ପ୍ରକୃତି ର ନିୟମ ରେ ବର୍ତମାନ ତ ଅନେକ ପ୍ରକାର ପରିବର୍ତ୍ତନ ଆସୁଛି । ମାସ ଅନୁଯାୟୀ ଋତୁ ଆସୁନାହିଁ । ବର୍ଷା ଦିନେ ଆଦୌ ବର୍ଷା ହେଉନାହିଁ । ଏପରି ଘଟୁଛି ବର୍ତମାନ ସମୟ ରେ । ବର୍ଷା ହେଉ ବା ବାତ୍ୟା , ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ । ଏହି ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗ ସତ-ର୍କ ସୂଚନା ଜାରି କରିଛି । ତେବେ ସମୁଦ୍ର ମଧ୍ୟ ଅଶାନ୍ତ ରହୁଚି ବୋଲି ପାଣିପାଗ ବିଭାଗ ତରଫ ରୁ ସୂଚନା ରହୁଚି । ପୁଣି ଆସନ୍ତା ୬ ରୁ ଲଘୁଚାପ ନେଇ ସୂଚନା ଜା-ରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡମାନ ସାଗର ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ ।
ତେବେ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପ ସାଗର ରେ ଲଘୁଚାପ ନେଇ ସୂଚନା ରହିଛି । ଉପକୂଳ ଓଡ଼ିଶା ରେ ସାମୁଦ୍ରିକ ବାୟୁ ର ପ୍ରଭାବ ରହୁଚି । ତେବେ ଆଗାମୀ ଦୁଇ ଦିନ ରେ ଓଡ଼ିଶା ର କିଛି ରାଜ୍ୟ ରେ ସାମାନ୍ୟ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ତଥା ଉପକୂଳବର୍ତ୍ତୀ ଓଡ଼ିଶା କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। କୋରାପୁଟ, କନ୍ଧମାଳ, ଗଞ୍ଜାମ,ରାୟଗଡ଼ା,ମୟୂରଭଞ୍ଜ,ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ଅନେକ ସମ୍ଭାବନା ରହିଛି।ଏହା ସହିତ ପାଞ୍ଚ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା,ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।
ତେବେ ରବିବାର ଦିନ ଟିଟିଲାଗଡ଼ ପୁଣି ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବରେ ଗଣା ଯାଇ ଅଛି।ତେବେ ଏଠାରେ ଦିନ ବେଳର ତାପମାତ୍ରା ୪୨ ଡ଼ିଗ୍ରୀରୁ ଅଧିକ ରହି ଥିଲା।ତେବେ ବୌଦ୍ଧ,ବଲାଙ୍ଗୀର ଓ ଝାରସୁଗୁଡ଼ା ଠାରେ ମଧ୍ୟ ବହୁତ ଅଧିକ ତାତି ଅନୁଭୂତ ହୋଇଥିଲା।ତେବେ ଏଠାରେ ଦିନ ବେଳର ତାପମାତ୍ରା ୪୧ ଡ଼ିଗ୍ରୀରୁ ଅଧିକ ରହି ଥିଲା।ସେହିପରି ଭାବରେ ସମ୍ବଲପୁର,ସୋନପୁର ଓ ସୁନ୍ଦରଗଡ଼ ଠାରେ ମଧ୍ୟ ତାପମାତ୍ରା ୪୧ ଡ଼ିଗ୍ରୀରୁ ଅଧିକ ରହିଥିଲା।ତେବେ ରବିବାର ଦିନ ପୁରୀ ଓ ଅନେକ ଅନ୍ୟ ଜିଲ୍ଲାରେ ତାପମାତ୍ରା ଅନେକ ଭାବରେ କମ ରହି ଥିଲା।ତେବେ ରବିବାର ଦିନ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରା ଯାଇଥିଲା।
ତେବେ ଏହି ସବୁ ଜିଲ୍ଲା ଗୁଡ଼ିକ ରେ ବର୍ଷା ହେବା ସହିତ ପବନ ମଧ୍ୟ ବହିବ । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ରେ ଟିକିଏ ଅଧିକ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ବର୍ତମାନ ସାରା ରାଜ୍ୟ ରେ ତାପମାତ୍ରା ବଢ଼ି ବଢ଼ି ଚାଲିଛି । ଏପରି କି ସରକାର ମଧ୍ୟ ଅଂଶୁ-ଘାତ ପାଇଁ ସତ-ର୍କ କରୁଛନ୍ତି । ତେବେ ଦିନ ଦୁଇପହର ସମୟ ରେ କୌଣସି କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆ ଯାଇଛି । ତେବେ ଆସନ୍ତା ୬ ରୁ ଲଘୁଚାପ ହେଲେ ସାମାନ୍ୟ ପରିବର୍ତନ ହୋଇପାରେ ପାଣିପାଗ ରେ ବୋଲି କୁହା ଯାଇଛି