ସୁଦୂର ଆମେରିକାରୁ କଣ୍ଟ୍ରୋଲ ହେଉଛନ୍ତି ରାଜବୀର ମା ଆଉ ଦାନ ଟଙ୍କା! ସନ୍ଦେହରେ ଆକାଉଣ୍ଟ ଡିଟେଲ

ରାଜବୀର ରାଣା । ଏହି ନାଆଁଟି ବର୍ତ୍ତମାନ ସାରା ଓଡ଼ିଶାରେ ଖୁବ ଚର୍ଚ୍ଚାରେ ଅଛି । ଆଉ ଚର୍ଚ୍ଚାରେ କାହିଁକି ବା ରହିବନି, ଛୋଟ ପିଲାଟି । ଯିଏ ଦୁନିଆ କଣ ଏପର୍ଯ୍ୟନ୍ତ ଜାଣିନି । ତାକୁ ଭଗବାନ ବିରଳ ରୋଗରେ ପୀଡିତ କରାଇଛନ୍ତି । ବିରଳ ରୋଗରେ ପୀଡିତ ହୋଇ ରାଜବୀର ବର୍ତ୍ତମାନ କଷ୍ଟରେ ଛଟପଟ ହେଉଛି । ଆଉ ରାଜବୀରଙ୍କୁ ବଞ୍ଚାଇବା ପାଇଁ ହେଲେ ପାଖାପାଖି ୧୬ କୋଟିରୁ ଅଧିକ ଟଙ୍କା ଦରକାର ।

ଯାହା ତାଙ୍କ ବାପା ମାଆଙ୍କ ପାଇଁ ସଂଗ୍ରହ କରିବା ବହୁତ କଷ୍ଟକର । ତେଣୁ ଅନେକ ସ୍ବେଚ୍ଛାସେବ ସଂଗଠନ ଆଗକୁ ଆସିଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ । ବର୍ତ୍ତମାନ ସୁଦ୍ଧା ୫ କୋଟିରୁ ଅଧିକ ଟଙ୍କା ସଂଗ୍ରହ ହୋଇ ସାରିଛି । ଯାହାକି ରାଜ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜବୀରଙ୍କର ମାଆ । ପ୍ରାୟ ଏକ ମାସ ଧରି ରାଜବୀରଙ୍କ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି ।

କୁନି ପୁଅ ରାଜବୀରଙ୍କୁ ଏକ ବିରଳ ରୋଗ ହୋଇଛି ଓ ଏହି ରୋଗର ଚିକିତ୍ସା ପାଇଁ ଅନେକ ଟଙ୍କାର ଆବଶ୍ୟକତା ରହିଛି । ତେବେ ବାପା ମା ଅସମର୍ଥ ଥିବାରୁ ନିଜ ପୁଅର ଚିକିତ୍ସା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ ଆର୍ଥିକ ସହାୟତା ମାଗିଥିଲେ ରାଜବୀରଙ୍କର ବାପା ଓ ମାଆ । ତେବେ ରାଜବୀରଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ଅନେକ ଲୋକ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି । କିଏ ୧୦ ଟଙ୍କା ତ କିଏ ୧୦୦୦ ଟଙ୍କା ଯାହାର ଯେତିକି ସାମର୍ଥ୍ୟ ରହିଛି ସେ ସେତିକି ଟଙ୍କା ପ୍ରଦାନ କରୁଛି ।

ତେବେ ବନ୍ଧୁଗଣ ଏସବୁ ମଧ୍ୟରେ ବର୍ତମାନ ସମୟରେ ଦେଖା ଦେଉଛି ଟଙ୍କା କଲେକ୍ସନ କୁ ନେଇ ଗଣ୍ଡଗୋଳ ଓ ବିବାଦ । ରାଜବୀରର ଟଙ୍କା ହାତେଇବା ପାଇଁ ଚାଲିଛି ଏବେ ବିଭିନ୍ନ ପ୍ରକାର ଷଡଯନ୍ତ୍ର । ରାଜବୀର ଟଙ୍କାରେ ଦଲାଲି । ଚିକିତ୍ସା ପାଇଁ ସଂଗୃହିତ ଅର୍ଥ ଉପରେ ଦଲାଲଙ୍କ ଆଖି । ରାଜବୀର ଚିକିତ୍ସା ଟଙ୍କାକୁ ହାତେଇବା ପାଇଁ ବଡ଼ ଷଡଯନ୍ତ୍ର । ଭାଇରାଲ୍ ହୋଇଥିବା ଅଡିଓକୁ ନେଇ ବଢୁଥିଲା ଚିନ୍ତା ।

ତେବେ ଶେଷରେ ଏହି ଭିଡିଓକୁ ନେଇ ରାଜବୀରଙ୍କ ମା’ ଅଭିଯୋଗ କରିଥିଲେ ଯେ ଏହି ଭିଡିଓ ଟି ପୁରୁଣା ଭିଡିଓ ଏବଂ ଏହାକୁ ଦେବବ୍ରତ ଷଡ଼ଙ୍ଗୀ ନାମକ ଜଣେ ଯୁବକ ତାଙ୍କୁ ହାରାସମେଣ୍ଟ କରିବାକୁ ଭାଇରାଲ କରିଥିବା ନେଇ ମତ ରଖିଥିଲେ । ଏହାରି ମଧ୍ୟରେ ସମାଜସେବୀ ଦେବବ୍ରତ ଷଡ଼ଙ୍ଗୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ ରାଜବୀରର ବାପା ମା ଟଙ୍କା ହଡ଼ପ କରୁଛନ୍ତି । ଭୁଲ କାମରେ ପବ୍ଲିକଙ୍କ ଟଙ୍କାକୁ ବରବାଦ କରୁଛନ୍ତି, ତାଙ୍କ ସହ ଆହୁରି କିଛି ଦଲାଲ ଅଛନ୍ତି ଏବଂ ଏମାନେ ସମସ୍ତେ ଏହି ଟଙ୍କାକୁ ଚଳୁ କରିବାକୁ ବସିଛନ୍ତି ।

ତେଣୁ ମୁଁ ଅନୁରୋଧ କରୁଛି ରାଜବୀରଙ୍କ ବାପା ମା’ଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାନ୍ତୁ ନାହିଁ, ବରଂ ସରକାରଙ୍କ ପାଖରେ ରାଜବୀର ଚିକିତ୍ସା ପାଇଁ ପ୍ରୟାସ କରନ୍ତୁ ବୋଲି କହିଥିଲେ ସମାଜସେବୀ ଦେବବ୍ରତ ଷଡ଼ଙ୍ଗୀ । ଆଉ ବର୍ତମାନ ସମୟରେ ଯାହା ଅଭିଯୋଗ ଆସିଛି କି ଆମେରିକାରୁ କଣ୍ଟ୍ରୋଲ ହେଉଛି ରାଜବୀରଙ୍କ ଦାନ ଟଙ୍କା । ଯାହାକି ଭାଇରାଲ ହେଉଥିବା ଏକ ଓଡିଓରୁ ସ୍ପଷ୍ଟ ଜଣା ପଡୁଛି । ଯେଉଁଥିରେ ଅନୁ ନାମକ ଜଣେ ମହିଳା ରାଜବୀରଙ୍କ ମାଙ୍କୁ କହୁଛନ୍ତି ବ୍ୟାଙ୍କ ଡିଟେଲ୍ସ ଆଉ ମୋବାଇଲ ନମ୍ୱର୍ କାହାକୁ ଦେବନି କେବଳ ଗୁପ୍ତା ସାରଙ୍କୁ ଦେବ । ତେବେ ଏହି ଗୁପ୍ତା ସାର୍ କିଏ ଆଉ କଣ ତାଙ୍କର ଭୂମିକା ରହିଛି ରଜବୀରଙ୍କ କେଶ୍ ରେ ତାହା ଏବେ ସନ୍ଦେହ ଘେରରେ ।

Leave a Reply

Your email address will not be published. Required fields are marked *