କିଏ ଖେଳ ଖେଳୁଛି ରାଜାବିରଙ୍କ ଜୀବନ ସହ ? କଣ ପାଇଁ ଦେଉନି ସେ ନିଜର ପରିଚୟ ? ଆଉ ଓଡ଼ିଆ ଲୋକଙ୍କୁ ନେଇ ଏମିତି କଥା କହୁଛି !

ଛୋଟ କଅଁଳ ଶିଶୁ ରାଜବୀରକୁ ସାହାର୍ଯ୍ୟ କରିବା ସାରା ଓଡିଶା ବାସୀ ଆଗେଇ ଆସିଥିଲେ, ନିଜ ପିଲାକୁ ସାହାର୍ଯ୍ୟ କରି ପିଲାର ଜୀବନ ବଞ୍ଚାଇବା ପାଇଁ ଯେତେବେଳ ରାଜବୀରଙ୍କ ମାଆ ସାରା ଓଡିଶାବାସୀଙ୍କୁ ହାତ ଯୋଡି ନେହୁରା ହେଲେ ସେତେବେଳେ ସାରା ରାଜ୍ୟର ଲୋକ ନିଜର ସାମର୍ଥ୍ୟ ଅନୁସାରେ ରାଜବୀରଙ୍କୁ ସାହାର୍ଯ୍ୟ କରିଥିଲେ। ହେଲେ ଏବେ ରାଜବୀରଙ୍କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି, କୁନି ପୁଅ ରାଜବିର ଜୀବନ ସହିତ କିଏ ଖେଳ ଖେଳୁଛି?

କୁଳମଣିଙ୍କ ନାମ ନେଇ କିଏ ଚଳାଉଛି ହ୍ଵାଟସାପ।କିଏ ଏହି ସମାଜସେବୀଙ୍କୁ ପରିହାସ କରୁଛି।କାହିଁକି ଦେଉନି ନିଜର ପରିଚୟ?ଓଡ଼ିଆଙ୍କୁ ଏତେ ଭୟ କାହିଁକି?ଇମ୍ପାକ୍ଟଗୁରୁକୁ ନେଇ ଅନେକ ଖବର ସମ୍ନାକୁ ଆସୁଛି।ଖବର ମିଳିବାର କିଛି ସମୟ ପରେ ଏହି ବ୍ୟକ୍ତି ଜଣଙ୍କ ଆରମ୍ଭ କରିଦେଇଥିଲେ ନିଜର କାରନାମା।

ଓଡିଶା ଭାସ୍କର ନାମରେ ମନଇଛା ଗା-ଳି ଗୁ-ଳଜ କରିବା ସହିତ ଓଡିଶା ଲୋକଙ୍କ ଓକାତ ଉପରେ ଉଠାଇଥିଲେ ପ୍ରଶ୍ନ।ସିଧା ସିଧା କହିଥିଲେ ଓଡ଼ିଶାର ଓକାତ ନାହିଁ ଟଙ୍କା ଯୋଗାଡ କରିବାପାଇଁ।ଆମ ପ୍ରତିନିଧି ତାଙ୍କୁ ପରିଚୟ ମାଗିବାରୁ ଭ-ୟଭୀ-ତ ହୋଇଯାଇଥିଲେ।କେବଳ ଗୋଟିବ ଉତ୍ତର ଦେଇଥିଲବ ମୁଁ ରାଜବିରର ସପୋର୍ଟର।ତାଙ୍କ କଥାର ବ୍ୟାକରଣକୁ ଦେଖିଲେ ସେ ଜଣେ ମହିଳା ତାହା ଯେ ସ୍ପଷ୍ଟ ହେଉଛି।ତେବେ ଇଂରାଜୀ ଆଉ ହିନ୍ଦୀ ଚୋବାଉଥିବା ଏହି ମହିଳା ଜଣଙ୍କ କିଏ?କାହିଁକି ନିଜର ନାଁପରିଚୟ ଲୁ-ଚା-ଇ ସଭିଙ୍କ ସାମ୍ନାରେ ସମସ୍ତିଙ୍କୁ ଗା-ଳି ଗୁ-ଳଜ କରୁଥିଲେ।

ଏକ ସ୍କ୍ରିନସଟରେ ସ୍ପଷ୍ଟ ରହିଛି ଯେ ରାଜବିରଙ୍କ ବାପା ଯିଏକି ଇମ୍ପାକ୍ଟଗୁରୁକୁ ତିନିକୋଟି ପଚାଶ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଛନ୍ତି।ଯାହାକି ଓଡିଶା ବାସୀହିଁ କ୍ୟାସ ଆକାରରେ ରାଜବିରଙ୍କ ବାପାଙ୍କୁ ଦେଇଛନ୍ତି।ଏହି ମହିଳା ଜଣଙ୍କ ଏହି ବିଷୟରେ ଜାଣିନାହାନ୍ତି ନା ସବୁ ଜାଣି ମୁର୍ଖତାର ସବୁ ସୀମା ପାର କରିଦେଇଛନ୍ତି।ତେବେ କୁଳମଣିଙ୍କ ନାଁ ନେଇ କିଏ ଏଭଳି ଅନର୍ଗଳ ହିନ୍ଦୀ ଇଂରାଜୀରେ ଗା-ଳି କରୁଛନ୍ତି।କିଏ ଏହି ସମାଜସେବୀ ଯିଏ କି ରାଜବିରକୁ ବାରମ୍ବାର ବି-ପ-ଦ ମୁହଁକୁ ଠେଲି ଦେଉଛି।

Leave a Reply

Your email address will not be published. Required fields are marked *