ରାଜ୍ୟରେ କରୋନା ସଂକ୍ରମଣ ଓ ଓମିକ୍ରନ ଭାରିଆଣ୍ଟ ମାମଲା ବଢ଼ିବାରେ ଲାଗିଛି । ଜାନୁଆରୀ ଶେଷ ସପ୍ତାହରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆକଳନ କରିଛନ୍ତି । ରାଜ୍ୟର ୪ରୁ ୫ଟି ଜିଲ୍ଲାରେ ଅଧିକ ସଂକ୍ରମଣ ରହୁଛି । ଏହି ସବୁ ଜିଲ୍ଲାରେ ଓମିକ୍ରନର ଉପସ୍ଥିତି ରହିଛି। ଦିଲ୍ଲୀ- ମହାରାଷ୍ଟ୍ରରେ ୧୫ ସୁଦ୍ଧା ପିକ୍ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ସେହି ଅନୁସାରେ ଓଡ଼ିଶାରେ ତାର ୧୦ରୁ ୧୫ ଦିନ ଭିତରେ ପିକ୍ ନେଇପାରେ । ଏହାକୁ ଦୃଷ୍ଟି ରଖି ସରକାରଙ୍କ ପକ୍ଷରୁ ଅନେକ କଟକଣା ଲଗାଯାଉଛି । ତେବେ ମକର ସଂକ୍ରାନ୍ତି ଥିବା ବେଳେ ରାଜ୍ୟ ସରକାର ଆଲର୍ଟ ହୋଇଥିଲେ । ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ରହିଥିଲା । ରାଜ୍ୟର ସମସ୍ତ ଜଳାଶୟରେ କଟକଣା ଲଗାଇଛନ୍ତି ଏସଆରସି । ନଦୀ, ପୋଖରୀ ଓ ସମୁଦ୍ର କୂଳରେ ଜନ ସମାଗମ ଉପରେ କଟକଣା ଲାଗିଥିଲା ।
ଚଳିତ ବର୍ଷ ମକର ମେଳା ଉପରେ ବି କଟକଣା ଲାଗିଛି । ଘରେ ରହି ମକର ଓ ପୋଙ୍ଗଲ ପାଳିବାକୁ ଏସଆରସି ନିର୍ଦ୍ଦେଶ ଦେଇଥିଲେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ତେବେ ପରଂପରା ରକ୍ଷା ପାଇଁ ପୀଠରେ ରୀତିନୀତି ଜାରି ରହିବ ବୋଲି କହିଥିଲେ । ସୀମିତ ପୂଜକଙ୍କୁ ନେଇ ହେବ ପୂଜା ।
ପୂଜା ସମୟରେ କୋଭିଡ ଗାଇଡଲାଇନର ପାଳନ ଉପରେ ଗୁରୁତ୍ବ ଦିଆଯିବ । ସମସ୍ତ ପ୍ରକାର ଧାର୍ମିକ ସମାବେଶକୁ ମଧ୍ୟ ବାରଣ କରାଯାଇଛି । ଲୋକମାନେ ନିଜ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲରେ ରୀତିନୀତିରେ ପୂଜାର୍ଚ୍ଚନା କରିପାରିବେ ବୋଲି ଏସଆରସିଙ୍କ ପକ୍ଷରୁ ଜାରି ଗାଇଡଲାଇନରେ ରହିଥିଲା । ତେବେ ମକରରେ ମଧ୍ୟ ଗୁଡ଼ି ଉଡ଼ାଇବା ବାରଣ ଥିଲା ।
ତେବେ କିଛି ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉ କରି ଅନେକ ପ୍ଲାଷ୍ଟିକ ସୂତା ଜବତ ହୋଇଥିଲା । ନାନା ସ୍ଥାନରେ ସେହି ସୂତା ଲାଗି ଜୀବନ ଯାଇଥିବାରୁ ପ୍ରଶାସନ ଏହି ସୂତାକୁ ବେନ୍ କରିଦେଇଥିଲେ । ତେବେ ଅନେକ ସ୍ଥାନରେ ଲୁଚାଇ ଲୁଚାଇ ଏହି ସୂତା ବିକ୍ରି ଚାଲିଥିଲା । ତେବେ ଡମଡମାଣି ଅଞ୍ଚଳରେ ଗୁଡ଼ି ଉଡ଼ାଇବାକୁ ଆସି ଧରା ପଡ଼ିଲେ ଜଣେ ବାଳକ ।
ତେବେ ପୋଲିସଙ୍କ ତାଗିଦ୍ ରେ ସେ କ୍ଷମା ମାଗି କାନ ଧରି ଉଠା ବସା ହୋଇଥିଲେ ଓ ଘରକୁ ଚାଲି ଯାଇଥିଲେ । ତେବେ ଅନେକ ସ୍ଥାନ ରେ ମଧ୍ୟ ଅନେକ ଗୁଡ଼ି ଉଡ଼ିଚି । କିନ୍ତୁ ମକର ଭଳି ପାରମ୍ପରିକ ପର୍ବରେ ଗୁଡ଼ି ଉଡା ଏକ ପ୍ରକାର ପରମ୍ପରା ବୋଲି ରହି ଆସିଛି । ତେବେ ସେଥିରେ ପ୍ରଶାସନ ହସ୍ତକ୍ଷେପ କରି ଗୁଡ଼ି ଉଡ଼ାଇବାକୁ ନଦେବା କେତେ ଦୂର ଯୁକ୍ତି ସଂଗତ ।