥିଲା ସମ୍ପର୍କ, କରିବାକୁ ଚାହୁଁଥିଲେ ବିବାହ :-
କଳ୍ପନାଙ୍କ ଅଫେୟାର ହିନ୍ଦୀ ସିନେମାର ଅତ୍ୟନ୍ତ ଭଲ ଏବଂ ସ୍ବର୍ଗତ ଅଭିନେତା ଅମଜଦ ଖାନଙ୍କ ସହ ଥିଲା |ଏହି ଦୁହି କଳାକାର ଏକା ସାଥିରେ ଫିଲ୍ମ ‘ପ୍ୟାର କା ଦୁଷମନ’ରେ କାମ କରିଥିଲେ ଏବଂ ସେହିଠାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢିଯାଇଥିଲା | ଫିଲ୍ମର ଗୀତ ‘ହରି ଓମ ହରି’ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା ଯାହା କି ଆଜିକାଲି ଏହି ଦୁହିଁ କଳାକାର ଉପରେ ହିଁ ଦେଖାଯାଇଥିଲା |
କୁହାଯାଏ ଯେ ଅମଜଦ ଖାନଙ୍କୁ କଳ୍ପନା ନିଜ ହୃଦୟ ଦେଇଦେଇଥିଲେ | କଳ୍ପନା ନିଜ ସମ୍ପର୍କକୁ ନୂଆ ନାମ ଦେବାକୁ ଚାହୁଁଥିଲର ଏବଂ ତାଙ୍କ ସହ ବିବାହ କରିବାକୁ ଚାହୁଁଥିଲେ | ଯଦିଓ ଅଭିନେତ୍ରୀଙ୍କର ଏହି ସପ୍ନ ପୁରା ହୋଇନଥିଲା | କହିରଖୁଛୁ ଯେ ଅମଜଦଙ୍କ ପ୍ରେମରେ ପାଡି କଳ୍ପନା କେବେ ମଧ୍ୟ ବିବାହ କରିନାହାନ୍ତି | ସେ ଆଜି ପର୍ଯ୍ୟନ୍ତ କୁଆଁରୀ ଅଛନ୍ତି | ଅମଜଦଙ୍କ ମୃତ୍ୟୁ 1992 ମସିହାରେ ହୋଇଥିଲା |
ବର୍ତ୍ତମାନ କେଉଁଠି ଅଛନ୍ତି ଏବଂ କଣ କରୁଛନ୍ତି କଳ୍ପନା :-
କଳ୍ପନା ମୁମ୍ବାଇରେ ହିଁ ଅଛନ୍ତି ଏବଂ ସେଠାରେ ଗୋଟେ ରେଷ୍ଟୁରାଣ୍ଟ ଚଳାଉଛନ୍ତି | କହିରଖୁଛୁ ଯେ ସେ ହଟାତ କରି ବଲିଉଡ ଏବଂ ଭାରତରୁ ଦୁରେଇ ଯାଇଥିଲେ | ଗୋଟେ ଥର ଗୋଟେ ଇଣ୍ଟରଭ୍ୟୁରେ ସେ ଏହି ବିଷୟରେ କଥା ହୋଇଥିଲେ |
କଳ୍ପନା କହିଥିଲେ, “କିଛି କଷ୍ଟ ଏବଂ ଚିନ୍ତା ପାଇଁ ମୁ ଦୁବାଇ ଆସିଗଲି | ବ୍ୟକ୍ତିଗତ ଭାବରେ ମୋ ଜୀବନରେ କିଛି ଏମିତି ଜିନଷ ହୋଇଥିଲା ଯାହା ଦ୍ୱାରା ମୁ ଅତି ଖରାପ ଭାବେ ଭାଙ୍ଗି ଯାଇଥିଲି ଏବଂ ମୋ କାରଣରୁ ମୋ ପରିବାରକୁ ମଧ୍ୟ ବହୁତ କଷ୍ଟ ହେଉଥିଲା | ମତେ ଲାଗିବାକୁ ଲାଗିଲା ଯେ ମୁ କିଛି କରିପାରିବିନି ଏବଂ ସେତିକିବେଳେ ରାଜନ ସିପ୍ପୀ ଏବଂ ତାଙ୍କ ସ୍ତ୍ରୀ ମତେ ଦୁବାଇ ଆସିବାକୁ ମୌକା ଦେଲେ ଏବଂ କାମ ଦେଲେ | ଏହି ପ୍ରକାରରେ ଦୁବାଇରେ ରାଜନଙ୍କ ରେଷ୍ଟୁରାଣ୍ଟ ଦ ମୋଗୁଲ ରୁମ୍ ରେ ହୋଷ୍ଟର କାମ କରିବାକୁ ଲାଗିଲି ଏବଂ ପରେ ମତେ ଆମ୍ଭାସେଟର ହୋଟେଲର ମାଲିକ ମତେ ଚାକିରୀ ଦେଲେ |”