ଆଜିକାଲି ସୋନାକ୍ଷୀ ସିହ୍ନାଙ୍କ ଗ୍ରହ ନକ୍ଷେତ୍ର ସବୁ,କିଛି ଠିକ୍ ଚାଲୁନାହିଁ । ଅତୀତରେ ତାଙ୍କର ଏକ ଫୋଟୋ ଭାଇରାଲ ହୋଇଥିଲା ଯେଉଁଥିରେ ସେ ସଲମାନ ଖାନଙ୍କ ସହ ବିବାହ କରୁଥିବାର ଦେଖାଯାଇଥିଲା । ଏହି ଫୋଟୋକୁ ନେଇକି ସୋନାକ୍ଷୀ ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କରିଥିଲେ ।କିନ୍ତୁ ବର୍ତ୍ତମାନ ସୋନାକ୍ଷୀ ନିଜେ ଆଇନଗତ ଅସୁବିଧାରେ ଫସିଯାଇଥିବାର ନଜର ଆସୁଛନ୍ତି । ଉତ୍ତରପ୍ରଦେଶର ମୁରାଦାବାଦର ଏକ କୋର୍ଟ ରେ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି ।
ଇଭେଣ୍ଟରେ ନପହଂଚିବାରୁ ହେଲା କେସ୍
ବାସ୍ତବରେ ମୁରଦାବାଦର କଟଘର ଥାନା ଅଂଚଳର ବାସିନ୍ଦା, ଇଭେଣ୍ଟ ମ୍ୟାନେଜର ପ୍ରମୋଦ ଶର୍ମା ଗୋଟେ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ,ଯେଉଁଥିରେ ସୋନାକ୍ଷୀ ସିହ୍ନାଙ୍କୁ ମୁଖ୍ୟ ଅତିଥି ହିସାବରେ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ସୋନାକ୍ଷୀ ସିହ୍ନା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଯାଇନଥିଲେ,ଯାହା ଉପରେ ଇଭେଣ୍ଟ ଆୟୋଜକ ନିଜ ପଇସା ଫେରସ୍ତ ମାଗିଥିଲେ । ଅଭଯୋଗ ଅଛି କି ସୋନାକ୍ଷୀ ସିହ୍ନାଙ୍କ ମ୍ୟାନେଜର ଇଭେଣ୍ଟ ଆୟୋଜକଙ୍କ ପଇସା ଦେବାକୁ ମନା କରିଦେଇଥିଲେ । ସୋନାକ୍ଷୀ ସିହ୍ନା ସହ ଅନେକ ଥର ସମ୍ପର୍କ କରିବା ପରେ ଯେତେବେଳେ ପିଡ଼ିତଙ୍କୁ ପଇସା ମିଳିଲା ନାହିଁ ସେତେବେଳେ ସେ ଠକେଇ ର ଅଭିଯୋଗ କୋର୍ଟ ରେ କରିଥିଲେ ।
ଠକେଇର ମାମଲାରେ ୱାରେଣ୍ଟ
ମିଡ଼ିଆ ରିପୋର୍ଟ ଅନୁଯାୟୀ କୋର୍ଟ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ତାଙ୍କ ବୟାନ ଦର୍ଜ କରିବା ପାଇଁ ସୋନାକ୍ଷୀ ସିହ୍ନା ମୁରାଦାବାଦକୁ ଆସି ଯାଇଛନ୍ତି । କିନ୍ତୁ ନିରନ୍ତର ଅନୁପସ୍ଥିତ ରହିବା ଯୋଗୁଁ ବର୍ତ୍ତମାନ ଏହି ଠକେଇ ମାମଲାରେ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି।
ସୋନାକ୍ଷୀ ଠକିଥିଲେ 36 ଲକ୍ଷ ଟଙ୍କା
ଆପଣଙ୍କୁ କହିରଖୁଛୁ କି ଏହି ମାମଲା 2018 ମସିହାର ଅଟେ ।ମୁରାଦାବାଦର କଟଘର ଥାନାରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ କୋର୍ଟ ରେ ୱାରେଣ୍ଟ ଜାରି କରାଯାଇଛି ।ମୁରାଦାବାଦର ଏସିଜେଏମ-4 ର କୋର୍ଟ ସୋନାକ୍ଷୀଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତ । ଲଗାତାର କୋର୍ଟ ରେ ଅନୁପସ୍ଥିତ ରହିବା ଯୋଗୁ କୋର୍ଟ ଏହି ୱାରେଣ୍ଟ ଜାରି କଲା । ପ୍ରମୋଦ ଶର୍ମା 2018 ରେ କଟଘର ଥାନାରେ ସୋନାକ୍ଷୀ ସିହ୍ନା ଙ୍କ ସହିତ ପାଞ୍ଚଜଣ ଲୋକମାନଙ୍କ ବରୋଧରେ ଠକାମୀ କରି 36ଲକ୍ଷ ଟଙ୍କା ନେଇଯାଇଥିବାର ଆରୋପ ଲଗାଇଛନ୍ତି ।
ଏହି ଦିନ ହେବ ଶୁଣାଣି :-
ଗାତ ଦିନମାନଙ୍କରେ ଏହି ମାମଲାର ଯାଞ୍ଜ ସମୟରେ ସୋନାକ୍ଷୀ ସିହ୍ନା ତାଙ୍କ ବୟାନ ଦର୍ଜ କରିବା ପାଇଁ ମୁରାଦାବାଦର କଟଘର ଥାନାରେ ପହଞ୍ଚିଥିଲେ | ସୋନାକ୍ଷୀ ସିହ୍ନା ନିଜ ଓକିଲଙ୍କ ସହ ଯାଇ ସେଠାରେ ନିଜ ବୟାନ ଦର୍ଜ କରିଥିଲେ | ବର୍ତ୍ତମାନ ଏହି ମାମଲା କୋର୍ଟରେ ପହଞ୍ଚିସାରିଲାଣି | ଅଦାଲତ ପୋଲିସଙ୍କୁ ସୋନାକ୍ଷୀ ସିହ୍ନା ଗିରଫ କରି 24 ଏପ୍ରିଲ କୁ କୋର୍ଟରେ ପେଶ କରିବାର ଆଦେଶ ଦେଇଛନ୍ତି |