ସାପ ଏକ ବିଷାକ୍ତ ଜୀବ ।ସାପ ନା ଶୁଣିଲେ ସମସ୍ତଙ୍କ ମନରେ ଭୟ ଲାଗିଥାଏ । ସାପ ତ ଅନେକଆଡେ ଥାନ୍ତି ହେଲେ ଓଡିଶାର ପ୍ରାୟ ସବୁଠୁ ଅଧିକ ସାପ ଦେଖିବାକୁ ମିଳି ଥାଏ ।ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଅଧିକାଂଶ ନାଗ ସାପ ଦେଖିବାକୁ ମିଲିଥନ୍ତି । ନିଜର ଖାଦ୍ୟ ଅନୁସନ୍ଧାନ ହେଉ କିମ୍ବା ବାସସ୍ଥାନ ହେଉ ବା ମାଟି ତଳେ ହେଉ ବା ଘାଟ କୋଣରେ ହେଉ ଉଭୟକୁ ନିଜର ବାସ ସ୍ଥାନ ଖୋଜି ନିଅନ୍ତି ସାପମାନେ । ଆମ ଦେଶରେ ନାଗସାପ ବା କୋବ୍ରା ପ୍ରଜାତିର ସାପଙ୍କ ଉଦ୍ଧାର ପାଇଁ ଭାରତ ସରକାର ଆଇନ ପ୍ରଣୟନ କରିଛନ୍ତି ।
ଏମାନକୁ ମାରିବା ଦଣ୍ଡନୀୟ ଅପରାଧ ଅଟେ। ଏହି ସାପକୁ ମାରିବା ଦ୍ଵାରା ୬ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିପାରେ ।ଭଦ୍ରକ ଜିଲ୍ଲାରେ ଲୋକ କ ଘରେ ସାପ ଦେଖାଗଲେ ସେମାନେ ତୁରନ୍ତ ସ୍ଥାନୀୟ ସାପଧରାଳିଙ୍କୁ ଡାକନ୍ତି ଓ ସେ ଆସି ସାପ ଉଦ୍ଧାର କରି ନେଇ ତାଙ୍କୁ କୌଣସି ସୁରକ୍ଷିତ ସ୍ଥାନରେ ଛାଡି ଦିଅନ୍ତି ।
ଭଦ୍ରକର ଏକ ଗାଁରେ ଜଣଙ୍କ ଘରର ବାଡିରେ ଏକ ବିରାଟ ବଡ କିଙ୍ଗ କୋବ୍ରା ଦେଖିବାକୁ ମିଳିଥିଲା । ଏହାପରେ ସେମାନେ ସାପଧରାଳିଙ୍କୁ ଖବର ଦେଇଥିଲେ । ସେ ଆସି ସେହି ସାପକୁ ସେଠାରୁ ଏହି ଅହିରାଜ ସାପକୁ ଉଦ୍ଧାର କରି ନେଇଥିଲେ ।
ଏହି ସାପକୁ ନାଗସାପ ବା ସୁନେଲିନାଗ ସାପ ବୋଲି କୁହାଯାଏ । ସେମାନଙ୍କ କହିବା ଅନୁସାରେ ସବୁ ସାପଙ୍କ ର ଗୋଟେ ବିଷ ଥିବା ବେଳେ ଏହି ସାପ ଦେହରେ ଦୁଇ ପ୍ରକାରର ବିଷ ପ୍ରବାହିତ ହେଇଥାଏ । ବିରୋ ତକସିତ୍ ଓ ସାଇକ ତକସିଦ୍ ମାନକ ଦୁଇଟି ବିଷ ପ୍ରବାହିତ ହେଇଥାଏ । ଏହି ସାପ ଯଦି କେବେ ଆପଣକୁ କମୁଡିଦେଲେ ଏହାର ତୁରନ୍ତ ଚିକିତ୍ସା କରିବା ଆବଶ୍ୟକ ତା ନହେଲେ ଲୋକ ମରିଯିବାର ସମ୍ଭାବନା ମଧ୍ୟ ରହିଥାଏ।
ଏହି ସାପ କାମୁଡିବା ପରେ ମଣିଷ ପାଖରେ ୨୦ରୁ୨୫ ମିନିଟ୍ ରେ ଦେହରୁ ଝାଳ ବାହାରିବା ଆରମ୍ଭ କରିଦେଇଥାଏ ଏହା ସମ୍ପୂର୍ଣ୍ଣ ଦେହକୁ ଅକାମୀ କରିଦେଇଥାଏ। ମଣିଷ ନା କଥା କହିପାରେ ନା କିଛି କାର୍ଯ୍ୟ କରିପାରେ । ଏହି ସାପ ଦେହରେ ଅଧିକ ବିଷାକ୍ତ ବିଷ ରହିଛି ଯଦି ଏହି ସାପ ଲକ୍ଷ୍ୟ କରି କୌଣସି ବ୍ୟକ୍ତିକୁ ଚୋଟ ମାରିଦିୟେ ସେହି ଲୋକର ବଞ୍ଚିବାର ଆଶଙ୍କା ଅନେକ କମ୍ ଥାଏ ।
ଏହି ସାପ ସାଧାରଣତଃ ସବୁ ଜାଗାରେ ଦେଖିବାକୁ ମିଳିଥାଏ । ହେଲେ ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଏହି ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହି ସାପ ମାଛ ଖାଇବାରେ ପ୍ରଖର ଅଟେ । ଏହି ସାପ ବହୁତ କମ୍ ସାପକୁ କାମୁଡି ଥାଏ ।