ଯୁଦ୍ଧ ମଝିରେ ୟୁକ୍ରେନର ମହିଳାମାନଙ୍କୁ ଭେଟିବାକୁ ଡାକୁଛନ୍ତି ଋଷର ସୈନିକ, ଫଟୋ ସହିତ ପଠାଉଛନ୍ତି ଏପରି ମେସେଜ !

ଋଷ ୟୁକ୍ରେନରେ ମିଲିଟାରୀ ଅପେରେସନ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ରାଜଧାନୀ କିବି ସମେତ 11 ଟି ସହରରେ କ୍ଷେପଣାସ୍ତ୍ର ଆକ୍ରମଣର ଖବର ଆସିଛି। ଅନେକ ସ୍ଥାନରେ ଋଷ କ୍ରୁଜ୍ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ଆକ୍ରମଣ କରିଛି। ଏହି ସମୟ ମଧ୍ୟରେ ୟୁକ୍ରେନର ମହିଳାମାନେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ଜଣେ ୟୁକ୍ରେନ ମହିଳା ଦାବି କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିଣ୍ଡରରେ ଋଷର ସୈନିକମାନେ ତାଙ୍କୁ ଫ୍ଲର୍ଟିଂ ମେସେଜ ପଠାଉଛନ୍ତି।

ରିପୋର୍ଟ ଅନୁଯାୟୀ ଆଣ୍ଡ୍ରେଇ, ଆଲେକ୍ସଜାଣ୍ଡାର୍, ଗ୍ରେଗୋରୀ ଏବଂ ମାଇକେଲ୍ ସମେତ ଅନେକ ଋଷ ସୈନିକ ଡେଟିଂ ଆପ୍ ରେ ସେମାନଙ୍କର ପ୍ରୋଫାଇଲ୍ ସୃଷ୍ଟି କରିଛନ୍ତି। Dasha Synelnikova ନାମକ ଜଣେ ମହିଳା କହିଛନ୍ତି ଯେ ଗତ କିଛି ଦିନ ହେବ ଅନେକ ରୁଷିଆ ସୈନିକ ଟିଣ୍ଡରରେ ତାଙ୍କ ବାର୍ତ୍ତା ଏବଂ ରିକ୍ୱେଷ୍ଟ ପଠାଉଥିଲେ।

Synelnikova କହିଛନ୍ତି ଯେ – ମୁଁ ୟୁକ୍ରେନର Kyiv ରେ ରହେ। ଯେତେବେଳେ ଜଣେ ବନ୍ଧୁ ମୋତେ କହିଥିଲେ ଯେ ଟିଣ୍ଡରରେ ବହୁତ ଋଷ ସୈନିକ ଅଛନ୍ତି, ମୁଁ ମୋର ଲୋକେସନ ସେଟିଂକୁ ବଦଳାଇଲି। ସେଥିରେ ମୁ ରୁଷିଆ ସୈନିକମାନଙ୍କ ଠାରୁ ମେସେଜ ପାଇବା ଆରମ୍ଭ କଲି

ସ୍କ୍ରିନସଟ ସେୟାର କରି ମହିଳା ଜଣକ ଦାବି କରିଛନ୍ତି ଯେ ଋଷର ସୈନିକମାନେ ଫ୍ଲଟିଂ କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ତାଙ୍କ ମେସେଜ ପଠାଉଛନ୍ତି। ଅନେକ ସୈନିକ ସେମାନଙ୍କ ଫଟୋ ସହିତ ମହିଳାମାନଙ୍କ ନିକଟକୁ ସେମାନଙ୍କ ପଦବୀ ବିଷୟରେ ସୂଚନା ପଠାଇଥିବା ଜଣାଯାଇଛି।

ଏହି ସମୟରେ Dasha Synelnikova 31 ବର୍ଷିୟ ଆଣ୍ଡ୍ରେଇଙ୍କ ସହ ଏକ ମେସେଜ ଦେଇ କଥା ହୋଇଥିଲେ। Dasha ଆଣ୍ଡ୍ରେଇଙ୍କୁ ପଚାରିଲେ ତୁମେ କେଉଁଠାରେ ରାହୁଛ? କଣ ତୁମେ Kharkiv ରହୁଛ କି? ଏଥିରେ ଆଣ୍ଡ୍ରେଇ କହିଛନ୍ତି- ” ମୁଁ ଖାର୍କିଭରେ ନାହିଁ କିନ୍ତୁ ମୁଁ ସେଠାରୁ 80 କିଲୋମିଟର ଦୂରରେ ରହୁଛି”।

Dasha ପୁଣି ପଚାରିଲେ- “ଆମକୁ ଭେଟିବାକୁ ଆପଣଙ୍କର କୌଣସି ଯୋଜନା ଅଛି କି?” ଏଥିରେ ଆଣ୍ଡ୍ରେଇ ଉତ୍ତର ଦେଇଛନ୍ତି- “ମୁଁ ଖୁସିର ସହ ଆସିବି, କିନ୍ତୁ 2014 ପରଠାରୁ ଋଷର ଲୋକଙ୍କୁ ୟୁକ୍ରେନକୁ ସ୍ୱାଗତ କରାଯାଇ ନାହିଁ। Dasha ପୁଣି ପଚାରିଲେ- “ତୁମେ କଣ କରୁଛ?” ଆଣ୍ଡ୍ରେଇ ଏହାର କୌଣସି ପ୍ରତ୍ୟକ୍ଷ ଉତ୍ତର ଦେଇନାହାଁନ୍ତି।

Dasha ଆହୁରି କହିଛନ୍ତି- ‘ପଠାଯାଇଥିବା ଏକ ଚିତ୍ରରେ, ଋଷର ସୈନିକଙ୍କ ଏକ ପୋଷାକରେ ଦେଖିବାକୁ ମିଳିଥିଲା। ଅନ୍ୟ ଏକ ଫଟୋରେ ବ୍ୟକ୍ତି ଜଣକ ତାଙ୍କ ପିସ୍ତଲ ସହିତ ଖଟ ଉପରେ ପୋଜ ଦେଉଥିଲେ। ମୁଁ କେବେ ବି ଶତ୍ରୁ ସହିତ କଥାବାର୍ତ୍ତା କରିବାକୁ ଚିନ୍ତା କରିପାରିବି ନାହିଁ। ମୁଁ ଟିଣ୍ଡରରେ ତାଙ୍କ ରିକ୍ୱେଷ୍ଟ କୁ ରିଜେକ୍ଟ କରିଦେଇଛି।

Leave a Reply

Your email address will not be published. Required fields are marked *