ଏହି ବ୍ୟକ୍ତି ଚଳାଏ ଦୁନିଆର ସବୁଠାରୁ ଛୋଟ କାର୍, 1 ଲିଟର ପେଟ୍ରୋଲରେ ଦିଏ ଏତେ କିଲୋମିଟରର ମାଇଲେଜ !

ଜଣେ ବ୍ୟକ୍ତି ଅଛନ୍ତି ଯିଏ ଦୁନିଆର ସବୁଠାରୁ ଛୋଟ କାର ଚଳାନ୍ତି। ସେ କହିଛନ୍ତି ଯେ ଲୋକମାନେ ତାଙ୍କ ଛୋଟ କାରକୁ ପରିହାସ କରନ୍ତି। କିନ୍ତୁ ଅନ୍ୟ କାର ତୁଳନାରେ ତେଲ ଉପରେ ଏହାର ଖର୍ଚ୍ଚ ବହୁତ କମ୍ ଅଟେ। ଏହି କାରର ନାମ ହେଉଛି peel P50, ଯାହାର ଲମ୍ବ 134 ସେମି, ଚଉଡା 98 ସେମି ଏବଂ ଉଚ୍ଚତା 100 ସେମି। ଯେତେବେଳେ କି ଏହାର ପେଟ୍ରୋଲ ଟାଙ୍କି ମାତ୍ର 5 ଲିଟର ଅଟେ। 31 ବର୍ଷ ବୟସ୍କ Alex Orchin ଏହି ସୁନ୍ଦର କାରର ମାଲିକ। ସେ ନିଜର ଦୈନଦୀନ କାର୍ଯ୍ୟ ପାଇଁ ବ୍ରିଟେନର ସସେକ୍ସ ସହରକୁ ଏହି ନୀଳ କାରରେ ଯାତ୍ରା କରନ୍ତି। ଆଲେକ୍ସଙ୍କର ଉଚ୍ଚତା 5 ଫୁଟ 11 ଇଞ୍ଚ, ଏବଂ ଏହି କାର ସାମ୍ନାରେ ଠିଆ ହେବାବେଳେ ସେ ଏଥିରେ ପିଟ ହେଉଥିବା ବୋଲି ବିଶ୍ୱାସ କରିବା କଷ୍ଟକର।

ଗୋଟିଏ ଲିଟରରେ ଚାଲେ ଏତେ କିଲୋମିଟର।

ଯିଏ ତାଙ୍କ କାରକୁ ଦେଖେ ସେ ଏହାକୁ ପରିହାସ କରେ। କିନ୍ତୁ ଆଲେକ୍ସ ସେମାନଙ୍କୁ ଉତ୍ତର ଦିଅନ୍ତି ଯେ ତାଙ୍କର ଛୋଟ କାର ସବୁଠାରୁ ଭଲ କାର୍। ଏହି କାରଟି ପ୍ରାୟ 42 କିଲୋମିଟର ମାଇଲେଜ ଦେଇଥାଏ। ଏହି ତିନୋଟି ଚକ ଏବଂ 4.5 ହର୍ଷ ପାୱାର ଇଞ୍ଜିନ୍ କାର ବ୍ରିଟେନର ‘ପିଲ୍ ଇଞ୍ଜିନିୟରିଂ କମ୍ପାନୀ’ ଦ୍ୱାରା ନିର୍ମିତ। ଏହି କାର 1962 ରୁ 1965 ଭିତରେ ନିର୍ମିତ ହୋଇଥିଲା। ତେବେ 2010 ରେ ଏହାର ନିର୍ମାଣ ପୁଣି ଥରେ ଆରମ୍ଭ ହେଲା।

ଏହି କାରର ସର୍ବୋଚ୍ଚ ଗତି ହେଉଛି ଘଣ୍ଟା ପ୍ରତି 37 କିଲୋମିଟର।

ଏହି କାରଟି ଗୋଟିଏ ସିଟ୍ ବିଶିଷ୍ଠ, ଯେଉଁଥିରେ ସୁଟକେସ୍ ରଖିବା ପାଇଁ ସ୍ଥାନ ନାହିଁ। ଫଳସ୍ୱରୂପ ଆଲେକ୍ସଙ୍କୁ ଷ୍ଟିଅରିଂର ଗୋଟିଏ ପାର୍ଶ୍ୱରେ ତାଙ୍କ ପାଦକୁ ରଖିବାକୁ ପଡେ। ସେ କୁହନ୍ତି- ସେ ଜେରେମି କ୍ଲାର୍କସନଙ୍କୁ ‘ଟପ୍ ଗିଅର୍ ସୋ’ରେ ଏହି କାର୍ ଚଳାଉଥିବାର ଦେଖିଥିଲେ, ଯାହା ପରେ ସେ ଏହି କାର୍ କୁ ବହୁତ ପସନ୍ଦ କରିଥିଲେ। ଗତ ବର୍ଷ ସେ ଏହି କାରରେ ସମଗ୍ର ବ୍ରିଟେନ ଯାତ୍ରା କରିଥିଲେ। ଏହି ସୁନ୍ଦର କାରର ଟପ ସ୍ପୀଡ଼ ହେଉଛି 37 କିଲୋମିଟର।

କାର୍ ର ମୂଲ୍ୟ ଶୁଣି ଲୋକ ହେଲେ ଆଶ୍ଚର୍ଯ୍ୟ।

ଆଲେକ୍ସ କହିଛନ୍ତି ଯେ ସେ ପିଲାଦିନରୁ ପୁରୁଣା, ଭିଣ୍ଟେଜ୍ ଏବଂ ସବୁଠାରୁ ଅଲଗା ଦେଖାଯାଉଥିବା ଯାନ ପସନ୍ଦ କରନ୍ତି। ତାଙ୍କର 1914 Model T ଏବଂ 1968 Morris Minor କାର୍ ମଧ୍ୟ ଅଛି। ଆଲେକ୍ସ ଆହୁରି ମଧ୍ୟ କହିଛନ୍ତି ଯେ ଛୋଟ ଆକାର ହେତୁ ସେ P50 କାରକୁ ବହୁତ ପସନ୍ଦ କରନ୍ତି। କିନ୍ତୁ ଯେତେବେଳେ ସେ ଏହାର ପ୍ରକୃତ ମୂଲ୍ୟ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କର ହୋସ ଉଡ଼ିଗଲା। ବାସ୍ତବରେ ଏହାର ମୂଲ୍ୟ 84 ଲକ୍ଷରୁ ଅଧିକ ଥିଲା। ତେଣୁ ପରେ ସେ ନିଜ ସହରର ଜଣେ ବ୍ୟକ୍ତିଙ୍କଠାରୁ ସେକେଣ୍ଡ ହ୍ୟାଣ୍ଡ କାର କିଣିଥିଲେ

ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ନାମ ପଞ୍ଜିକୃତ ହୋଇଛି।

ଆଲେକ୍ସ ବ୍ୟାଖ୍ୟା କରିଛନ୍ତି ଯେ ଏହି କାରଟି ସର୍ବଦା ଲୋକଙ୍କୁ ଆକର୍ଷିତ କରିଥାଏ। ସେ କହିଛନ୍ତି ଯେ କାରର ହ୍ୟାଣ୍ଡବ୍ରେକ୍ ପାଖରେ ସେ ଏକ ସପିଂ ବ୍ୟାଗ୍ ରଖିପାରିବେ କିନ୍ତୁ ଅନ୍ୟ କିଛି ନୁହେଁ। 2010 ମସିହାରେ ଏହି କାରକୁ ଦୁନିଆର ସବୁଠାରୁ ଛୋଟ କାର ଘୋଷିତ କରାଯାଇଥିଲା, ଯାହାର ନାମ ‘ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ’ରେ ମଧ୍ୟ ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *