ଝିଅକୁ ପାଇଥିଲେ ଅଳିଆ ଗଦାରୁ, ଝିଅ ଏହିପରି ଭାବରେ ୨୫ ବର୍ଷ ପରେ ସୁଝେଇଲା ଋଣ,ପଢନ୍ତୁ ପୁରା ଖବର

ଜୀବନ କେବେ କିପରି ଭାବରେ ପରିବର୍ତ୍ତନ ହୋଇଯାଏ ତାହା କାହାରିକୁ କିଛି ଜଣାପଡେ ନାହିଁ। ଭଗବାନ ମଣିଷକୁ ବନେଇଛନ୍ତି। ଗୋଟେ ମଣିଷ ଆଉଗୋଟେ ମଣିଷକୁ ସାହାଯ୍ୟ କରିବା ପାଇଁ। ହେଲେ କିଏ ନିଜର କର୍ତ୍ତବ୍ୟ ପାଳନ କରେ ତ ଆଉ କିଏ ପଛ ଘୁଞ୍ଚା ଦେଇଥାଏ। ଆଜିର ଏହି ଘଟଣା କିଛି ଏମିତି ଅଟେ। ସୋବରନ ନିଜର ଠେଲାକୁ ଅଟକେଇକି ଅଳିଆ ଗଦାରେ ଗୋଟେ ଛୋଟ ଝିଅଟି କାନ୍ଦୁଥିବାର ଦେଖିଲେ। ସୋମବାର ଥିଲା ସେ ନିଜର ପରିବା ଠେଲା ନେଇକି ଘରକୁ ଆସୁଥିଲେ ସୋବରନ କିଛି ଦୂର ଯିବା ପରେ ସେ ଗୋଟେ ପିଲାର କାନ୍ଦିବାର ଶବ୍ଦ ଶୁଣିଲେ।

ସୋବରନ ତାକୁ ନିଜ ସହିତ ଘରକୁ ନେଇଗଲେ। ସୋବରନ ଏପଟେ ସେପଟେ ଦେଖିଲେ ହେଲେ ଯେବେ କେହି ଦେଖାନଗଲେ ତ ସେ ତାକୁ ନିଜ କୋଳରେ ତାକୁ ଉଠେଇ ନେଲେ। ସେବରନଙ୍କ ସେହି ସମୟରେ ବୟସ ମାତ୍ର ୩୦ ବର୍ଷ ଥିଲା। ଆଉ ତାଙ୍କ ବାହାଘର ମଧ୍ୟ ହେଇନଥିଲା। ସେ ସେହି ଝିଅଟିକୁ ପାଇ ବହୁତ ଖୁସି ଥିଲେ ସେ ତାକୁ ପାଳିବା ଆଉ ବାହାଘର ନ କରିବା ପାଇଁ ନିର୍ଣ୍ଣୟ ମଧ୍ୟ ନେଇଥିଲେ।

ଏହି ଘଟଣାଟି ହେଉଛି ଆସାମର। ସୋବରନ ନିଜର ପେଟ ପାଇଁ ପରିବା ବିକ୍ରି କରୁଥିଲେ। ସୋବରନ କଠିନ ପରିଶ୍ରମ କରି ଝିଅଟିକୁ ପାଠ ପଢେଇଲେ। ସୋବରନ କଠିନ ପରିଶ୍ରମ କରି ଝିଅଟିକୁ ନିଜର ଝିଅ ଭଳି ପାଳିଲେ। ଝିଅଟିର ନାମ ଦେଇଥିଲେ ଜ୍ୟୋତି। ସୋବରନ ତାଙ୍କୁ କେବେବି କିଛି ଜିନିଷର ଅଭାବ ପରିଲକ୍ଷିତ ହେବାକୁ ଦେଇନଥିଲେ।

୨୦୧୩ ମସିହାରେ ଜ୍ୟୋତି କମ୍ପୁଟର ସାଇସ୍ସରେ ସ୍ନାତକ କରି ଜ୍ୟୋତି କଠିନ ପରିଶ୍ରମ କରି ୨୦୧୪ ମସିହାରେ ଆସାମ ଲୋକ ସେବା ଆୟୋଗରୁ ପିସିଏସର ପରୀକ୍ଷାରେ ସଫଳ ହୋଇଥିଲେ। ଏହାପରେ ତାଙ୍କୁ ଆୟକର ସହାୟକ ପଦରେ ପୋଷ୍ଟିଙ୍ଗ ଦିଆଗଲା। ସୋବରନ ନିଜର ଝିଅକୁ ଦେଖି ଲୁହରେ ଭିଜି ଯାଇଥିଲେ କାରଣ ତାଙ୍କର ସେହି ଝିଅ ତାଙ୍କର ସ୍ୱପ୍ନକୁ ପୂରଣ କରି ଦେଇଥିଲା।

ଆଜି ଜ୍ୟୋତି ନିଜର ବାପାଙ୍କ ସହ ରହୁଛନ୍ତି, ସୋବରନ କୁହନ୍ତି ମୁଁ ଅଳିଆ ଗଦାରୁ ଝିଅ ନୁହଁ ଏକ ହୀରାକୁ ଉଠେଇଥିଲି ଯିଏକି ମୋର ଏହି ବୃଦ୍ଧାବସ୍ଥାରେ ମୋର ସାହାରା ହୋଇପାରିଛି। ସେ ତାଙ୍କର ବାପାଙ୍କର ସମସ୍ତ ଇଛା ପୂରଣ କରନ୍ତି। ଆଜି ସୋବରନ ନିଜକୁ ବହୁତ ଧନ୍ୟ ମନେ କରୁଛନ୍ତି।

Leave a Reply

Your email address will not be published. Required fields are marked *