ବ୍ରାଜିଲର ମଡେଲ ଆର୍ଥର ଓ ଉର୍ସୋ (Arthur O Urso) ଏକାସାଙ୍ଗରେ 9 ଜଣ ମହିଳାଙ୍କୁ ବିବାହ କରି ଲାଇମଲାଇଟକୁ ଆସିଥିଲେ । ଆର୍ଥର ପୂର୍ବରୁ ବିବାହ କରିଥିଲେ, କିନ୍ତୁ ‘Free Love’ ପାଳନ କରିବା ଏବଂ ‘ଏକ ବିବାହ’ ବିରୋଧ କରିବା ପାଇଁ ସେ ଆଉ ନଅ ଜଣ ମହିଳାଙ୍କୁ ବିବାହ କରିଥିଲେ । ଏହିପରି ସମୁଦାୟ ଆର୍ଥର ଙ୍କର 10 ଜଣ ପତ୍ନୀ ଅଛନ୍ତି ।
କିନ୍ତୁ ଆର୍ଥର ମେଦବହୁଳତା କାରଣରୁ ଅତ୍ୟଧିକ ଚିନ୍ତାରେ ଥିଲେ । ଏପରି ପରିସ୍ଥିତିରେ ସେ ଏଥିରୁ ମୁକ୍ତି ପାଇବାକୁ ସ୍ଥିର କଲେ ଏବଂ ଧୀରେ ଧୀରେ 28 କିଲୋଗ୍ରାମର ଓଜନ ହ୍ରାସ କଲେ। ଆର୍ଥରଙ୍କ ଓଜନ 100 ରୁ ଅଧିକ ହୋଇଯାଇଥିଲା । ଓଜନ ହ୍ରାସ କରିବା ପରେ ଆର୍ଥର ମଡେଲିଂ ଆରମ୍ଭ କଲେ । ଆର୍ଥର କହିଛନ୍ତି ଯେ ଯଦି ସେ ଓଜନ ହ୍ରାସ କରି ନଥାନ୍ତେ, ତେବେ ସେ 9 ଜଣ ମହିଳାଙ୍କୁ ବିବାହ କରି ନଥାନ୍ତେ
ଏହି ସମୟ ମଧ୍ୟରେ ଯେତେବେଳେ ସେ 9 ଜଣ ମହିଳାଙ୍କୁ ଏକାଠି ବିବାହ କରିଥିଲେ, ସେତେବେଳେ ସେ ଲାଇମଲାଇଟକୁ ଆସିଥିଲେ । ଆର୍ଥର ଙ୍କ ପ୍ରଥମ ପତ୍ନୀଙ୍କ ନାମ ଲୁଆନା କାଜାକି । ଆର୍ଥରଙ୍କ ଜୀବନ କିପରି ବଦଳିଗଲା, ସେ ନିଜେ କହିଛନ୍ତି।
ଆର୍ଥରଙ୍କ ଅନୁଯାୟୀ, ସେ ସୋମବାରରୁ ଶନିବାର ପର୍ଯ୍ୟନ୍ତ ଜିମରେ ଝାଳ ବୁହାନ୍ତି ଏବଂ ରବିବାର ଦିନ ବିଶ୍ରାମ କରନ୍ତି। ତାଙ୍କ ଖାଦ୍ୟ ବିଷୟରେ ବର୍ଣ୍ଣନା କରି ଆର୍ଥର କହିଛନ୍ତି- “ଏହି ସମୟ ମଧ୍ୟରେ ମୁଁ ଏପରି ଖାଦ୍ୟ ଖାଏନାହିଁ ଯେଉଁଥିରେ ଲୁଣ, ଚିନି କିମ୍ବା ଚର୍ବି ରହିଥାଏ। ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବାର ଏକ କଠୋର ନିୟମ କରିଥିଲି।”
ଆର୍ଥର କହିଛନ୍ତି ଯେ ମୁଁ ଅଳ୍ପ ଅଳ୍ପ ଖାଇବା ଆରମ୍ଭ କଲି । ଘରୁ ଅଧିକ ବାହାରୁ ନଥିଲି । ଏସବୁ ମଧ୍ୟରେ ମୁଁ ମଧ୍ୟ ଉଦାସୀନତା ଭିତରକୁ ଗଲି, କିନ୍ତୁ ଏକ ନୂତନ ଜୀବନଶୈଳୀ ଗ୍ରହଣ କରି ଓଜନ ହ୍ରାସ କରିବାରେ ସଫଳ ହେଲି । ଆର୍ଥର୍ ଦାବି କରିଛନ୍ତି ଯେ ଓଜନ ହ୍ରାସ କରିବା ପରେ ତାଙ୍କ ଜୀବନ ବହୁତ ସହଜ ହୋଇଛି (ପାଖାପାଖି 28 କିଲୋଗ୍ରାମ)। ଏବେ ମହିଳାମାନେ ତାଙ୍କର ଆକର୍ଷଣୀୟ ଚେହେରା ଦ୍ୱାରା ଆକର୍ଷିତ ହୁଅନ୍ତି ।
ଏହାପୂର୍ବରୁ ଆର୍ଥର ଏବଂ ତାଙ୍କ ପତ୍ନୀ ଲୁନା ଏକ ସଵସ୍କ୍ରିପସନ ଆଧାରିତ ୱେବସାଇଟରେ ମାସିକ 50 ଲକ୍ଷ ଟଙ୍କା ରୋଜଗାର କରୁଥିବା ପ୍ରକାଶ କରି ବିଶ୍ୱକୁ ଚକିତ କରିଦେଇଥିଲେ। ଆର୍ଥର ଏବଂ ଲୁନା ସେମାନଙ୍କର ସମ୍ପର୍କ ବିଷୟରେ ଅନେକ ଆଲୋଚନା କରିଥିଲେ ।