ଯେତେବେଳେ ଲୋକମାନେ ନିଜ ପ୍ରେମରେ ଅସଫଳ ହୋଇଯାନ୍ତି, ସେତେବେଳେ ସେମାନେ ନିଜ ପ୍ରେମିକ କି ପ୍ରେମିକା ଙ୍କୁ ଫସେଇବାକୁ ଯାଇ ସେମାନେ କିଛି ବି କରିପାରନ୍ତି,ଏପରି ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଠାରେ ଜଣେ ଯୁବତୀ ତାଙ୍କ ପୂର୍ବ ପ୍ରେମିକକୁ ବଦନାମ ଆଉ ହଇରାଣ କରିବା ପାଇଁ ଏପରି କିଛି କାମ କରିଥିଲେ କି, ଯାହା ଫଳରେ ଯୁବକଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା,ଯୁବତୀ ଜଣଙ୍କ ନିଜ ପ୍ରେମର ପ୍ରତିଶୋଧ ନେବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଇଥିଲେ
ଆଉ ସେ ନିଜର ପୂର୍ବତନ ପ୍ରେମିକଙ୍କ ନାମରେ ଗୋଟେ ନୁହଁ କି ଦୁଇଟା ନୁହଁ ବରଂ ପୁରା 30 ଟି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଥିଲେ,ଆଉ ସେହି ସବୁ ଆକାଉଣ୍ଟରୁ ସେ ନିଜକୁ ଧମକଵାଲା ମେସେଜ ପଠାଉଥିଲେ,ଆଉ ଏହା କରିବାକୁ ପରେ ତାଙ୍କ ପୂର୍ବ-ପ୍ରେମିକ ତାଙ୍କୁ ହତ୍ୟା କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ କରିଥିଲେ,ଏହି ଘଟଣା ପରେ ତାଙ୍କ ପୂର୍ବ ପ୍ରେମିକଙ୍କ ପାଇଁ ଜୀବନ ବାଞ୍ଜିବା ବି କଷ୍ଟକର ହୋଇପଡିଛି
ଏବେ ଏଇସବୁ ଘଟଣା ଏହି କ୍ରମରେ, ଜଲିଙ୍କ ମାନସିକ ସ୍ଥିତି ବହୁତ ଖରାପ ଭାବରେ ପ୍ରଭାବିତ ହୋଇଥିଲା ଆଉ ସେ ଡିପ୍ରେସନ କୁ ମଧ୍ୟ ଚାଲିଯାଇଥିଲେ,ଆଉ ତାଙ୍କ ଚାକିରୀ ମଧ୍ୟ ହରେଇଥିଲେ ଆଉ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡିଲା, ଆସନ୍ତୁ ଜାଣିବା ପୁରା କାହାଣୀ ଟି କ’ଣ ବାସ୍ତବରେ,ବ୍ରିଟେନର ଲିଭରପୁଲରେ ରହୁଥିବା 20 ବର୍ଷୀୟ କୋର୍ଟନି ଆୟର୍ଲାଣ୍ଡ ଆଉ ଆଇନ୍ସୱର୍ଥରେ ରହୁଥିବା 22 ବର୍ଷର ଲୁଇସ୍ ଜଲି ପରସ୍ପରକୁ ଭଲ ପାଉଥିଲେ, ତେବେ ଗତ ବର୍ଷ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା,ଦୁହିଁଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ହେଁ ସେମାନେ ପରସ୍ପର ଠାରୁ ଅଲଗା ହୋଇଗଲେ, ଆଉ ଏହା ପରେ କୋର୍ଟନି ଜଲିଙ୍କ ବିରୁଦ୍ଧରେ ଏପରି ଚତୁର ପଦକ୍ଷେପ ନେଲେ ଯେ,ଯେଉଁଥିପାଇଁ ଜଲିଙ୍କ ଜୀବନର ସବୁକିଛି ନଷ୍ଟ ହୋଇଯାଇଗଲା |
ମିଡିଆ ରିପୋର୍ଟ ଅନୁଯାୟୀ, କୋର୍ଟନି ଜଲିଙ୍କୁ ଫସେଇବାପାଇଁ ଆଉ ତାଙ୍କୁ ଜେଲ ପଠାଇବା ପାଇଁ 30 ଟି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ବାନେଇଲେ ଆଉ ସେଇଥିରୁ ନିଜକୁ ହତ୍ୟା କରିବା ଭଳି ଧମକପୂର୍ଣ୍ଣ ମେସେଜ ପଠାଇଲେ,ଏହା ସହିତ ଜଲିଙ୍କୁ ତାଙ୍କ ପିଛା କରୁଥିବା ଆଉ ଅଶ୍ଳୀଳ ମନ୍ତବ୍ୟ ସହ ହଇରାଣ କରିବା ଅଭିଯୋଗରେ ସେ ପୋଲିସକୁ ବୟାନ ଦେଲେ,ଯେତେବେଳେ ପୋଲିସ କୋର୍ଟନିଙ୍କ କଥା ଶୁଣୁଥିଲା, ଜଲିଙ୍କୁ 81 ଘଣ୍ଟା ପାଇଁ ଅଟକ ରଖାଯାଇଥିଲା, ଆଉ ଏହି ଘଟଣା ଯୋଗୁଁ ଜଲି ନିଜ ଚାକିରି ହରାଇଲେ ଆଉ ତାଙ୍କର ଅନେକ ବଦନାମି ମଧ୍ୟ ହେଲା |
ପୋଲିସ ସାମ୍ନାରେ ଜଲି ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରି ଏକ ମାମଲା ଦାୟର କରିଥିଲେ, ଆଉ ଯେତେବେଳେ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା, ସେତେବେଳେ ଜଲିଙ୍କ ଦ୍ୱାରା ପଠାଯାଇଥିବା ଇନଷ୍ଟାଗ୍ରାମ ମେସେଜ୍ ଉପରେ କୋର୍ଟ ଯାଞ୍ଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ
ସେହି ମେସେଜ ଗୁଡ଼ିକର ଯାଞ୍ଜ କରାଯାଇଥିଲା ଆଉ ଯାଞ୍ଜପରେ ସତ୍ୟ କଣ ତାହା ସାମ୍ନା କୁ ବାହାରି ଆସିଲା, ପ୍ରକୃତରେ ଅନୁସନ୍ଧାନରେ ଏହା ସ୍ପଷ୍ଟ ହୋଇଛି ଯେ ଏହି ସମସ୍ତ ଆକାଉଣ୍ଟ କୋର୍ଟନିଙ୍କ ମୋବାଇଲରୁ ଖୋଲା ହୋଇଛି, ଏହି ସମସ୍ତ ସନ୍ଦେଶଗୁଡ଼ିକର ସମାନ IP ଅଡ୍ରେସ ଖୋଲା ଅଛି, ପରେ ଜଣାପଡିଥିଲା ଯେ କୋର୍ଟନି ନିଜେ ନିଜକୁ ହିଁ ଧମକପୂର୍ଣ୍ଣ ମେସେଜ ପଠାଉଥିଲେ |
ଯେତେବେଳେ କଠୋର ଭାବେ ପଚରାଉଚରା କଲାବେଳେ କୋର୍ଟନି ତାଙ୍କ ଅପରାଧ ସ୍ୱୀକାର କରିଥିଲେ, ଏହି ଷଡଯନ୍ତ୍ରରେ ତାଙ୍କ ସହ କର୍ଟନିଙ୍କ ନୂଆ ପ୍ରେମିକ ମଧ୍ୟ ସାମିଲ ଥିଲେ, କୋର୍ଟନି ତାଙ୍କ ମାଙ୍କୁ ମଧ୍ୟ ଜଲିଙ୍କ ବିରୁଦ୍ଧରେ ପ୍ରବର୍ତ୍ତାଇଥିଲେ, ଆଉ କୋର୍ଟନିଙ୍କୁ କୋର୍ଟ 10 ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି, ଆଉ ଏହି ଭୁଲ୍ ପାଇଁ ଜଲି ଏହି ସବୁ ଯନ୍ତ୍ରଣା ଭୋଗିଥିଲେ ଯାହା ସେ କରିନଥିଲେ, ତେବେ କୋର୍ଟ ମଧ୍ୟ ଜଲିଙ୍କ ପ୍ରତି ସମବେଦନା ଜଣାଇଛନ୍ତି।