ନାବାଳକଙ୍କ ପ୍ରେମରେ ଉବୁଟୁବୁ ଦୁଇ ସନ୍ତାନର ମା…ଫେରାର ସମୟରେ ଧରା ପଡି ଖାଇଲେ ନିର୍ଧୁମ ଛେଚା,ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ଆମ ଆଖ ପାଖରେ ଏଭଳି ସବୁ ଘଟଣା ମାନ ଘଟିଯାଉଛି ଯେ ଯାହାକୁ ଆପଣ ମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁ ଥିବେ । ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ସବୁ ଦେଖିବାକୁ ମିଳିଥାଏ ମଧ୍ୟ । ତେବେ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ପ୍ରେମ ଶବ୍ଦରୁ । କଥାରେ ଅଛିକି ପ୍ରେମ ଅନ୍ଧ ହୋଇଥାଏ ବୋଲି ।

ପ୍ରେମ ଏକ ପବିତ୍ର ଶବ୍ଦ ବା ଏକ ପବିତ୍ର ସମ୍ପର୍କ ହେଲେ ଆଜି କାଲି ର ଯୁବକ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ଭଲ ପାଇବା ନାଆଁ ରେ ଏମିକି କିଛି କାମ କରିଦିଅନ୍ତି ଯେଉଁଥି ପାଇଁ କି ତାଙ୍କୁ ଲୋକ ଲଜ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାଛଲ୍ୟ ଓ କଟୁ ଅପଶବ୍ଦ ସହିବାକୁ ମଧ୍ୟ ପଡ଼ିଥାଏ ଜୀବନ ସାରା ପାଇଁ । ଆଜିର ଯୁବ ପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କକୁ କଳଙ୍କିତ କରି ସାରିଲେଣି । ତେବେ ବିବାହ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ ।

ଆଉ ସମସ୍ତଙ୍କୁ ମଧ୍ୟ ତାଙ୍କ ପ୍ରେମ ମିଳି ନଥାଏ । ତେବେ କିଛି ଯୁବ ପିଢ଼ି ମାନଙ୍କ ପାଇଁ ଏହି ପବିତ୍ର ସମ୍ପର୍କ ଟି ବଦନାମ୍ ହେଇ ଯାଇଛି । ବିବାହ କୁ ଆଜି କାଲି ର ଯୁବ ପୀଢ଼ି ମାନେ ଏକ ସାଧାରଣ ସମ୍ପର୍କ ବୋଲି ମାନୁଛନ୍ତି । ଆଉ ନିଜ ଇଚ୍ଛା ଅନୁସାରେ ଏବଂ ପରିସ୍ଥିତି ହିସାବରେ ଏହି ସମ୍ପର୍କର ସଂଜ୍ଞାକୁ ବଦଳାଇ ଦେଉଛନ୍ତି ।

ପ୍ରେମ ମାନେ ନାହିଁ ଛୋଟ-ବଡ । ଦେଖେନାହିଁ ମନର ମଣିଷ କ’ଣ କରୁଛି । ଭାବର ଆଦାନ ପ୍ରଦାନ ଓ ଦୁଇ ମନର ମିଳନରେ ହୋଇଥାଏ ପ୍ରେମ । ନିଜର ଜୀବନ ସାଥି ପାଇଁ ସର୍ବସ୍ଵ ସମର୍ପଣ କରିବାକୁ ଆହ୍ଵାନ ଦେଇଥାଏ ପ୍ରେମ । ପ୍ରେମ ଆପଣଙ୍କୁ ଏପରି କରିଦିଏ ଯେ, ଆପଣ ଭଲ-ମନ୍ଦ ସବୁ ଭୁଲି ଯାଆନ୍ତି । ମନରେ ରୁହେ କେବଳ ପ୍ରେମ । ଏହାର ଏକ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର କଚେରି ଗ୍ରାମରେ । ସେଠାରେ ନାବାଳକ ପ୍ରେମରେ ଉବୁଡୁବୁ ହେଲେ ଜଣେ ମହିଳା ।

ବାପଘରକୁ ଯିବାକୁ କହି ସ୍ଵାମୀଙ୍କ ପାଖରୁ ୩୦୦ ଟଙ୍କା ମାଗି ନିଜ ନାବାଳକ ପ୍ରେମିକ ସହ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ ମହିଳା । ସୂଚନା ଅନୁସାରେ ଜଣେ ୩୫ ବର୍ଷୀୟା ମହିଳା ଫେରାର ହୋଇଯାଉଥିବା ସମୟରେ ନିଜ ସ୍ଵାମୀଙ୍କ ହାତରେ ଧରା ପଡିଥିଲେ । ତାଙ୍କୁ ତାଙ୍କ ସ୍ବାମୀ ଏବଂ ସେଠାକାର ଆଉ ଅନ୍ୟ କିଛି ମହିଳା ଯେତେ ବୁଝାଇଥିଲେ ମଧ୍ୟ ସେ ତାଙ୍କ ପ୍ରେମିକକୁ ଛାଡି ଯିବାକୁ ସିଧା ସଳଖ ମନା କରିଦେଇଥିଲେ ।

ତେବେ ସୂଚନା ଅନୁସାରେ ମହିଳା ଜଣକ ଧଳପାଣି ଅଞ୍ଚଳର ହୋଇଥିବା ବେଳେ ତାଙ୍କ ପ୍ରେମିକ ନାବାଳକ ଜଣକ ବଡଦେଉଲି ଗାଆଁ ର ଥିଲେ । ସେ ମିଛରେ ବାପଘରକୁ ଯିବାକୁ କହି ନାବାଳକ ସହ ଫେରାର ହୋଇଯାଇଥିଲେ । ତେବେ ଉକ୍ତ ମହିଳାଙ୍କ ସ୍ବାମୀ ନିଜ ଶ୍ଵଶୁରଙ୍କୁ ଫୋନ୍ କରି ତାଙ୍କ ସ୍ତ୍ରୀ ଯାଇ ନଥିବା ବିଷୟରେ ଜାଣିବା ପରେ ମହିଳା ଜଣଙ୍କୁ କୌଣସି ସୂତ୍ରରୁ ପାଇଥିଲେ । ତେବେ ମହିଳା ଜଣକ ଦୁଇ ସନ୍ତାନର ମା ବୋଲି ମଧ୍ୟ ଜାଣିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *