୨୦୨୨ ମସିହାରେ ଭେଟ ହେବେ ଦୁଇ ଭାଇ ! ଦେଖନ୍ତୁ କଣ କହୁଛି ମାଳିକାବାଣୀ,,,

କଥାରେ ଅଛି ଆମର ପ୍ରତ୍ୟକ କର୍ମର ଫଳ ଆମକୁ ଏହି ଜନ୍ମରେ ହିଁ ମିଳି ଯାଇଥାଏ । ସେହି ଭଲ କର୍ମ ହେଉ ବା ଖରାପ । ଆପଣମାନେ ତ ଏହି କଥାରେ ଅବଗତ ଥିବେ ବର୍ତ୍ତମାନ ସମୟରେ କେଉଁ ପରି ଭାବେ ହୁ ହୁ ହୋଇ ମାଡି ଚାଲିଛି କ-ରୋ-ନା । ତେବେ ଏବେ ସୋସିଆଲ ମିଡିଆରେ ମହା ପୁରୁଷ ଅଚ୍ୟୁତଙ୍କର ଲିଖିତ ମାଳିକାବାଣୀ ଖୁବ ଜୋରରେ ଭାଇରାଲ ହେଉଛି । କୁହା ଯାଉଛି କି ମାଳିକାର ଲେଖା ଅଛି ୨୦୨୨ ବର୍ଷରେ କଣ ସବୁ ହେବାକୁ ଯାଉଛି ବପତ୍ତି ।

ଆପଣଙ୍କ ସୁଚନା ପାଇଁ ଜାଣି ରଖନ୍ତୁ ମାଳିକାର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ । ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵକୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯେ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ ।

ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ । ଯାହା ଘଟିବାର ଅଛି ତାହା ନିଶ୍ଚୟ ଘଟିବ । ବହୁତ ଲୋକ ଏହି ଉପଲବ୍ଧି କରୁଛନ୍ତି ଯେ ମାଳିକା ଲିଖିତ ପ୍ରତିଟି ବାଣୀ ସତ ହୁଏ ବୋଲି । ଆର୍ଯ୍ୟଭୂମି ଭାରତବର୍ଷ ସାଧୁ-ସନ୍ଥ ଓ ସାଧକଙ୍କର ଦେଶ । ଏହି ଦେବଭୂମିରେ ସନାତନ ଧର୍ମର ସୃଷ୍ଟି ଏବଂ ଏହି ସନାତନ ଧର୍ମରୁ ଅନେକ ଧର୍ମ, ଗୋଷ୍ଠୀ ଓ ସମ୍ପ୍ରଦାୟର ସୃଷ୍ଟି ।

କେବଳ ୫ ଶହ ବର୍ଷ ପୂର୍ବରୁ ମାଳିକାରେ ବର୍ଣ୍ଣିତ ଭବିଷ୍ୟତବାଣୀ ଯେ ଉପଲବ୍ଧ ତାହାନୁହେଁ, ଭଗବାନ ଶ୍ରୀକୃଷ୍ଣ ନିଜେ ଭାଗବତ ଓ ଗୀତାରେ ସ୍ୱୟଂ ଭବିଷ୍ୟତର କଥା କହିଛନ୍ତି । କଳିଯୁଗରେ କିପରି ଭଗବାନ କଳକୀ ଅବତାରରେ ମ୍ଳେଚ୍ଛ ସଂହାର କରିବେ ତାହା ମଧ୍ୟ ମାଳିକାରେ ବର୍ଣ୍ଣିତ ରହିଛି । ପ୍ରକୃତରେ କଳିଯୁଗର ଆଚାର ବିଚାର ଚାଲିଚଳନ ଓ ରୀତିନୀତି ସମ୍ପର୍କରେ ମାଳିକାରେ ଯାହା ବି ବର୍ଣ୍ଣିତ ହୋଇଛି ତାହା ଏବେ ବିଚାର କରିବାର ସମୟ ।

ମହର୍ଷି ବ୍ୟାସଦେବ ସଂସ୍କୃତ ଭାଗବତରେ କଳିଯୁଗର ସାଧାରଣ ଧର୍ମ ବିଷୟରେ ନାନା କଥା ଉଲ୍ଲେଖ କରିଛନ୍ତି । ତେବେ ପଞ୍ଚସଖା ଯୁଗର କବି ଅଚ୍ୟୁତାନନ୍ଦ ଦାସଙ୍କ ମାଳିକାରେ ଯାହା ବର୍ଣ୍ଣିତ ହୋଇଛି ତାହା ଏବେ ଅକ୍ଷରେ ଅକ୍ଷରେ ଘଟିଚାଲିଛି । ମାଳିକାକୁ ବିଶ୍ଳେଷଣ କଲେ ଜଣାପଡ଼ିବ ଯେ, କରୋନା ପରି ଅନେକ ବ୍ୟାଧି ଯାହାକି ପୂର୍ବରୁ ଆସିନାହିଁ ତାହା ବିଶ୍ୱବାସୀ ଅଙ୍ଗେ ନିଭାଇବେ । ଅଜଣା ବ୍ୟାଧି ଦ୍ୱାରା ସମଗ୍ର ବିଶ୍ୱବାସୀ ଆତଙ୍କିତ ହୋଇପଡ଼ିବେ । ମହାପ୍ରଳୟ ଆଡ଼କୁ ପୃଥିବୀ ମୁହାଁଇବ ।

ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ମାଳିକାରେ ଉଲ୍ଲେଖ କରିଥିଲେ ଯେ, “ବଳଦ ସମ ପ୍ରାୟ ହୋଇ, ମୁହେଁ ବାନ୍ଧିବେ ତୁଣ୍ଡି ସେହି । ଭୈରବ ଆସି ଦେବ ଡାକ, ଗୃହେ ଲୁଚିବେ ସବୁଲୋକ” । ବଳଦ ସମ ତୁଣ୍ଡି ଅର୍ଥାତ୍ ମାସ୍କ । ଭୈରବ ଅର୍ଥାତ୍ ଭାଇରସ୍ । ତେଣୁ ଆଜି ବାସ୍ତବରେ ଦେଖିବାକୁ ଗଲେ ତାହା ସତ୍ୟ ହୋଇଛି ।

ଏବେ ତୁଣ୍ଡି ପରି ଭାଇରସ୍ ଭୟରେ ବିଶ୍ୱର କୋଟି କୋଟି ଲୋକ ମାସ୍କ ପିନ୍ଧି ରହୁଛନ୍ତି । ଏବଂ ଲକଡ଼ାଉନ ଯୋଗୁଁ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେବେ ସେ ଯାହାବି ହେଉ ସମାଜ ସଂସ୍କାର ପାଇଁ ମାଳିକାର ଦାନ ପ୍ରକୃତରେ ଅତୁଳନୀୟ । ପଥଭ୍ରଷ୍ଟ ସମାଜକୁ ସୁସଂସ୍କୁତ କରିବା ଏବଂ ନିପୀଡ଼ିତ ମାନବକୁ ସଠିକ୍ ରାସ୍ତା ଦେଖାଇଥାଏ ମାଳିକା ।

Leave a Reply

Your email address will not be published. Required fields are marked *