ଲାଇନମ୍ୟାନଙ୍କ ସୁନ୍ଦରୀ ସ୍ତ୍ରୀକୁ ଧରି ଜେଇ ସାହେବ ଫେରାର, ଲାଇନମ୍ୟାନ କାନ୍ଦି କାନ୍ଦି କହିଲେ – ମୋତେ ମୋ ସ୍ତ୍ରୀକୁ ଫେରାଇ ଦିଅ,ନହେଲେ …..ଜାଣନ୍ତୁ ପୁରା ଘଟଣା

ପ୍ରେମ ଏକ ଏପରି ଶବ୍ଦ ଯାହାକି ଅନେକ ଲୋକମାନଙ୍କୁ ଅନ୍ଧ କରିଦିଏ। ଏହା ସହ ଏହି ପ୍ରେମ ଏପରି ଭାବରେ ଲୋକମାନଙ୍କୁ ପାଗଳ କରିଦେଇଛି ଯାହା ଫଳରେ ଲୋକମାନେ ନିଜର ସମ୍ପର୍କର ମୂଲ୍ୟକୁ ମଧ୍ୟ ଦେଖିବାକୁ ଭୁଲିଯାନ୍ତି। କେଉଁଠି ବୋହୂ ଶଶୁର ସହ ଫେରାର ହୋଇଗଲାଣି ତ ଆଉ କେଉଁଠି ଝିଅ ପିତା ସହିତ। ତେବେ ଏପରି ଭାବରେ ଆଜିକାଲି ଅନେକ ଘଟଣା ସବୁ ଦେଖିବା ପାଇଁ ମିଳୁଛି। ସେଥିପାଇଁ ଆପଣ ସର୍ବଦା ସତର୍କ ରହିବା ମଧ୍ୟ ଆବଶ୍ୟକ, କାରଣ ଏହା କାହା ସହ ମଧ୍ୟ ହୋଇ କେତେବେଳେ ବି ହୋଇପାରେ।

ଉତ୍ତରପ୍ରଦେଶରେ ଏହି ପରି ଏକ ଘଟଣା ଘଟିଛି। ଯାହା ଆପଣ ଶୁଣିବା ପରେ ବିଶ୍ୱାସ କରିପାରିବେ ନାହିଁ। ସୂଚନା ଅନୁସାରେ ଏହି ଘଟଣା ଘଟିଥିଲା ଦୁଇ ବନ୍ଧୁଙ୍କ ମଧ୍ୟରେ। ଉତ୍ତରପ୍ରଦେଶର ଲାଇନ ବିଭାଗରେ ଘଟିଛି ଏଭଳି କାଣ୍ଡ। ସୂଚନା ଅନୁସାରେ ଜଣେ ଲାଇନ ମ୍ୟାନ ଓ ଜଣେ ଜେଇ ବହୁତ ଭଲ ବନ୍ଧୁ ଥିଲେ। ସେମାନଙ୍କର ବନ୍ଧୁତା ଅଧିକ ନିବିଡ଼ ହୋଇ ଯାଇଥିଲା।

ଯାହା ଫଳରେ ସେମାନେ ପରସ୍ପରର ଘରକୁ ମଧ୍ୟ ଯିବା ଆସିବା କରୁଥାନ୍ତି। ତେବେ ଏହାର ଲାଭ ଜେଇ ଜଣକ ଉଠାଇ ଥିଲେ। ସେ ଲାଇନ ମ୍ୟାନଙ୍କର ପତ୍ନୀଙ୍କୁ ନିଜର ଜାଲରେ ଫସାଇ ଥିଲେ। ତେବେ ସେମାନେ ପରସ୍ପର ଘରକୁ ଯିବା ସମୟରେ ଏକ ଅଘଟଣ ଘଟିଥିଲା। ଯେହେତୁ ଲାଇନ ମ୍ୟାନଙ୍କର ପତ୍ନୀ ବହୁତ ଅଧିକ ସୁନ୍ଦର ଥିଲେ ସେଥିପାଇଁ ସେ ନିଜର ପ୍ରେମର ଜାଲରେ ଜେଇ ଜଣଙ୍କୁ ଫାସାଇ ଦେଇଥିଲେ।

ଯାହାର ଫଳ ସ୍ୱରୂପ ସେମାନେ ପରସ୍ପର ସହ ଲୁଚି ଦେଖା କରିବା ଆରମ୍ଭ କରି ଦେଲେ। ତେବେ ଏହା ସମ୍ପର୍କରେ ଲାଇନମ୍ୟାନଙ୍କୁ କିଛି ମଧ୍ୟ ଜଣାନଥିଲା। ସେ ନିଜର ବନ୍ଧୁ ଉପରେ ଅନ୍ଧ ପରି ବିଶ୍ବାସ କରୁଥିଲେ। ଫଳରେ ସେ କେବେ ମଧ୍ୟ ତାଙ୍କୁ ସନ୍ଦେହ ନଜରରେ ଦେଖନ୍ତି ନାହିଁ। ଫଳରେ ସେହି ମହିଳା ଜଣଙ୍କ ଏହି ସୁଯୋଗର ଲାଭ ଉଠାଇଥିଲେ।

ଏହାପରେ ଯେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଧୀରେ ଧୀରେ ଅଧିକ ନିବିଡ଼ ହେବାକୁ ଲାଗିଲା ସେମାନେ ନିଷ୍ପତ୍ତି ନେଲେକି ସେମାନେ ଫେରାର ହୋଇଯିବେ। କାରଣ ଏହି ସମାଜ ତାଙ୍କର ଏହି ପ୍ରେମକୁ ଆଦୌ ଗ୍ରହଣ କରିବ ନାହିଁ। କାରଣ ଏହି ସମାଜରେ ଜଣେ ବିବାହିତ ନାରୀକୁ ଆଉ ଜଣେ ପୁରୁଷ ସହ ସମ୍ପର୍କ ରଖିବା ପାଇଁ ଏହି ସମାଜ କେବେ ମଧ୍ୟ ସହମତି ଦେବନାହିଁ।

ସେଥିପାଇଁ ସେମାନେ ତାଙ୍କର ସେହି ସ୍ଥାନ ଛାଡି ଚାଲିଯିବା ପାଇଁ ନିଷ୍ପତ୍ତି ନେଲେ। ଯାହା ଫଳରେ ସେହି ମହିଳା ଜଣଙ୍କ ନିଜ ଘରୁ ସାତ ଲକ୍ଷ ଟଙ୍କା ସହ ଅନେକ ଗହଣା ନେଇ ସେହି ଜେଇଙ୍କ ସହ ଫେରାର ହୋଇଗଲେ। ଯେତେବେଳେ ଲାଇନମ୍ୟାନ ଏହି ଘଟଣା ସଂପର୍କରେ ସବୁ ଜାଣିବାକୁ ପାଇଲେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। କାରଣ ସେ ନିଜର ବନ୍ଧୁ ଓ ନିଜର ପତ୍ନୀ ଉଭୟଙ୍କ ଠାରୁ ବହୁତ ଧୋକା ଖାଇଥିଲେ। ତେବେ ଏହା ପରେ ସେ ନିଜର ବନ୍ଧୁ ଓ ନିଜର ପତ୍ନୀ ଉଭୟଙ୍କ ବିରୁଦ୍ଧରେ ଏକ ଅଭିଯୋଗ କରିଥିଲେ। ସେଥିପାଇଁ ସେମାନେ ବର୍ତ୍ତମାନ ଫେରାର ହୋଇ ଯାଇଛନ୍ତି

Leave a Reply

Your email address will not be published. Required fields are marked *