ବାଇକ ଷ୍ଟାର୍ଟ କରିବା ପାଇଁ ଝିଅଟି ମାରିଲା ଏମିତି କିକ ଯେ, ଭିଡ଼ିଓ ଦେଖି ହସି ହସି ଗଡ଼ିଗଲେ ଲୋକ !

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଝିଅମାନେ ଷ୍ଟାଇଲରେ ବାଇକ୍ ଚଳାଉଥିବାର ନଜର ଆସନ୍ତି। କିନ୍ତୁ ‘ଇନଷ୍ଟାଗ୍ରାମ ରିଲ୍ସ’ ରେ ଏପରି ଏକ କ୍ଲିପ୍ ଆସୁଛି ଯାହାକୁ ଲୋକ ଦେଖି ହସି ହସି ଗାଡିଯାଉଛନ୍ତି। ଯେଉଁଥିରେ ଜଣେ ଯୁବତୀ ବାଇକ୍ ଷ୍ଟାର୍ଟ କରିବା ପାଇଁ କିକଷ୍ଟାର୍ଟ ମାରନ୍ତି କିନ୍ତୁ ତାପରେ ଯାହା ଘଟେ ଆପଣ ମଧ୍ୟ ଦେଖି ହସି ହସି ଗାଡିଯିବେ।

ଭାଇରାଲ୍ କ୍ଲିପ୍ ରେ ଯୁବତୀ ଜଣକ ବାଇକରେ ବସିଥିବାର ନଜ ଆସିଛନ୍ତି ଏବଂ ଏହାକୁ ଷ୍ଟାର୍ଟ କରିବା ପାଇଁ କିକଷ୍ଟାର୍ଟ ମାରିବା ଆରମ୍ଭ କରନ୍ତି। କିନ୍ତୁ ବାଇକ୍ ଷ୍ଟାର୍ଟ ହୁଏ ନାହିଁ। ଏହା ପରେ ସେ ପୁଣି ଆଉ ଦୁଇ-ତିନି ଥର ଚେଷ୍ଟା କରନ୍ତି। କିନ୍ତୁ ଗାଡି ଷ୍ଟାର୍ଟ ହୁଏ ନାହିଁ। ଏହା ପରେ ସେ ଟିକିଏ ବଳ ସହିତ ଆଉଥରେ କିକ୍ ମାରିବା ମାତ୍ରେ ବାଇକ୍ ଷ୍ଟାର୍ଟ ହୁଏ ନାହିଁ, କିନ୍ତୁ କିକ୍ ଟି ଭାଙ୍ଗି ତଳେ ପଡ଼ିଯାଏ। ଲୋକମାନେ ଏହି ଦୃଶ୍ୟ ଦେଖିବା ପରେ ହସିବା ବନ୍ଦ କରି ପାରୁନାହାନ୍ତି।

View this post on Instagram

A post shared by Comedy Nation (@comedynation.teb)

ଏହି ଭିଡିଓ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି କ୍ଲିପ୍ 49 ହଜାରରୁ ଅଧିକ ଭ୍ୟୁ ଏବଂ ତିନି ହଜାରରୁ ଅଧିକ ଲାଇକ୍ ପାଇଛି। ଶହ ଶହ ଉପଭୋକ୍ତା ନିଜର ମନ୍ତବ୍ୟ ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଝିଅର ଏକ୍ସପ୍ରେସନ ଦେଖିବାର ଥିଲା। ଆଉ ଜଣେ ଲେଖିଛନ୍ତି ଯେ ସେ ଏକ ଝିଅ ଅଟେ, ତେଣୁ ଆପଣମାନେ ହସୁଛ। ଅନ୍ୟମାନେ ଏହା ଫେକ୍ ବୋଲି କହିଛନ୍ତି। ଏହି କ୍ଲିପ୍ ବିଷୟରେ ଆପଣଙ୍କର ମନ୍ତବ୍ୟ କଣ।

Leave a Reply

Your email address will not be published. Required fields are marked *