ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି।
ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।
ଅନେକ ସମୟରେ ମହିଳାଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଖବର ଆପଣ ତ ଶୁଣିବାକୁ ପାଉଥିବେ। ବିଭିନ୍ନ ସ୍ଥାନରୁ ଏପରି ବ୍ୟବହାରର ଖବର ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି। ଆଜିର ଏହି ଶିକ୍ଷିତ ସମାଜ କେବଳ ନାମକୁ ଶିକ୍ଷିତ କିନ୍ତୁ ଚିନ୍ତାଧାରା ଅନୁସାରେ ସେ ବହୁତ ତଳେ ରହିଛି।
ଆଜିର ଲୋକମାନଙ୍କର ଚିନ୍ତାଧାରା ଝିଅ ତଥା ମହିଳା ମାନଙ୍କ ପାଇଁ ଏତେ ତଳକୁ ଖସିଯାଇଛି ଯେ, ସେହି ସମ୍ପର୍କରେ ଭାବିଲା ବେଳକୁ ଖରାପ ଲାଗୁଛି। ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ଜଣେ ଝିଅ ଏପରି କିଛି କହୁଛନ୍ତି ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ଜଣେ ଝିଅ ଭିଡିଓରେ କହୁଛନ୍ତି ଯେ‘ଆମେ ଯେତେବେଳେ ସ୍କୁଲରେ ପାଠ ପଢୁଥିଲେ ସେତେବେଳେ ସ୍କୁଲ ବାହାରେ ସାର ଆସୁଥିବାର ଦେଖି ଆମେ ଭାବୁ କେମିତି ସାରଙ୍କୁ ପାସ୍ କରି ଚାଲିଯିବା ବା କେଉଁଠି ଗୋଟେ ଲୁଚି ଯିବା ଯେମିତି ସାର ଆମକୁ ଦେଖି ପାରିବେ ନାହିଁ । ଆଉ ଯଦି ମୁହାଁ ମୁହିଁ ହେଇଗଲ ତ ଗଲା ସେଇଠି ଆଣ୍ଠେଇବାକୁ ପଡିବ ତା ପରେ ପୁରା ନରମିକି ଆମେ ଛିଡା ହେଉଥିବା ।
ହେଲେ ଏବେ ପରିସ୍ଥିତି ଏମିତି ହେଇଯାଇଛି ପିଲା ମାନେ ସାରଙ୍କୁ ନୁହେଁ ସାର କେମିତି ପିଲା ମାନଙ୍କୁ ଦେଖି ଖସିବେ ତାହା ଭାବୁ ଛନ୍ତି ।‘ଆଜିକାଲି ଗୁରୁ ଶିଷ୍ୟଙ୍କ ମଧ୍ୟରେ ଯେଉଁ ଭଲ ପାଇବା ଥିଲା ବା ଗୁରୁଙ୍କ ପାଇଁ ଯେଉଁ ଭୟ ଥିଲା ତାହା ଦେଖିବାକୁ ମିଳୁ ନାହିଁ ।