ବ୍ଲକବଷ୍ଟର ଫିଲ୍ମି ‘ବାହୁବଳି’ ମାଧ୍ୟମରେ ପ୍ରସିଦ୍ଧ ହୋଇଥିବା ଅଭିନେତା ପ୍ରଭାସଙ୍କୁ କିଏ ବା ନ ଜାଣେ | ‘ବାହୁବଳି’ ପ୍ରଭାସଙ୍କୁ ଏପରି ଏକ ପରିଚୟ ଦେଇଥିଲା ଯେ ଲୋକମାନେ ତାଙ୍କୁ ‘ବାହୁବଳି’ ନାମରେ ମଧ୍ୟ ଜାଣନ୍ତ |
ହେଲେ ବାହୁବଳୀ ପୂର୍ବରୁ ମଧୁଆ ପ୍ରଭାସ ଅନେକ ଫିଲ୍ମିରେ ନଜର ଆସିସାରିଥିଲେ,କିନ୍ତୁ ଏହି ଫିଲ୍ମି ମାଧ୍ୟମରେ ତାଙ୍କୁ ଇଣ୍ଡଷ୍ଟ୍ରିରେ ବଡ ଷ୍ଟାରଡମ୍ ହାସଲ ହୋଇଥିଲା ଆଉ ବର୍ତ୍ତମାନ ତାଙ୍କର ପାଖରେ ଫିଲ୍ମିର ଧାଡି ଲାଗିଛି | ଆମେ ଆପଣଙ୍କୁ କହିରାଖଛୁ କି ଏହି ଦିନ ମାନଙ୍କରେ ପ୍ରଭାସ ତାଙ୍କ ଫିଲ୍ମି ‘ରାଧେଶ୍ୟାମ’ କୁ ନେଇ ହେଡଲାଇନରେ ଅଛନ୍ତି | ଏହି ଫିଲ୍ମି ମାର୍ଚ୍ଚ 11 ପ୍ରେକ୍ଷାଳୟକୁ ଆସିସାରିଛି |
ସେହିଠାରେ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସଙ୍କ ଏହି ଫିଲ୍ମିକୁ ନେଇ ବହୁତ ଉତ୍ସାହିତ ଅଛନ୍ତି କାରଣ ଦୀର୍ଘ ସମୟ ଧରି ଫ୍ୟାନ୍ସମାନେ ପ୍ରଭାସଙ୍କର ଏହି ଫିଲ୍ମିକୁ ଅପେକ୍ଷା କରିଥିଲେ | ପ୍ରଭାସଙ୍କ ସହ ଏହି ଚଳଚ୍ଚିତ୍ରରେ ପ୍ରଖ୍ୟାତ ଅଭିନେତ୍ରୀ ପୂଜା ହେଗଡେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି | ଏହି ସମୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ପ୍ରଭାସଙ୍କ ପରିବାର ବିଷୟରେ |
ପ୍ରକୃତରେ,ପ୍ରଭାସ ଏପରି ଜଣେ ଅଭିନେତା ଅଟନ୍ତି କି ଯାହାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ଫ୍ୟାନ୍ସମାନେ କମ୍ ହିଁ ଜାଣିଥାନ୍ତି | ଏମିତିରେ ଯେତେବେଳେ ବି ସୁଯୋଗ ମିଳିଥାଏ ସେତେବେଳେ ଫ୍ୟାନ୍ସମାନେ ତାଙ୍କ ବିଷୟରେ ଅଧିକ ରୁ ଅଧିକ କିଛି ଜାଣିବାକୁ ଚେଷ୍ଟା କରନ୍ତି | ସେଥିପାଇଁ ଆମେ ଆଜି ଆପଣଙ୍କୁ ଏହି ଲୋକପ୍ରିୟ ଅଭିନେତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ କହିବୁ |
ପ୍ରଭାସଙ୍କ ବାପା-ମାଆ :-
ଆମେ କହିରଖୁଛୁ ଯେ, ପ୍ରଭାସଙ୍କ ବାପା ସୂର୍ଯ୍ୟନାରାୟଣ ରାଜୁ ଜଣେ ପ୍ରଡ୍ୟୁସର ଅଟନ୍ତି | ଏଥିସହିତ ତାଙ୍କ ମା ଶିବକୁମାରୀ ଜଣେ ଗୃହିଣୀ ଅଟନ୍ତି | ପ୍ରଭାସଙ୍କ ବାପା ତାଙ୍କ କ୍ୟାରିୟରରେ ‘ଧର୍ମାଧିକାରୀ’, ‘ବିଲ୍ଲା’, ‘ମଧୁର ସପ୍ନମ୍’ ଆଉ ‘ଅମର ଦୀପମ’ ଭଳି ଅନେକ ଫିଲ୍ମିକୁ ପ୍ରଡ୍ୟୁସ୍ କରିଛନ୍ତି | ପ୍ରଭାସର ପୁରା ନାମ ହେଉଛି ପ୍ରଭାସ ରାଜୁ ଉପ୍ପଲାପତି ଅଟେ | ହେଲେ ଇଣ୍ଡଷ୍ଟ୍ରିରେ ସେ ପ୍ରଭାସ ନାମରେ ପ୍ରସିଦ୍ଧ ଅଟନ୍ତି
ପ୍ରଭାସଙ୍କର ତିନି ଭାଇଭଉଣୀ ଅଛନ୍ତି ଯେଉଁମାନଙ୍କ ଭିତରୁ ସେ ସବୁଠାରୁ ସାନ ଅଟନ୍ତି |ସେ ତାଙ୍କର ପାଠପଢାର ଆରମ୍ଭ ଭୀମାବରମ୍ DNR ସ୍କୁଲରୁ ପୁରା କରିଥିଲେ | ଯେତେବେଳେ କି ସେ ହାଇଦ୍ରାବାଦର ଶ୍ରୀ ଚୈତନ୍ୟ କଲେଜରୁ ବି ଟେକ୍ ର ପାଠପଢ଼ା କରିଥିଲେ | ପାଠ ପଢା ମଝିରେ ହିଁ ସେ ଅଭନେତା ଵନିବାର ନିଷ୍ପତ୍ତି ନେଇଥିଲେ |
ପ୍ରଭାସଙ୍କ ଭାଇ-ଭଉଣୀ :-
ତାଙ୍କ ବଡ ଭଉଣୀର ନାମ ପ୍ରଗତି ଯାହାଙ୍କର ବିବାହ ହୋଇସାରିଛି ଆଉ ତାଙ୍କ ବଡ ଭାଇର ନାମ ପ୍ରମୋଦ ଅଟେ ଯିଏ କି ଜାଣେ ସଫ୍ଟୱେୟାର ଇଞ୍ଜିନିୟର ଅଟନ୍ତି | ରିପୋର୍ଟ ଅନୁଯାୟୀ ପ୍ରଭାସଙ୍କ ବଡ ଭାଇ ଗୋଆରେ କାମ କରନ୍ତି | କୁହାଯାଏ ଯେ ପ୍ରଭାସ ନିଜେ ତାଙ୍କ ବଡ଼ ଭାଇଙ୍କୁ ଅଭିନେତା ଵନିବାର ଦେଖିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ଭାଇଙ୍କୁ ଫିଲ୍ମି ଦୁନିଆରେ କୌଣସି ଆଗ୍ରହୀ ନାହିଁ |
ପ୍ରଭାସଙ୍କ ଦାଦା :-
ଆମେ ଆପଣଙ୍କୁ କହିରଖୁଛୁ, ପ୍ରଭାସଙ୍କ ଦାଦା ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଅଟନ୍ତି | ଏତିକି ନୁହେଁ ବରଂ ପ୍ରଭାସଙ୍କ ଦାଦା କୃଷ୍ଣ ରାଜୁ ଉପ୍ପଲାପତି ଜଣେ ପ୍ରସିଦ୍ଧ ଅଭିନେତା ତଥା ଜଣେ ପ୍ରସିଦ୍ଧ ପ୍ରଡ୍ୟୁସର ଯିଏକି ଅନେକ ଫିଲ୍ମିରେ ତାଙ୍କର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିଲେ ଆଉ ଅନେକ ଫିଲ୍ମି ମଧ୍ୟ ପ୍ରଡ୍ୟୁସ କରିଛନ୍ତି |
ମଜାଳିଆ କଥା ହେଉଛି ଏହା ଯେ କୃଷ୍ଣମ୍ ରାଜୁ ସାଉଥ ଇଣ୍ଡଷ୍ଟ୍ରିରେ ‘ରିବେଲ ଷ୍ଟାର’ ଭାବରେ ବହୁତ ଜଣାଶୁଣା ଅଟନ୍ତି | ଏହା ବ୍ୟତୀତ ସେ ରାଜନୀତିରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ରଖନ୍ତି | ରି-ପୋ-ର୍ଟ ଅନୁଯାୟୀ କୃଷ୍ଣମ୍ ରାଜୁ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ସରକାରରେ 2000 ରୁ 2001 ମସିହା ପର୍ଯ୍ୟନ୍ତ ବୈଦେଶିକ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।
ଏଥି ସହିତ ପ୍ରଭାସ ନିଜ କ୍ୟାରିୟରର ଆରମ୍ଭ 2002 ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମି ‘ଇଶ୍ୱର’ରୁ କରିଥିଲେ | ଏହା ପରେ ସେ ନିଜ କ୍ୟାରିୟରରେ ‘ଯୋଗୀ’, ‘ଏକ ନିରଂଜନ’, ‘ଚକ୍ରମ୍’, ‘ରାଘବେନ୍ଦ୍ର’ ଭଳି ଅନେକ ସୁପରହିଟ୍ ଫିଲ୍ମିରେ କାମ କରିଥିଲେ | ଏହା ପରେ ତାଙ୍କୁ ‘ବାହୁବଳି ଦି ବିଗିନିଙ୍ଗ’ ଫିଲ୍ମିରେ କାମ କରିବାର ସୁଯୋଗ ପାଇଲେ, ଯାହା ମାଧ୍ୟମରେ ସେ ଜଣେ ବଡ ସୁପରଷ୍ଟାର ହୋଇଥିଲେ | ଏବେ ଦେଖିବାକୁ ବାକି ରହିଲା କି ଫିଲ୍ମ ‘ରାଧେଶ୍ୟାମ’ ବକ୍ସ ଅଫିସରେ ଚମତ୍କାର କରିପାରିବ କି ନାହିଁ?