ନିଜ ସାନ ଭାଇ ସହିତ ଅମିତାଭ ବଚ୍ଚନଙ୍କର ସମ୍ପର୍କ ଭଲ ନୁହେଁ,ତଥାପି ରୋଜଗାର କରିବାରେ ଅମିତାଭଙ୍କ ଠାରୁ ବହୁତ ଆଗରେ ତାଙ୍କ ସାନଭାଇ,ଜାଣନ୍ତୁ ତାଙ୍କ ସାନ ଭାଇ କଣ କରନ୍ତି ?

ମୃତ ଲେଜେଣ୍ଡ୍ରି କବି ହରିବଂଶ ରାୟ ବଚ୍ଚନଙ୍କୁ କିଏ ବା ଜାଣେ ନାହିଁ, ତାଙ୍କର କବିତାଗୁଡିକ ପିଲାଦିନେ ସ୍କୁଲରେ ପଢାଯାଏ,ଆଜି ବି ଲୋକମାନେ ତାଙ୍କ କବିତାକୁ ସମ୍ମାନ କରନ୍ତି ଆଉ ଭଲ ପାଆନ୍ତି, କବି ହରିବଂଶଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ହୋଇଥିଲେ, ଅମିତାଭ ବଚ୍ଚନ ଏବଂ ଅଜିତାଭ ବଚ୍ଚନ |

ଅମିତାଭ ବଚ୍ଚନଙ୍କ ସଫଳତା ହେତୁ ଅଜିତାଭ ବଚ୍ଚନଙ୍କ ନାମ କୌଣସି ନା କୌଣସି ସ୍ଥାନରେ ହଜିଯାଇଛି, କିନ୍ତୁ ଅଜିତାଭ ବଚ୍ଚନଙ୍କ ଜୀବନ ଆଉ ତାଙ୍କ ପରିବାର ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ,ହରିବଂଶ ରାୟ ବଚ୍ଚନ ଆଉ ତେଜି ବଚ୍ଚନଙ୍କ ବଡ ପୁଅ ଅମିତାଭ ବଚ୍ଚନ ବଲିଉଡ ଇତିହାସରେ ସର୍ବଶ୍ରେଷ୍ଠ ଅଭିନେତା ଭାବରେ ଜଣାଶୁଣା ଅଟନ୍ତି |

ଏହି କାରଣରୁ, ତାଙ୍କ ସାନଭାଇ ଅଜିତାଭ ବଚ୍ଚନଙ୍କ ପାଇଁ ନିଜର ପରିଚୟ ସୃଷ୍ଟି କରିବା ଅତ୍ୟନ୍ତ କଷ୍ଟକର ଥିଲା,ସେ କଠିନ ପରିଶ୍ରମ କରିଥିଲେ ଆଉ ଏବେ ଦେଶ ତଥା ବିଦେଶରେ ସେ ଜଣେ ପ୍ରସିଦ୍ଧ ବ୍ୟବସାୟୀ ଭାବରେ ତାଙ୍କ ନାମ ସୃଷ୍ଟି କରିବାରେ ସଫଳ ହେଲେ

ଅମିତାଭ ବଚ୍ଚନଙ୍କ ସାନଭାଇ ଅଜିତାଭ ବାହାଘର ରାମୋଲା ସହ ହୋଇଥିଲା,ସେ ଜଣେ ସମାଜସେବୀ ଆଉ ବ୍ୟବସାୟୀ ମହିଳା ଅଟନ୍ତି, ତାଙ୍କୁ 2014 ମସିହାରେ ଏସିଆନ୍ ଅଫ୍ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା,ଲଣ୍ଡନରେ ତାଙ୍କୁ ପାର୍ଟିର ଗର୍ବ ମଧ୍ୟ କୁହାଯାଉଥିଲା, ଏହା ପରେ, 2007 ମସିହାରେ, ଅଜିତାବଙ୍କ ପରିବାର ଭାରତକୁ ସିପ୍ଟ ହୋଇଗଲେ

ଅଜିତାବ ଆଉ ରାମୋଲାଙ୍କର 4 ଟି ସନ୍ତାନ ଅଛନ୍ତି, ପୁଅ ଭୀମ୍, ଆଉ ତିନି ଝିଅ ନୀଲିମା, ନମ୍ରତା, ନୈନା ଅଛନ୍ତି,ଅଜିତାବଙ୍କ ପୁଅ ଭୀମ ବୃତ୍ତି ଅନୁଯାୟୀ ଏକ ଇନଭେସ୍ଟିମେଣ୍ଟ ବ୍ୟାଙ୍କର ଅଟନ୍ତି, ତାଙ୍କ ଝିଅ ନୈନା 2015 ରେ ବଲିଉଡ ଅଭିନେତା କୁନାଲ କପୁରଙ୍କୁ ବିବାହ କରିଥିଲେ, ତାଙ୍କର ଆଉ ଏକ ଝିଅ ନମ୍ରତା କଳାକାର ଅଟନ୍ତି,ସେ ମୁମ୍ବାଇ-ଦିଲ୍ଲୀରେ ତାଙ୍କ ଫୋଟୋଗୁଡ଼ିକର ଏକ ପ୍ରଦର୍ଶନୀ ରଖିଛନ୍ତି, ଅଜିତାବଙ୍କ ପୁରା ପରିବାର ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି |

ସୂଚନା-ମୂଳକ ବିଷୟ ହେଉଛି, କ୍ୟାମେରା ଆଗରେ ଅମିତାଭ ଆଉ ଅଜିତାଭଙ୍କୁ ବହୁତ କମ୍ ଦେଖିବାଳୁ ମିଳିଥାଏ, ଉଭୟ ଭାଇ ନିଜ ନିଜ କାମରେ ବ୍ୟସ୍ତ ରୁହନ୍ତୁ,ଏହି ଦୁଇ ଭାଇ ସବୁବେଳେ କଠିନ ସମୟରେ ଏକାଠି ଠିଆ ହୋଇଥିବା ଦେଖାଯାନ୍ତି, ଯଦି ଆମବାୟ ରୋଜଗାର ବିଷୟରେ କଥା ହେବା, ତେବେ ଅଜିତାଭ ତାଙ୍କ ବଡ଼ ଭାଇଠାରୁ ଆଗରେ ଅଛନ୍ତି,ଲଣ୍ଡନରେ ତାଙ୍କର ଅନେକ ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ଅଛି,ଏହା ମଧ୍ୟ କୁହାଯାଏ ଯେ, ଯେତେବେଳେ ଅମିତାଭ ବଚ୍ଚନ ଅଭିନୟ ଜଗତରେ ଡେବ୍ୟୁ କରିନଥିଲେ, ସେତେବେଳେ ସେ ସେତେବେଳେ ବହୁତ ଲଜକୁଳା ଥିଲେ |

ଏଭଳି ପରିସ୍ଥିତିରେ ଅଜିତାବ ତାଙ୍କୁ ଲୋକମାନଙ୍କ ସହିତ ପରିଚିତ କରାଉଥିଲେ ଆଉ ତାଙ୍କୁ ନିଜ ସହ ଅନେକ ବଡ ପାର୍ଟୀ ଆଉ ସଭାରେ ନେଉଥିଲେ,ଅଜିତାଭ ତାଙ୍କ ବ୍ୟବସାୟରେ ବ୍ୟସ୍ତ ଥିବାବେଳେ ଅମିତାଭ ବଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିଲେ, ଆଜି ଉଭୟ ଭାଇ ନିଜ ନିଜ କ୍ଷେତ୍ରରେ ବଡ ନାମ ରଖିଛନ୍ତି |

ଅମିତାଭ ବଚ୍ଚନଙ୍କ କାମ ବିଷୟରେ କଥା ହେବା ତାହାଲେ, ଅଭିନେତା ଅନେକ ବଡ ଫିଲ୍ମରେ ନଜର ଆସିବେ, ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକ ବ୍ରହ୍ମାସ୍ତ୍ର ‘ଜୁଣ୍ଡ’ ‘ରନ୍ ୱେ’ ‘ଇଣ୍ଟର୍ନେଟ୍’ ଆଉ ‘ଗୁଡ଼ ବୟେ ‘ ଇତ୍ୟାଦି ରେ ସେ ସାମିଲ ଅଛନ୍ତି, ହେଲେ କରୋନା କାରଣରୁ ସେ ସୁଟିଂ କରୁନାହାଁନ୍ତି, ତାଙ୍କ ସହ ‘ବ୍ରହ୍ମାସ୍ତ୍ର’ରେ ଏକ ବିରାଟ ଷ୍ଟାର୍ କାଷ୍ଟ୍ ଦେଖିବାକୁ ମିଳିବ |

Leave a Reply

Your email address will not be published. Required fields are marked *