ସମ୍ପର୍କ ଏକ ଏପରି ଶବ୍ଦ ଯାହା ଶୁଣିଲେ ନିଜ ଭିତରେ କୌଣସି ନିଜର ଲୋକୋକୁ ଅନୁଭବ କରିହୁଏ। ଏହା ଏକ ଏପରି ଶଦ୍ଦ ଯାହା କେବଳ ଏକ ପାତାଳ ସୂତା ଖିୟ ଭଳି ହେଇଥାଏ। ଅନେକ ସମ୍ପର୍କ ତ ଦୁନିଆରେ ରହିଛି ହେଲେ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଏକ ସବୁଠାରୁ ନିବିଡ ସମ୍ପର୍କ ଅଟେ
ଯାହା କେବଳ ଅନେକ ବିଶ୍ୱାସ ଓ କିଛି ଭଲ ପାଇବା କୁ ନେଇ ନିବିଡ ଭାବ ରେ ବାନ୍ଧି ହେଇଥାଏ। ଆଉ ଯଦି ଏହି ସମ୍ପର୍କରେ କେବେ ଫାଟ ପଢାଯାଏ ନା ତାକୁ ଜଡ଼ିବା ଅନେକ କଷ୍ଟ ହେଇଯାଉ।ଥରେ ତାହା ଭାଙ୍ଗି ଗଲେ କଣ କେବେ ଯୋଡି ହୁଏ। ଠିକ୍ ଏହିପରି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଏକ ଗାଁରେ ।
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ତୋଡା ଗାଁ ପଞ୍ଚାୟତର ରାମକୃଷ୍ଣ ଜେନା ଆଉ ମାନସୀ ଜେନାଙ୍କ ବିବାହ କୁ 3 ବର୍ଷ ହୋଇ ସାରିଥିଲେ ବି ଏଚ ଆଇ ଭି ଏଡ଼ସ ସାଜିଛି ଏକ ବଡ଼ ପ୍ରତି ବନ୍ଧକ। ହେଲେ ସ୍ବାମୀ ଏବେ ବି ଚାହୁଁଛନ୍ତି କି ସ୍ତ୍ରୀ ତାଙ୍କ ପାଖକୁ ଫେରି ଆସୁ।
ତାଙ୍କ ନିଜ ବାପା ମା ଓ ସ୍ତ୍ରୀ ସହିତ ସେ ବାସ କରୁଥିଲେ। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି । ରାମକୃଷ୍ଣ ବାହାରେ ରହି କାମ କରି ପରିବାର ପ୍ରତିପୋଷଣ ମଧ୍ୟ କରୁଥିଲେ। ଆଗ କିଛି ଦିନ ତଳେ ତାଙ୍କ ଗାଁରେ ଏକ ରକ୍ତ ଦାନ ଶିବିର ଯାଇଥିଲା ଯେଉଁଠି ସେ ରକ୍ତ ଦାନ କରିଥିଲେ କିଛି ଦିନ ପରେ ଜଣ ପଢିଥିଲା ତାଙ୍କୁ ଏଚ ଆଇ ଭି ଏଡ଼ସ ପୋଜେଟିଭ ହେଇଚି ବୋଲି ।ତାହା ଜାଣିବା ପରେ ସେ ଆସି ଘରେ ସ୍ତ୍ରୀକୁ କହିଥିଲେ।
ଯାହା ଶୁଣିବା ପରେ ସ୍ତ୍ରୀ ମାନସୀ ରାମକୃଷ୍ଣ କୁ ଛାଡ଼ି ପଳାଇ ବର ଜିଦି ଧରି ବସିଥିଲେ। କଥା ପୋଲିସର ଦ୍ୱାରସ୍ତ ହେବା ପରେ ପୋଲିସ ଆସି ମାମଲାକୁ ସମ୍ଭଳିବାକୁ ଚେଷ୍ଟା କରିଥିଲା ହେଲେ ମାନସୀ ତାଙ୍କ ଜିଦିରେ ଅଟଳ ଥିଲେ । ଘରେ ଥିଲା ତାଙ୍କ ଜିନ୍ସ ପତ୍ର ନେଇ ସେ ସବୁଦିନ ପାଇଁ ବାପା ଘରକୁ ଚାଲି ଯାଇଥିଲେ।