ଦେଶ ବିଦେଶର ଡାକ୍ତରମାନେ ସରକାରଙ୍କୁ ଲେଖିଲେ ଚିଠି, ଭୁଲ ଔଷଧକ ଦିଆଯାଉଛି କରୋନା ରୋଗୀଙ୍କୁ,ଦ୍ଵିତୀୟ ଲହରୀ ପରି ଜମାରୁ ବି ଭୁଲ କରନ୍ତୁ ନାହିଁ !

ଗତ କିଛି ମାସ କୋରୋନ ର ପ୍ରୋକୋପ ଧୀରେ ଧୀରେ କମ ହେବାରେ ଲାଗିଛି। ତେବେ ଏହା ଲୋକଙ୍କ ପାଇଁ ଏକ ଭଲ ଖବର। କୋରୋନ ର ଦ୍ୱିତୀୟ ଲହର୍ ରେ ସଙ୍କ୍ରମଣ ସଂଖ୍ୟା ଏତେ ବଢ଼ି ଯାଇ ଥିଲା ଯେ ,ଘରେ ଘରେ ଏହି ରୋଗ ବ୍ୟାପି ଅନେକ ଲୋକଙ୍କ ଜୀବନ ନେଇ ଥିଲା।ପ୍ରତି ଦିନ ସଙ୍କ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟ ବଢ଼ୁଥିଲା। ସେତେବେଳେ ଦେଶ ର ଆର୍ଥିକ ସ୍ଥିତି ଭଲ ନଥିଲା। କୋରୋନ ଯୋଗୁ ସରକାର ଦେଶ ରେ ଲକ ଡାଉନ କୋରିଦେଇ ଥିଲେ। ଯାହା ପାଇଁ ଲୋକ ଙ୍କ ରୋଜଗାର ବନ୍ଦ ହୋଇ ଯାଇଥିଲା।

ଅନେକ ଲୋକ ସେହି ସମୟ ରେ ଖାଇବା କୁ ମଧ୍ୟ ପାଇ ନାହାନ୍ତି , ଅନେକ ସମସ୍ୟା ଦେଇ କରିଛନ୍ତି। ଆଉ ତା ସହ ଦେଶ ରେ ଭ୍ୟାକ୍ସିନ ମଧ୍ୟ ଲୋକଙ୍କୁ ଦିଆ ଯାଇ ନ ଥିଲା। ଯାହା ସଙ୍କ୍ରମଣ ସହ ମୃତ୍ୟୁର ସଂଖ୍ୟ ବି ବଢ଼ୁ ଥିଲା। ଏହି ଅଜଣା ମହାମରି ଯୋଗୁ ଲୋକଙ୍କର୍ ବ୍ୟବସାୟ , ଚାକିରୀ ବନ୍ଦ ହୋଇ ଯାଇଥିଲା। ମୁଲିଆ ମଜୁରୀ ମାନେ ଖାଇବାକୁ ପାଉ ନ ଥିଲେ। ତେବେ ଦେଖିବା କୁ ଗଲେ ସମସ୍ତେ ଅନେକ ସମସ୍ୟା ଦେଇ ଗତି କରୁ ଥିଲେ।

ତେବେ ସେହି ସମୟରେ କୋରୋନା ର ସଙ୍କ୍ରମଣ ଏତେ ଥିଲା ଯେ , ଲୋକ ମାନେ ହସ୍ପିଟାଲ ରେ ବି ବେଡ଼ ପାଉ ନ ଥିଲେ। ଆଉ ବହୁତ ହଇରାଣ ମଧ୍ୟ ହୋଇ ଛନ୍ତି। ଅନେକ ଲୋକ ଏହାର ଫାଇଦା ଉଠାଇ ଗରିବ ସଧାରଣ ଲୋକ ଙ୍କ ଠୁ ଅଧିକ ମୂଲ୍ୟ ରେ ଔଷଧ ,ଟେଷ୍ଟ ଆଦି କରାଉ ଥିଲେ।

ତେଣୁ ଲୋକ ମାନେ ବାଧ୍ୟ ହୋଇ ଅଧିକ ମୂଲ୍ୟ ଦେଉ ଥିଲେ।ତେବେ ପୁଣି କୋରୋନା ର ସଙ୍କ୍ରମଣ ବଢ଼ି ବାରେ ଲାଗିଛି। ତେଣୁ ଦେଶ ବିଦେଶର ୩୫ ଜଣ ପ୍ରସିଦ୍ଧ ଡାକ୍ତରମାନେ ବର୍ତ୍ତମାନ ଦିଆ ଯାଉଥିବା କୋଭିଡ ଚିକିତ୍ସା ଉପରେ ପ୍ରଶ୍ନ କରିଛନ୍ତି । ସରକାରଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ଡାକ୍ତରମାନେ କେନ୍ଦ୍ର ଓ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗମାନଙ୍କୁ ଚିଠି ଲେଖି ଏହି ବିଷୟରେ ଅବଗତ କରାଇଛନ୍ତି।

ଆଉ ସେମାନେ ଏହିଭଳି ଔଷଧ ଓ ଟେଷ୍ଟକୁ ରୋକିବା ପାଇଁ କହିଛନ୍ତି ଯାହାକି କରୋନାର ଚିକିତ୍ସା ପାଇଁ ଜରୁରୀ ନୁହେଁ । ତେବେ ଡାକ୍ତର ମାନେ ପଇସା ଲୋଭ ରେ ରୋଗୀ ଙ୍କୁ ବିନା କାରଣ ରେ ହସ୍ପିଟାଲରେ ଭର୍ତି କରିବା କୁ କହୁ ଥିଲେ। ତେବେ ସେହି ୩୫ ଜଣ ଡାକ୍ତର ମାନେ ସ୍ପଷ୍ଟ କୋହିଛନ୍ତି କି , ସରକାର ସେହି ଭଳି ଭୁଲ କରୁଛନ୍ତି

ଯାହା ଦ୍ୱିତୀୟ ଲହର୍ ରେ କରୁ ଥିଲେ। ଯାହା ଧୀରେ ଧୀରେ ଅଧିକ କ୍ଷତି କରି ହୋଇ ପରେ। ତେବେ ସେହି ୩୫ ଜଣ ଡାକ୍ତର ମାନେ କେନ୍ଦ୍ର ସରକାର ,ରାଜ୍ୟ ସରକାର ଓ ଇଣ୍ଡିଆନ ମେଡିକାଲ ଏସୋଶିୟେଶନକୁ ଚିଠି ଲେଖିଛନ୍ତି । ଏହି ଚିଠିରେ Johns Hopkins Universityର କିଛି ଭାରତୀୟ ଡାକ୍ତର ମଧ୍ୟ ହସ୍ତକ୍ଷର କରିଛନ୍ତି।

ତେବେ ଏହି ଚିଠି ରେ ଲେଖା ହୋଇଛି କି ଯୋଉ ଭୁଲ୍ ୨୦୨୧ ରେ କରା ଯାଉ ଥିଲା ପୁଣି ଥରେ ସେହି ଭୁଲ ୨୦୨୨ ରେ କରା ଯାଉଛି। ଡାକ୍ତର ମାନେ ମୁଖ୍ୟ ୩ ଟି ବିଷୟ ରେ ଆଲୋଚନା କରିଛନ୍ତି । ଭୁଲ ଔଷଧ , ଭୁଲ ଟେଷ୍ଟ ଏବଂ ଶୁଖିଲା ରେ ହସ୍ପିଟାଲରେ ଭର୍ତି କରାଇବା। ତେବେ ସେହି ଡାକ୍ତର ମାନଂକର କହିବା କଥା କି ଚିକିତ୍ସା ପାଇଁ ସାର୍କ୍ସ୍ ଆଧାରିତ ଚିକିତ୍ସାକୁ ଆପଣାଇବା ଉଚିତ।ତେବେ କୋଭିଡ ଚିକିତ୍ସା ରେ ସଠିକ ଟେଷ୍ଟ କୁ ନେଇ ରଣନୀତି କରିବା ଉଚିତ। ଦେଖିବା କୁ ଗଲେ ଏହି ଲହର୍ ରେ ରୋଗୀ ମାନ ଙ୍କ ମଧ୍ୟ ରେ କମ ଲକ୍ଷଣ ଦେଖିବା କୁ ମିଳୁଛି।ଏହା ସେତେ ରୋଗୀ ମାନଂକୁ ସେହି ଔଷଧ ଦିଆ ଯାଉଛି ଯାହା ଦ୍ୱିତୀୟ ଲହର ରେ ରୋଗୀ ଙ୍କୁ ଦିଆ ଯାଉ ଥିଲେ।

ଏହି ଔଷଧ ଖାଇବା ଦ୍ୱାରା ରୋଗୀ ଙ୍କୁ ବ୍ଲାକ ଫୁଙ୍ଗସ୍ ହୋଇ ପରେ। ଆଉ ତା ସହ ରୋଗୀ ଙ୍କ ଲକ୍ଷଣ ଥିଲେ କେବଳ ଆର୍ଟ ପିସିଆର୍ ଟେଷ୍ଟ କରିଲେ ଜଣା ପୋଡି ଯିବ।କିନ୍ତୁ ଡାକ୍ତର ମାନେ ସିଟି ସ୍କାନ ଓ ଅନ୍ୟ କିଛି ଟେଷ୍ଟ ଲେଖି ଦିଆ ଯାଉଛି । ଯାହାକି ଦରକାର ନାହିଁ । ଏହିଭଳି କରିବା ଦ୍ଵାରା ରୋଗୀଙ୍କ ଉପରେ ଅର୍ଥିକ୍ ବୋଝ ପଡୁଛି।

Leave a Reply

Your email address will not be published. Required fields are marked *