ଗର୍ଲଫ୍ରେଣ୍ଡ ଫ୍ରେଣ୍ଡଙ୍କ ମା’ଙ୍କୁ ବ୍ୟକ୍ତି ଜଣଙ୍କ ଦାନ କରିଦେଲେ ନିଜର କୀଡୀନ,କିନ୍ତୁ ଅପେରସନ୍ ପରେ ଝିଅଟି ଆଉ ଜଣକୁ କଲା ବିବାହ,ଜାଣନ୍ତୁ ପୁରା ଘଟଣା

କୁହନ୍ତି ଜଣେ ବ୍ୟକ୍ତି ପ୍ରେମରେ ଅନ୍ଧ ହୋଇଯାଏ ବୋଲି, କିନ୍ତୁ ଏହା କେବଳ ଏକ ପ୍ରବାଦ ଅଟେ, କିନ୍ତୁ ବେଳେବେଳେ ଏହା ବାସ୍ତବରେ ପରିଣତ ମଧ୍ୟ ହୋଇଯାଏ,ପ୍ରେମରେ ଥିବା ଲୋକମାନେ ସେମାନଙ୍କର ସୁଖ, ଶାନ୍ତି, ସୁଖ ପରି ସମସ୍ତ ଜିନଷ ନିଜ ସାଥୀଙ୍କ ନାମରେ କରିବାକୁ ଟିକେ ବି ପଛ-ଘୁଞ୍ଜା ଦିଅନ୍ତି ନାହିଁ,କିନ୍ତୁ ଜଣେ ପ୍ରେମିକ ତାଙ୍କ ନିଜଠାରୁ ଅଧିକ ଯାଇ ତାଙ୍କ ଗର୍ଲଫ୍ରେଣ୍ଡ ପାଇଁ କିଛି କରିଥିଲେ କି ଯିଏବି ଏହା ଶୁଣିବ ସେ ନିଶ୍ଚିତ ଭାବରେ ବୁଝିଯିବ ଯେ ପୁରୁଷ ଜଣକ ତାଙ୍କ ପ୍ରେମିକାକୁ କେତେ ଭଲ ପାଉଥିବେ,କିନ୍ତୁ ପ୍ରେମିକା ତାଙ୍କୁ ଏତେ ଭଲ ପାଉ ନଥିଲା |

ଦି ସନ୍ ୱେବସାଇଟର ରିପୋର୍ଟ ଅନୁଯାୟୀ, ମେକ୍ସିକୋ ଭିତ୍ତିକ ଶିକ୍ଷକ ଉଜିଏଲ ମାର୍ଟିନେଜ୍ ତାଙ୍କ ଟିକଟକରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି, ଯାହା ଜାଣିବା ପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି,ଉଜିଏଲ କହିଛନ୍ତି ଯେ ସେ ତାଙ୍କର ଗୋଟିଏ କିଡନୀକୁ ତାଙ୍କ ଗର୍ଲଫ୍ରେଣ୍ଡର ମା’ଙ୍କୁ ଦାନ କରିଛନ୍ତି, କିନ୍ତୁ ଏହା ପରେ ଯାହା ଘଟିଲା ତାହା ଆଶ୍ଚର୍ଯ୍ୟଜନକ ଥିଲା |

ବୟେପ୍ରେଣ୍ଡ ନିଜ ଗର୍ଲଫ୍ରେଣ୍ଡଙ୍କର ମା’ଙ୍କୁ ଦେଇଥିଲେ କିଡନୀ:-

ଉଜିଏଲ କହିଛନ୍ତି ଯେ ସେ ତାଙ୍କ ଗର୍ଲଫ୍ରେଣ୍ଡର ମା’ଙ୍କୁ ନିଜ କିଡନୀ ଦେଇଥିଲେ, କିନ୍ତୁ ଅପରେସନ୍ ହେବାର ଏକ ମାସ ପରେ ତାଙ୍କ ଗର୍ଲଫ୍ରେଣ୍ଡ ତାଙ୍କ ସହ ସମ୍ପର୍କ ଭାଙ୍ଗି ଅନ୍ୟ କାହାକୁ ବିବାହ କରିଥିଲେ,ଏହି କାରଣରୁ ବ୍ୟକ୍ତି ଜଣକ ବହୁତ ଦୁଃଖି ଦେଖାଯାଉଥିଲେ,ସେ ତାଙ୍କ ଟିକଟକରେ ସେୟାର କରିଥିବା ଭିଡିଓରେ ଗୋଟେସୋଫାରେ ପଡ଼ି ବହୁତ ଦୁଃଖୀ ଥିବାର ଦେଖାଯାଉଥିଲେ |

ସୋସିଆଲ ମିଡିଆରେ ଲୋକମାନେ କଲେ ସପୋର୍ଟ :-

ସୋସିଆଲ ମିଡିଆରେ ଏହି ଭିଡିଓ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି ଆଉ ଲୋକମାନେ ତାଙ୍କୁ ବୁଝାଉଛନ୍ତି ଯେ ସେ ଦୁଃଖୀ ହେବା ଉଚିତ ନୁହଁ, ଜଣେ ବ୍ୟକ୍ତି କହିଛନ୍ତି ଯେ ଆପଣଙ୍କର ଦୁଃଖିତ ହେବାର ଆବଶ୍ୟକତା ନାହିଁ କାରଣ ସେହି ମହିଳା ଜଣେ ଉଦାର ବ୍ୟକ୍ତିଙ୍କୁ ହରାଇଛନ୍ତି,ଅନ୍ୟ ଜଣେ କହିଛନ୍ତି ଯେ ତୁମେ ଆଗକୁ ବଢ଼ ଆଉ ଏକ ଏମିତି ଝିଅ ବାଛ ଯିଏ ତୁମକୁ ସେହିପରି ଗ୍ରହଣ କରିବ ଯେଉଁପରି ତୁମେ ଆଛ ଆଉ ତୁମକୁ ପ୍ରଶଂସା କରିବ,ରିପୋର୍ଟ ଅନୁଯାୟୀ

ଏହି ଭିଡିଓ ପରେ ବ୍ୟକ୍ତି ଜଣକ ଏକ ନୂଆ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ କହିଥିଲେ ଯେ ତାଙ୍କର ଆଉ ତାଙ୍କ ପୂର୍ବ-ଗର୍ଲଫ୍ରେଣ୍ଡଙ୍କ ମଧ୍ୟରେ ସମ୍ପର୍କ ଏବେ ବି ଭଲ ଅଛି,ସେ କହିଛନ୍ତି ଯେ ସେ ଇମୋସନାଳି ଭାବରେ ସେ ଭଲ ଅଛନ୍ତି ଆଉ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପ୍ରେମିକା ମଧ୍ୟ ଇମୋସନାଲ ଅଟନ୍ତି,ତାଙ୍କ ବିରୋଧରେ ମୋର କୌଣସି ଅଭିଯୋଗ ନାହିଁ ବୋଲି ସେ କହିଛନ୍ତି,ଏହା ମଧ୍ୟ କହିଛନ୍ତି ଜେ ଆମେ ଆଉ ବନ୍ଧୁ ନୁହଁ କିନ୍ତୁ ଆମେ ପରସ୍ପରକୁ ଘୃଣା ମଧ୍ୟ କରୁନାହୁଁ |

Leave a Reply

Your email address will not be published. Required fields are marked *