ସ୍ୱାମୀ ଆଉ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କର ମଜବୁତରେ ପାରସ୍ପରିକ ବିଶ୍ୱାସ ହିଁ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଥାଏ | କିନ୍ତୁ ଯେତେବେଳେ ଏହି ବିଶ୍ୱାସ ଭାଙ୍ଗିଯାଏ, ଅନେକ ଲୋକ ଏହାକୁ ସହ୍ୟ କରିପାରନ୍ତି ନାହିଁ | ସମାନ ଘଟଣା ଘଟିଲା ଯେତେବେଳେ ଜଣେ ସ୍ତ୍ରୀ ଲାଠିରେ ମାରି-ମାରି ସ୍ୱାମୀଙ୍କ ହାତ ଭାଙ୍ଗିଦେଲା, ଯେଉଁ ହାତରେ ସେ ତାଙ୍କ ମୁଣ୍ଡରେ ରଖି ରାଣ ଖାଇଥିଲେ | ଚାଲନ୍ତୁ ଆପଣଙ୍କୁ ପୁରା କାହାଣୀ ଟି କହିବା |
ସ୍ତ୍ରୀର ମୁଣ୍ଡରେ ହାତ ରଖି ଖାଇଥିଲେ ରାଣ :-
ଏହି ମାମଲା ୟୁପି ର ରାମପୁରର ଆଜିମନଗର ପୋଲିସ ଷ୍ଟେସନ ଅଞ୍ଚଳର ବାଗ୍ରବାବା ଗାଁର ଅଟେ | ପ୍ରକୃତରେ ଏଠାରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ମୁଣ୍ଡରେ ହାତ ରଖି ରାଣ ଖାଇଥିଲେ କି ସେ ଆଉ କେବେ ବି ମଦ୍ୟପାନ କରିବେ ନାହିଁ | କିନ୍ତୁ ସେ ଏହି ରାଣକୁ ସେ ଅଧିକ ସମୟ ଧରି ରଖିପାରିଲେ ନାହିଁ | ମଦ ନିଶା ତାଙ୍କୁ ସ୍ତ୍ରୀଙ୍କ ରାଣ ଭାଙ୍ଗିବାକୁ ବାଧ୍ୟ କରିଦେଲା | ରାଣ ଖାଇବା ସତ୍ତ୍ୱେ ଯେତେବେଳେ ପତ୍ନୀ ତାଙ୍କୁ ମଦ୍ୟପାନ କରିଥିବାର ଦେଖିଲେ, ସେତେବେଳେ ସେ କ୍ରୋଧିତ ହୋଇଗଲେ ଆଉ ଏକ ଲାଠିରେ ବାଡେଇ ବାଡେଇ ତାଙ୍କ ହାତ ଭାଙ୍ଗିଦେଲେ, ଯେଉଁ ହାତକୁ ସେ ତାଙ୍କ ମୁଣ୍ଡରେ ରଖି ରାଣ ଖାଇଥିଲେ |
ମଦକୁ ନେଇ ବାରମ୍ବାର ହେଉଥିଲା ଝଗଡା :-
ପ୍ରାୟ 8 ବର୍ଷ ପୂର୍ବେ ମହେନ୍ଦ୍ର ବିବାହ କରିଥିଲେ। ମହେନ୍ଦ୍ର ବହୁତ ମଦ ପିଉଥିଲେ । ସେ ଅନେକ ସମୟରେ ମଦ ପି-କରି ଘଋକୁ ମଧ୍ୟ ଆସିଯାଉଥିଲେ | ସ୍ୱାମୀଙ୍କ ମଦ୍ୟପାନକୁ ନେଇ ପ୍ରତିଦିନ ଘରେ ଝଗଡା ହେଉଥିଲା | ମହେନ୍ଦ୍ରଙ୍କ ଅତ୍ୟଧିକ ମଦ୍ୟପାନ ପାଇଁ ସ୍ତ୍ରୀ ଅନେକ ଥର ରାଗିଯାଇ ତାଙ୍କ ବାପାଙ୍କ ଘରକୁ ଚାଲିଯାଇଥିଲେ |
ସ୍ୱାମୀ ମଦ୍ୟପାନ ନକରିବାକୁ ରାଣ ଖାଇଲେ :-
କିଛି ଦିନ ପୂର୍ବରୁ ମହେନ୍ଦ୍ର ତାଙ୍କ ପତ୍ନୀଙ୍କ ମୁଣ୍ଡରେ ହାତ ରଖି ମଦ୍ୟପାନ ନକରିବାକୁ ରାଣ ଖାଇଥିଲେ | ଏହା ସତ୍ତ୍ୱେ ମହେନ୍ଦ୍ର ଗତ କିଛି ଦିନ ପୂର୍ବରୁ ମଦ୍ୟପାନ କରି ଘରୁକୁ ଆସିଥିଲେ | ଯେତେବେଳେ ଶପଥ ରାଣ କୁ ଭାଙ୍ଗିଦେଲେ, ସେତେବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା | ମହେନ୍ଦ୍ର ତାଙ୍କ ପତ୍ନୀଙ୍କୁ ବହୁତ ମାରିଲେ ଆଉ ତା’ପରେ ଅନ୍ୟ ଏକ କୋଠରୀକୁ ଯାଇ ଚୁପଚାପ୍ ମଦ ପିଇବାକୁ ଲାଗିଲେ | ରାଣ ଖାଇବା ସତ୍ତ୍ୱେ ସ୍ୱାମୀ ମଦ୍ୟପାନ କରିଥିବାର ଦେଖି ସ୍ତ୍ରୀ କ୍ରୋଧିତ ହୋଇ ଗୋଟେ ଲାଠିରେ ଆଘାତ କରି ସ୍ୱାମୀଙ୍କ ହାତ ଭାଙ୍ଗିଦେଲେ
ଚେଲେଇବା ଶବ୍ଦ ଶୁଣି ଆଖ-ପାଖ ପଡୋଶୀ ଲୋକମାନେ ଘଟଣାସ୍ଥଳକୁ ଆସିଗଲେ | ସେମାନେ ଏହି ବିଷୟରେ ସୂଚନା ଡାଏଲ୍ 100 ୟୁପି ପୋଲିସକୁ ଦେଇଛନ୍ତି | ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ବିରୋଧରେ ପୋଲିସ ଅଭିଯୋଗ ଦେଇଥିବ ବେଳେ ବର୍ତ୍ତମାନ କିନ୍ତୁ ସ୍ୱାମୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି | ପ୍ରାୟ ଏକ ସପ୍ତାହ ପୂର୍ବରୁ ମହେନ୍ଦ୍ର ତାଙ୍କ ପତ୍ନୀଙ୍କ ମୁଣ୍ଡରେ ହାତ ରଖି ରାଣ ଖାଇଥିଲେ ଯେ ସେ ଆଉ ମଦ୍ୟପାନ କରିବେ ନାହିଁ ବୋଲି | ଯେତେବେଳେ ସ୍ୱାମୀ ଆଠ ଦିନ ପରେ ମଦ୍ୟପାନ କରିବାକୁ ଚେଷ୍ଟା କଲେ,ତ ସେତେବେଳେ ହୋଇଥିଲା ଏହି ହାଙ୍ଗାମା |