ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଦୁଇ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା । ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆକ୍ରମଣ କରିଛି ।
ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି । ପ୍ରତ୍ୟେକ ଦିନ ୟୁକ୍ରେନ ର ଜଟିଳ ଖବର ଶୁଣିବାକୁ ମିଳିଛି । ଋଷ ୟୁକ୍ରେନ ଉପରେ ବୋମା ମାଡ଼ କରି ଚାଲିଛି । ଯାହା ଫଳରେ ବଡ଼ ବଡ଼ ମହଲା ସବୁ ଭାଙ୍ଗି ଯାଉଛି । ଅନେକ ଆହତ ମଧ୍ୟ ହେଉଛନ୍ତି । ତେବେ ୟୁକ୍ରେନ ଏହି ଯୁଦ୍ଧ ରେ ହାର ମାନିବାକୁ ପ୍ରସ୍ତୁତ ନ ଥିବା ବେଳେ ଋଷ ପାଖରେ ସୈନ୍ୟ ସଂଖ୍ୟା ଅଧିକ ମାତ୍ରା ରେ ଥିବାରୁ ଆକ୍ରମଣ କରି ଚାଲିଛି । ୟୁକ୍ରେନ କୁ ଅନେକ ଦେଶ ର ରାଷ୍ଟ୍ରପତି ମାନେ ସାହାଯ୍ୟ ବଢାଇଛନ୍ତି ।
ୟୁକ୍ରେନ ରେ ଫସି ରହିଥିବା ଭାରତ ର ଛାତ୍ର ଛାତ୍ରୀ ମାନେ ବର୍ତ୍ତମାନ ଭାରତ କୁ ଫେରି ଆସିଛନ୍ତି । ଏହି ସମୟ ରେ ଏକ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସମୟ ରେ ୨୦୦୧ ଓ ୨୦୧୯ ମସିହା ର ଫୋଟୋ ଭାଇରାଲ ହେବାରେ ଲାଗିଛି । ଏହି ଫୋଟୋ ରେ ପୁଟିନ ଓ ସହିତ ଅଟଳ ବିହାରି ବାଜପୟୀ ଏକ ମିଟିଂ ରେ ଉପସ୍ଥିତ ଥିବା ବେଳେ ତାଙ୍କ ପଛରେ ନରେନ୍ଦ୍ର ମୋଦୀ ଠିଆ ହୋଇ ଥିବାର ଏ ଫୋଟୋ ଦେଖିବାକୁ ମିଳିଛି ।
୨୦୧୯ ରେ ନରେନ୍ଦ୍ର ମୋଦୀ ପୁଟିନ ଙ୍କ ସହିତ ସାକଷାତକାର ହୋଇଥିଲା ଫଳରେ ଋଷ ସହ ଭଲ ସମ୍ପର୍କ ଗଢ଼ି ଉଠିଥିଲା । ଭାରତର ଲୋକଙ୍କଉ ଆଣିବା ମିସନ ଗଙ୍ଗା ର ଆରମ୍ଭ ହୋଇଥିଲା ଓ ଏହା ପରେ ୟୁକ୍ରେନ ମଧ୍ୟ ଭାରତ କୁ ସାହାଯ୍ୟର ହାତ ବଢାଇବା ପାଇଁ ଅନୁରୋଧ କରିଛି । ଭାରତ ଅନ୍ୟ ଦେଶ ମାନଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛି । ୟୁକ୍ରେନ କୁ କିପରି ଯୁଦ୍ଧ ରୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ଋଷ ଓ ଭାରତ ମଧ୍ୟରେ ଭଲ ସମ୍ପର୍କ ଥିବାରୁ ଋଷ କୁ ଯୁଦ୍ଧ ବନ୍ଦ କରିବାକୁ ବାରମ୍ବାର ପ୍ରସ୍ତାବ ଦେଉଛି ୟୁକ୍ରେନ ।