ଭାରତକୁ କୃଷି ପ୍ରଧାନ ଦେଶ କୁହାଯାଏ। ଏହି ଦେଶର ପାଖାପାଖି ୭୦ପ୍ରତିଶତ ଜନତା ଆଜି ମଧ୍ୟ ଚାଷ ଉପରେ ନିର୍ଭର କରନ୍ତି। ଚାଷ କରୁଥିବା ପ୍ରତ୍ୟେକ କୃଷକ ନିକଟରେ ଏକ ଟ୍ରାକ୍ଟର ନିଶ୍ଚିତ ଥାଏ। ଏହି ଟ୍ରାକ୍ଟର ଚାଷ କରିବାରେ ବହୁତ ସାହାଯ୍ୟ କରେ। ଏହି ଟ୍ରାକ୍ଟରର ସହାୟତାରେ କୃଷକ ସହଜରେ ନିଜର କାମ କରିପାରେ।
ଯଦି ଆପଣ ନୋଟିସ କରିଥିବେ ତେବେ ଟ୍ରାକ୍ଟରର ଆଗ ଚକ ଛୋଟ ଟାୟାର ଥାଏ ଯେତେବେଳେକି ପଛ ଚକ ବଡ ଟାୟାର ଥାଏ। ଏମିତିରେ କଣ ଆପଣ କେବେ ଏହାର କାରଣ ଜାଣିଛନ୍ତିକି? ଆଗ ଓ ପଛର ଟାୟାର ସାଇଜରେ ଏତେ ବଡ ଅନ୍ତର କାହିଁକି ରଖାଯାଏ? ଯେତେବେଳେକି କାରରେ ଏମିତି ଆଦୌ ହୁଏନାହିଁ। ଆସନ୍ତୁ ଜାଣିବା।
ଟ୍ରାକ୍ଟରର ପ୍ରତ୍ୟେକ ଟାୟାରର ଥାଏ ଏକ ଖାସ ଉଦ୍ଦେଶ୍ୟ:-
ଟ୍ରାକ୍ଟରର ଆଗ ଓ ପଛ ଚକର ଉଦ୍ଦେଶ୍ୟ ଅଲଗା ଅଲଗା ଥାଏ। ଏହା ଟ୍ରାକ୍ଟରର ହ୍ୟାଣ୍ଡେଲିଂରେ ସୁବିଧା ହୁଏ। ଟ୍ରାକ୍ଟରର ଗ୍ରିପ, ବାଲାନସ, ତେଲ ପରି ଅନେକ ଜିନିଷରେ ଭିନ୍ନ ଭିନ୍ନ ରୋଲ ପ୍ଲେ କରିଥାଏ। ଏହି ସମସ୍ତ ଜିନିଷକୁ ଧ୍ୟାନରେ ରଖି ଟ୍ରାକ୍ଟରର ଡିଜାଇନ କରାଯାଏ।
ଏଥିପାଇଁ ଛୋଟ ହୋଇଥାଏ ଟ୍ରାକ୍ଟରର ଆଗ ଟାୟାର:-
ଟ୍ରାକ୍ଟରର ଆଗରେ ଲାଗିଥିବା ଛୋଟ ଟାୟାର ସାହାଯ୍ୟର ଦିଗ ଜଣାପଡେ। ଏହି ଟାୟାର ସିଧାସଳଖ ଷ୍ଟୟରିଙ୍ଗ ସହ ଯୋଡ଼ିଥାଏ। ଯେତେବେଳେ ଷ୍ଟୟରିଙ୍ଗ ବୁଲେ ସେତେବେଳେ ଚକ ମଧ୍ୟ ବୁଲେ। ଏହାର ଟାୟାରର ଆକାର ଛୋଟ ହେବା କାରଣରୁ ଷ୍ଟୟରିଙ୍ଗ ବୁଲାଇବାରେ ମଧ୍ୟ ସୁବିଧା ହୁଏ। ଏହା ବ୍ୟତୀତ ଛୋଟ ଟାୟାର ହେବା କାରଣରୁ ଇଞ୍ଜିନ ଉପରେ ଚାପ କମ ପଡ଼ିଥାଏ। ଏହା ଦ୍ବାରା ତେଲ ମଧ୍ୟ କମ ଖର୍ଚ୍ଚ ହୁଏ।
ଟ୍ରାକ୍ଟରର ପଛ ଟାୟାର ଏଥିପାଇଁ ହୋଇଥାଏ ବଡ:-
ଚାଷ ଓ ଗାଁରେ ବ୍ୟବହାର ହେଉଥିବା ଟ୍ରାକ୍ଟର କଞ୍ଚା ରାସ୍ତା, ମାଟି ରାସ୍ତା, କାଦୁଆ ରାସ୍ତାରେ ଅଧିକ ଚଳାଇବାକୁ ପଡେ। ଏହା କାର କିମ୍ବା ବାଇକ ମୁକାବିଲାରେ ଏମିତି ସ୍ଥାନ ଉପରେ ଅଧିକ ଭଲରେ ଚାଲିପାରେ। ଏହା ସେଠାରେ ଫସିବାର ସମ୍ଭାବନା ବହୁତ କମ ଥାଏ। ଏହି କାରଣରୁ ଏହାର ପଛରେ ବଡ ଓ ଶକ୍ତ ଟାୟାର ହୋଇଥାଏ।
ଏହି ବଡ ଟାୟାର କାରଣରୁ ଟ୍ରାକ୍ଟର କାଦୁଆ ଓ ମାଟିକୁ ଧରି ଚାଲେ। ଏହା କାଦୁଅରେ ସହଜରେ ଖସେ ନାହିଁ। ସେହିପରି ଟ୍ରାକ୍ଟରର ଆଗରେ ବଡ ଓ ଭାରି ଇଞ୍ଜିନ ଲାଗିଥାଏ। ଏମିତିରେ ପଛରେ ଲାଗିଥିବା ବଡ ଟାୟାର ଟ୍ରାକ୍ଟରର ଓଜନକୁ ସମାନ ରଖିବାରେ କାର୍ଯ୍ୟ ମଧ୍ୟ କରେ। ଏହା ବ୍ୟତୀତ ଯେତେବେଳେ ଟ୍ରାକ୍ଟର ଲୋକ ନେଇ ଯାଏ ସେତେବେଳେ ଦୁଇଟି ବଡ ଟାୟାର ଟ୍ରାକ୍ଟରକୁ ଆଗକୁ ଉଠିବାକୁ ଦିଅନ୍ତି ନାହିଁ।