୩୦ ବର୍ଷ ବଡ଼ ଏହି ପ୍ରସିଦ୍ଧ ଅଭିନେତାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଭାରତୀ ସିଂହ,ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ପାଇଁ ହୋଇଥିଲେ ପ୍ରସ୍ତୁତ !

କମେଡିଆନ୍ ଭାରତୀ ସିଂହ ଟିଭିର ଲାଫ୍ଟର କୁଇନ ନାମରେ ମଧ୍ୟ ଲୋକପ୍ରିୟ ଅଟନ୍ତି । ସେ ଅନେକ ଶୋ ରେ ତାଙ୍କ କମେଡି ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଛନ୍ତି । ଆଜିକାଲି ସେ ଟିଭିର ରିଆଲିଟି ଶୋ ‘ହୁନରବାଜ:ଦେଶ କି ଶାନ’ରେ ହୋଷ୍ଟ ଭୂମିକା ରେ ନଜର ଆସୁଛନ୍ତି । ତେବେ ତାଙ୍କ ସାଥ ଏହି କାମରେ ତାଙ୍କ ପତି ହର୍ଷ ଲିମ୍ବାଚିୟା ମଧ୍ୟ ଦେଉଛନ୍ତି ।

‘ହୁନରବାଜ:ଦେଶ କି ଶାନ’ରେ ମିଥୁନ ଚକ୍ରବର୍ତ୍ତୀ, କରନ ଜୋହର୍ ଏବଂ ପରିଣୀତି ଚୋପ୍ରା ଜଜର ଭୂମିକା ତୁଲାଉଛନ୍ତି ।

କହିରଖୁଛୁ କି ଭାରତୀ ଏହି ଶୋ ପୂର୍ବରୁ ମଧ୍ୟ ଟିଭିରେ ହୋଷ୍ଟ ଭୂମିକାରେ ନଜର ଆସିସାରିଛନ୍ତି । ଇଣ୍ଡିଆନ ଗଟ୍ ଟ୍ୟାଲେଣ୍ଟ ର ସିଜିନ ୬ ରେ ମଧ୍ୟ ତାଙ୍କୁ ଏହି ଭୂମିକାରେ ଦେଖାଯାଇଥିଲା ।

ଇଣ୍ଡିଆନ ଗଟ୍ ଟ୍ୟାଲେଣ୍ଟର ସିଜିନ ୬ର ଗ୍ରାଣ୍ଡ ଫାଇନାଲ୍ ରେ ଭାରତୀ ସିଂହ ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ଅନୁପମ ଖେରଙ୍କ ସହ ବିବାହ କରିବାକୁ ଇଛା ପ୍ରକାଶ କରିଥିଲେ ।

କହିରଖୁଛୁ କି ଇଣ୍ଡିଆନ ଗଟ୍ ଟ୍ୟାଲେଣ୍ଟରେ କିରନ ଖେର ଜଜ ଭୂମିକାରେ ନଜର ଆସିଛନ୍ତି । ନୂଆ ସିଜିନରେ ମଧ୍ୟ ସେ ବାଦଶାହ,ମନୋଜ ମୁନ୍ତାଶିର ଏବଂ ଶିଳ୍ପା ଶେଠି ଙ୍କ ସହ ଜଜ ରହିଛନ୍ତି ତେବେ ସେ ପ୍ରଥମ ସିଜିନ ରେ ମଧ୍ୟ ଜଜ ରହିଥିଲେ । କହିରଖୁଛୁ କି କିରନ ଜଣେ ଅଭିନେତ୍ରୀ ହେବା ସହ ଚଣ୍ଡୀଗଡ଼ ରୁ ଭାରତୀୟ ଜନତା ପାର୍ଟିର ସାଂସଦ ଅଟନ୍ତି ।

ଥରେ ଇଣ୍ଡିଆନ ଗଟ୍ ଟ୍ୟାଲେଣ୍ଟର ସିଜିନ ୬ର ଫାଇନାଲିଷ୍ଟ ରେ କିରନ ଖେରଙ୍କ ପତି ତଥା ଅଭିନେତା ଅନୁପମ ଖେର ମଧ୍ୟ ପହଞ୍ଚିଥିଲେ । ସେତେବେଳେ କିରନଙ୍କ ସାମ୍ନାରେ ହିଁ ଅନୁପମ ଖେରଙ୍କୁ ଭାରତୀ ତାଙ୍କ ନିଜ ମନ କଥା କହିଦେଇଥିଲେ । ଭାରତୀ ସେତେବେଳେ ମଜା ମଜାରେ କହିଥିଲେ କି ସେ ଅନୁପମ ଖେରଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।

ସୋସିଆଲ ମିଡିଆରେ ଗୋଟେ ଭିଡ଼ିଓ ବହୁତ ଭାଇରାଲ ହେଉଛି ଯେଉଁଥିରେ ଭାରତୀ ସିଂହ,କିରନ ଖେର ଆଉ ଅନୁପମ ଖେର ନଜର ଆସିଛନ୍ତି । ଭିଡ଼ିଓରେ ଆପଣ ଦେଖି ଆଉ ଶୁଣିପାରୁଥିବେ କି ଅନୁପମ ଭାରତୀଙ୍କୁ କହୁଛନ୍ତି କି,”ତୁମେ ଯେଉଁ ସେଟ ଛଡା ମୋତେ ଫୋନ କର ତାର କଣ,”ଏହାର ଆଗକୁ ଅନୁପମ କହୁଛନ୍ତି କି,”ଭାରତୀ କହୁଥିଲେ କି ଆପଣଙ୍କୁ ଫୋନ କରିବା ତ ହେଉଛି ବାହାନା,ମୁଁ ତ ପ୍ରକୃତରେ ଆପଣଙ୍କୁ ଭଲପାଉଛି “.

ଅନୁପମଙ୍କ କଥା ଶୁଣିବା ମାତ୍ରେ ହିଁ ଭାରତୀ ଲାଜେଇ ଯାଆନ୍ତି ଏବଂ ସେ ତାଙ୍କ ମୁଣ୍ଡକୁ ଲାଜରେ ନୁଆଇଁ ଦିଅନ୍ତି । ଆଗକୁ ଅନୁପମ କୁହନ୍ତି କି,”ମୁଁ ଶୁଣିଲି ତୁମେ ବିବାହ କରିସାରିଛ,ପ୍ରେମ କରିସାରିଛ”.ଏହା ପରେ ଭାରତୀ କୁହନ୍ତି କି,”ନା ସାର୍,୧୫ମିନିଟ୍ ପୂର୍ବରୁ ହିଁ ବିବାହ ହୋଇଛି, ଆପଣ କହିବେ ତ ମୁଁ ତାଙ୍କୁ ଛାଡ଼ପତ୍ର ଦେଇଦେବି”.ଏହା ଶୁଣି ସମସ୍ତେ ଜୋରେ ଜୋରେ ହସିବାକୁ ଲାଗନ୍ତି। ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଏହି ଭିଡ଼ିଓକୁ ଖୁବ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *