ସ୍ତ୍ରୀ ଖୋଲିଲେ ଗୁମର : ସିନେମା ଛାଡି ଶ୍ରୀ ରାମ ପଣ୍ଡା କାହିଁକି ସନ୍ୟାସୀ ହେଲେ ?

ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି। ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ। ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।

ଓଲିଉଡର ପ୍ରଥମ ମେଗା ଷ୍ଟାର ଶ୍ରୀରାମ ପଣ୍ଡାଙ୍କୁ ତ ଆପଣ ମନେ ରଖିଥିବେ ? କିନ୍ତୁ ସେ ହଠାତ ଫିଲ୍ମ ଦୁନିଆରୁ ଗାୟବ ହୋଇ ଯାଇଥିଲେ ଓ ସନ୍ନ୍ୟାସୀ ହୋଇ ଯାଇଥିଲେ । ଏହା ପଛର କାରଣ ଜାଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଓଲିଉଡ ଜଗତର ସୁପରଷ୍ଟାର ଶ୍ରୀରାମ ପଣ୍ଡା କେବଳ ଜଣେ ଅଭିନେତା ନୁହନ୍ତି ବରଂ ଜଣେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ କାର୍ଯ୍ୟ ମଧ୍ୟ ସେ କରି ଯାଇଛନ୍ତି । ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିଣି ନେଇଥିବା ଶ୍ରୀରାମ ପଣ୍ଡାଙ୍କ ପଣ୍ଡାଙ୍କ ବିଷୟରେ ଆମେ ଆଜି କିଛି ଜାଣିବା।

ଶ୍ରୀରାମ ପଣ୍ଡା ୧୯୫୪ ମସିହା କୋରାପୁଟ ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଅ୯୭୨ ମସିହାରେ ଓଡିଆ ଚଳଚିତ୍ର ‘ଧରିତ୍ରୀ’ ରୁ ତାଙ୍କ ଅଭିନୟ ଜୀବନ ସେ ଆରମ୍ଭ କରିଥିଲେ । ଶରତ ପୂଜାରୀ ଓ ଧଳ ବିଶ୍ଵାଳ ତାଙ୍କ ପ୍ରତିଭାରେ ମୁଗ୍ଧ ହୋଇ ଆଗକୁ ବଢିବାକୁ ସୁଯୋଗ ଦେଇଥିଲେ । ଅଭିନୟ ବିଷୟରେ ବିଶେଷ ଜ୍ଞାନ ନଥାଇ ବି ଧରିତ୍ରୀ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ ଶ୍ରୀରାମ ପଣ୍ଡା ।

ସୁନ୍ଦର ଅଭିନୟ ସାଙ୍ଗକୁ ସୁନ୍ଦର ଚେହେରାକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ ।ଏହାପରେ ସେ ‘ଯାଯାବର’ ଚଳଚ୍ଚିତ୍ରରେ ତ୍ରିପୁରା ମିଶ୍ରଙ୍କ ସହ ଅଭିନୟ କରିଥିଲେ ଓ ଏହାପରେ ‘ସିନ୍ଦୁରବିନ୍ଦୁ’ ନାମକ ଆଉ ଏକ ଚଳଚ୍ଚିତ୍ରରେ ମଧ୍ୟ ତ୍ରିପୁରା ମିଶ୍ରଙ୍କ ସହ ଅଭିନୟ କରିଥିଲେ । ଏହି ସମଯରୁ ତ୍ରିପୁରା ମିଶ୍ରଙ୍କ ସହ ତାଙ୍କ ପ୍ରେମ ସ-ମ୍ପ-ର୍କ ଗଢି ଉଠିଥିଲା । ସେମାନଙ୍କର ଆଉ ଏକ ଫିଲ୍ମ ‘ସୁବ୍ରର୍ଣ୍ଣସୀତା’ ରେ ଅଭିନୟ କରିବା ବେଳେ ଉଭୟ ଶ୍ରୀରାମ ପଣ୍ଡା ଓ ତ୍ରିପୁରା ମିଶ୍ର ବିବାହ କରିଥିଲେ।

କୁରୁକ୍ଷେତ୍ର, ଧୃତରାଜ ଓ ଝିଲମିଲ ପରି ଫିଲ୍ମରେ ଶ୍ରୀରାମ ପଣ୍ଡା ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ତାଙ୍କର ଅଭିନୟ ଓ ନୃତ୍ୟ ଦର୍ଶକଙ୍କୁ ଖୁବ ମୁଗ୍ଧ କରୁଥିଲା । କିନ୍ତୁ କୁରୁକ୍ଷେତ୍ର ପରେ ସେ ଆର୍ଥିକ ଓ ମାନ-ସିକ ରୂପରେ ଖୁବ ଦୁର୍ବଳ ହୋଇ ଯାଇଥିଲେ । ସେହି ସମୟରେ ବହୁତ କଷ୍ଟ ଓ ଅ-ଭା-ବ ମଧ୍ୟରେ ଶ୍ରୀରାମ ଗତି କରୁଥିଲେ । ଏତିକି ବେଳେ ୧୯୯୦ ମସିହାରେ ସ୍ଵାମୀ ନିରାଜନନ୍ଦ ସରସ୍ଵତୀଙ୍କ ସହ ତାଙ୍କର ଦେଖା ହୋଇଥିଲା ।

ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଶ୍ରୀରାମ ସନ୍ନ୍ୟାସୀ ଜୀବନକୁ ବାଛି ନେଇଥିଲେସେ ଜଣେ ସରଳ ମଣିଷ ଥିଲେ କିନ୍ତୁ ଚକ୍ରାନ୍ତର ଶିକାର ହୋଇ ସେ ଭାଙ୍ଗି ପଡିଥିଲେ ବୋଲି ସେ ନିଜେ କୁହନ୍ତି । ଘର ମୋର ସ୍ଵର୍ଗ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶ୍ରୀରାମ ପଣ୍ଡା ବର୍ତ୍ତମାନ ସ୍ଵାମୀ ନିତ୍ୟ ଚୈତନ୍ୟ । ସେ ନିଜ ପରିବାର ପ୍ରତି ନିଜ କର୍ତ୍ତବ୍ୟ ନିଭାଇ ନାହାନ୍ତି ବୋଲି ଏକ ସାକ୍ଷାତକାରରେ ନିଜେ ସ୍ଵୀକାର କରିଥିଲେ ।ପଛୁଆ ବର୍ଗର ପିଲାଙ୍କୁ ଶିକ୍ଷା ଦେବାରେ ସେ ସାହାଯ୍ୟ କରୁଥିଲେ । ଓଡିଶାର ଲୋକେ ଶ୍ରୀରାମ ପଣ୍ଡାଙ୍କୁ ଖୁବ ଭଲ ପାଆନ୍ତି

Leave a Reply

Your email address will not be published. Required fields are marked *