ମାଳିକା ବଚନ ହେବ ସତ୍ୟ ! ଭୁବନେଶ୍ୱର ବୁଡିବ ସମୁଦ୍ରରେ,ଆଉ ମାତ୍ର ଏତିକି ଦିନ !

ମହାପୁରୁଷ ମାନଙ୍କ ଦ୍ଵାରା ବର୍ଣ୍ଣିତ ମାଳିକାକୁ ଶୁଣିବାକୁ ସମସ୍ତେ ଭଲ ପାଇଥାନ୍ତି । କାରଣ ଏଥିରେ ଯାହା ଲେଖା ହୋଇଛି ତାହା ଭବିଷ୍ୟତ ରେ ସତ୍ୟ ହେବା ନିଶ୍ଚିତ । ମାଳିକା ର ବର୍ଣ୍ଣନା ବା ବାଣୀ କାହାକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ଆମକୁ ସତର୍କ ସଚେତନ କରିବା ପାଇଁ । ଏହାର ସତ୍ୟା ସତ୍ୟ ଏବଂ ଗୁରୁତ୍ଵକୁ ଉପଲବ୍ଧି କଲେ ଆପଣ ମାନେ ଜାଣି ପାରିବେ ଯ ମାଳିକା ସବୁ ସତ୍ୟ ଘଟଣା ଉପରେ ଏକ ଭବିଷ୍ୟବାଣୀ ସ୍ୱରୂପ କରିଥାଏ ।

ଯାହା ସମସ୍ତଙ୍କୁ ଚେତେଇବା ପାଇଁ ଏବଂ ସମସ୍ତଙ୍କୁ ସଚେତନ କରିବା ସହିତ ଏକ ଉଚିତ୍ ମାର୍ଗ ଦର୍ଶନ କରାଇବା ପାଇଁ । ତେଣୁ ଯାହା ଆମ ସହ ଘଟିବାର ଅଛି ତାହା ନିଶ୍ଚୟ ଘଟିବ । ତାକୁ କେହି ହେଲେ ମଧ୍ୟ ଏଡାଇ ଦେଇ ପାରିବେ ନାହିଁ । ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ ।

ମାଳିକା ଅନୁସାରେ ଏକ ଅଜଣା ମହାମାରୀ ଆସିବ ଓ ସବୁ କିଛି ଛାର୍ ଖାର୍ କରିଦେବ । ଅର୍ଥାତ୍ ସେହି ରୋଗ ର ଔଷଧ ଏତେ ଶୀଘ୍ର ଜଣା ପଡ଼ିବ ନାହିଁ । ସମସ୍ତେ ଘରେ ଲୁଚି ରହିବେ ସଂକ୍ରମଣ ଭୟ ରେ । ଏସମସ୍ତ ଲିଖିତ ରହିଛି । ଏହା ମଧ୍ୟ ଘଟିଛି । କୋରନା ଆସି ଆମ ମାନଙ୍କ ମାନଦଣ୍ଡ କୁ ଚହଲାଇଦେଇଚି । ତେବେ ସେହିପରି ମାଳିକା ରେ ଏହା ମଧ୍ୟ ଲେଖା ହୋଇଛି ଯେ ଏପରି ଏକ ସମୟ ଆସିବ , ସମଗ୍ର ଓଡ଼ିଶାର ଅବିଭକ୍ତ ୬ ଜିଲ୍ଲା ଜଳାର୍ଣ୍ଣବ ହେବ । ଏହି ଘଟଣା ମାଳିକା ବଚନରେ କୁହାଯାଇଛି ।

ଏହାକୁ ମହାପୁରୁଷ ଅତ୍ୟୁତାନନ୍ଦ ଦାସ ତାଙ୍କ ଭବିଷ୍ୟ ଗ୍ରନ୍ଥରେ ଏସମ୍ପର୍କରେ ପ୍ରମାଣ ଦେଇଛନ୍ତି । ତାଙ୍କ କହିବା ମୁତାବକ, ଏଭଳି ଏକ ସମୟ ଆସିବ, ଯେତେବେଳେ ସମଗ୍ର ଜଳପ୍ରଳୟ ଅବିଭକ୍ତ ୬ଟି ଜିଲ୍ଲାରୁ ସଂଗଠିତ ହେବ । ସେହି ୬ଟି ଜିଲ୍ଲାଗୁଡ଼ିକ ମଧ୍ୟରେ ପ୍ରଥମ ଜିଲ୍ଲା ହେଉଛି ଭୁବନେଶ୍ଵର, ପୁରୀ ଜିଲ୍ଲା । ଏହା ସହ ଖୋର୍ଦ୍ଧା, କଟକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଜିଲ୍ଲାରେ ଜଳପ୍ରଳୟ ସଂଗଠିତ ହେବ ବୋଲି ମାଳିକା ବଚନରେ ଉଲ୍ଲେଖ କରିଛନ୍ତି ମହାପୁରୁଷ ଅତ୍ୟୁତାନନ୍ଦ ଦାସ ।

ଏହି ସମୟରେ ଯିବା ଆସିବାର ରାସ୍ତା ମଧ୍ୟ ନଥିବ । ପ୍ରକୃତ ରେ ସତ ଯେ ମାଳିକା ରେ ଦିର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ବର୍ଣ୍ଣିତ ହୋଇଛି ଯାହା ବର୍ତମାନ ଓ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ । ଯଦି ଏହାକୁ ଅନେକ ମାନିବାକୁ ରାଜି ନୁହନ୍ତି ତଥାବି ଏହି ଘଟଣା ସବୁ ସତ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରିବା ସହିତ ନିଜ କର୍ମକୁ ଠିକ୍ କରିବାର ଆବଶ୍ୟକ ।

ତେବେ ଭୁବନେଶ୍ଵର ଯଥା ଶୀଘ୍ର ଜଳ ମଗ୍ନ ହୋଇଯିବ । ସେତେବେଳେ ପୁରୀ ରେ ମଧ୍ୟ ବାଇଶି ପାହାଚରେ ମୀନ ଖେଳିବ ବୋଲି ଲେଖିଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ । ତେବେ ଏହି ମାଳିକା ବଚନ ସତ୍ୟ ଯେ ଭୁବନେଶ୍ଵର ସମୁଦ୍ରରେ ଲୀନ ହେବ ।

Leave a Reply

Your email address will not be published. Required fields are marked *