ଗାଁରେ ଜନ୍ମ ନେଲା ୩ଟି ଆଖି ଥିବା ବାଛୁରୀ, ନାକରେ 4 ଟି କଣା,ଗୋଟିଏ ଝଲକ ପାଇବା ପାଇଁ ଲାଗିଲା ଲୋକଙ୍କର ଭିଡ

ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି, ଜିଲ୍ଲାର ଗଣ୍ଡାଇ ଗ୍ରାମରେ ଏକ ଅବିଶ୍ୱସନୀୟ ଘଟଣା ଘଟିଛି,ଏଠାରେ ଏକ ଜର୍ସି ଗାଇ ଏକ ତିନିଟି ଆଖି ଥିବା ଗୋଟେ ବାଛୁରୀକୁ ଜନ୍ମ ଦେଇଛି ଏହି ଅଦ୍ଭୁତ ବାଛୁରୀକୁ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଗାଁରେ ଏକାଠି ହେଉଛନ୍ତି, ଇଶ୍ବରଙ୍କ ଉପରେ ବିଶ୍ୱାସ କରୁଥିବା ଲୋକମାନେ ବାଛୁରୀକୁ ପୂଜା କରୁଛନ୍ତି ଆଉ ଦାନ-ଦକ୍ଷିଣା ମଧ୍ୟ ଦେଉଛନ୍ତି ଜାନୁଆରୀ 14 ରେ ପ୍ରାୟ ସନ୍ଧ୍ୟା 7 ଟା ସମୟରେ ଗାଇଟି ବାଛୁରୀ କୁ ଜନ୍ମ କଲା ଆଉ ସେହିଦିନ ମାକର ସଂକ୍ରାନ୍ତି ହୋଇଥିବାରୁ ବାଛୁରୀ ପ୍ରତି ଲୋକଙ୍କ ବିଶ୍ୱାସ ଅହୁରି ଗଭୀର ହୋଇଗଲା|

ରାଜନନ୍ଦଗାଓଁ ଜିଲ୍ଲାର ଲୋଡି ନାଭାଗୋନର ହେମନ୍ତ ଚାନ୍ଦେଲ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାରେ ଲୋକମାନେ ତିନି ଆଖିର ବାଛୁରୀ ଦେଖିବା ପାଇଁ ଏକ ଧାଡିରେ ଲଗେଇ ଠିଆ ହୋଇଗଲେ,ଏହାକୁ ଭୋଲେନାଥ ରୂପେ ଗ୍ରହଣ କରି ଗ୍ରାମବାସୀମାନେ ବାଛୁରୀକୁ ଧୂପକାଠୀ, ନଡ଼ିଆ ଟଙ୍କା ଚଢେଇକି ପୂଜା କରୁଛନ୍ତି,ଜିଲ୍ଲାର ଗଣ୍ଡାଇ ଅଞ୍ଚଳର ବୁନ୍ଦେଲିର ନିର୍ଭରଶୀଳ ଗାଁ ଲୋଡି ନାଭାଗୋନରେ ଏକ ତିନି ଆଖିର ବାଛୁରୀ ଗାଈ ଜନ୍ମ ଦେଇଛି |

କୃଷି ବ୍ୟତୀତ ରାଜନନ୍ଦଗାଓଁର ଲୋଡି ନାଭାଗୋନର ହେମନ୍ତ ଚାନ୍ଦେଲ କୃଷି ବ୍ୟତୀତ ସେ ଗାଈପାଳିବାକୁ ଆଗ୍ରହୀ ଅଟନ୍ତି, ତାଙ୍କ ଦ୍ୱାରା ଏକ ଜର୍ସି ଗାଇ ପଳା ଯାଇଥିଲା,ମକର ସଂକ୍ରାନ୍ତି ଦିନ ସନ୍ଧ୍ୟା ପ୍ରାୟ 7 ଟାରେ, ଏହି ଗାଇଟି ଗୋଟିଏ ବାଛୁରୀକୁ ଜନ୍ମ ଦେଇଛି, ଯାହାର ତିନୋଟି ଆଖି ଅଛି, ଆଉ ଗୋଟିଏ ଆଖି ମୁଣ୍ଡର ମଝିରେ ଅଛି,କୁହାଯାଏ ଯେ ଏହି ବାଛୁରୀର ନାକରେ ଦୁଇଟି କଣା ବଦଳରେ ଚାରିଟି କଣା ଅଛି

ସାଥିରେ ଲାଞ୍ଜ ମଧ୍ୟ ଜଟା ସଦୃଶ ଅଟେ, ଆଉ ହି ଖବର ଏହି ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପିଗଲା,କେତେକ ଏହାକୁ ଧାର୍ମିକ ବିଶ୍ୱାସ ସହିତ ସଂଯୋଗ କରନ୍ତି ତ କେତେକ ବିଜ୍ଞାନର ଚମତ୍କାର ବୋଲି ଜାଣୁଛନ୍ତି, ଆଉ ଏହି ତିନି ଆଖିର ବାଛୁରୀକୁ ଦେଖିବା ପାଇଁ ବହୁତ ଲୋକ ଆସି ପହଂଜୁଛନ୍ତି

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଏହି ଅଞ୍ଜଳରେ ପ୍ରଥମ ଥର ପାଇଁ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଥିରେ କି ତିନି ଆଖିଥିବା ଗୋଟେ ବାଛୁରୀ ଜନ୍ମ ହୋଇଛି, ଯାହାର ନାକ ଆଉ ଲାଞ୍ଜ ମଧ୍ୟ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟର ଭାବନା ସୃଷ୍ଟି କରୁଛି,ଅଧିକାଂଶ ଲୋକ ଏହାକୁ ଧାର୍ମିକ ବିଶ୍ୱାସ ସହିତ ଏହାକୁ ସଂଯୋଗ କରି ଦେଖୁଛନ୍ତି, ଗ୍ରାମବାସୀ ଫୁଲ, ଫଳ ଆଉ ଟଙ୍କା ଦେଇ ବାଛୁରୀକୁ ଏହା ପ୍ରଣାମ କରୁଛନ୍ତି, ବାଛୁରୀର ଗୋଟେ ଝଲକ ଦେଖିବାକୁ ଲୋକମାନେ ଘର ବାହାରେ ଧାଡି ବାନ୍ଧୁଛନ୍ତି |

ଗାଇ ପଳକ ନୀରଜ ଚାନ୍ଦେଲ କହିଛନ୍ତି ଯେ ବାଛୁରୀ ଦେଖିବା ପରେ ମଧ୍ୟ ବିଶ୍ୱାସ କରିବା କଷ୍ଟକର,ବାଛୁରୀକୁ ଦେଖିବା ପାଇଁ ଆଖ-ପାଖ ଗାଁର ଲୋକମାନେ ଏଠି ଏକତ୍ରିତ ହେଉଛନ୍ତି,ବାଛୁରୀର ଯାଞ୍ଚ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା କରାଯାଇଛି,ଏଥିରେ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇ ନାହିଁ |

ବାଛୁରୀର ଜନ୍ମର ଖବର ଅଗ୍ନି ପରି ବ୍ୟାପିଗଲା, ଯାହା ପାଇଁ ବହୁତ ମାତ୍ରାର ଲୋକମାନେ ଏକତ୍ରିତ ହୋଇଥିଲେ, ବାଛୁରୀର ତିନୋଟି ଆଖିଥିବା କାରଣରୁ ମଧ୍ୟ ତାକୁ ଧାର୍ମିକ ବିଶ୍ୱାସ ସହିତ ଯୋଡୁଛନ୍ତି,ଲୋକମାନେ ଟଙ୍କା ଦେଇ ମଧ୍ୟ ପୂଜା-ଅର୍ଚନା କରୁଛନ୍ତି, ତେବେ ଅତୀତରେ ତିନି ଗୋଡ, ତିନି କାନ, ଦୁଇଟି ମୁଣ୍ଡ ଥିବା ପଶୁମାନଙ୍କର ଜନ୍ମ ହେବାର ଘଟଣା ସାମ୍ନାକୁ ଆସିସାରିଛି |

Leave a Reply

Your email address will not be published. Required fields are marked *