କରୋନା ଟୀକା ନେଇ ପାରାଲିଶିସର ଶିକାର ହେଲେ ଅବସରପ୍ରାପ୍ତ ତହସିଲଦାର

କରୋନା ଭଳି ମହାମାରୀ ସାରା ବିଶ୍ବରେ ଏତେ ମାତ୍ରାରେ ଖେଳି ଯାଇଛି ଯେ ଏଥିରୁ ବଞ୍ଚିବା କଷ୍ଟକର ହୋଇ ପଡିଛି । ସରକାର ଏଥିରୁ ବଞ୍ଚିବା ପାଇଁ ବିଭିନ୍ନ କଟକଣା ଲଗାଉଛନ୍ତି। ପୁରା ଦେଶ ଏହା ପାଇଁ ଲକ୍ ଡାଉନ୍ ହୋଇ ସଦ୍ ଡାଉନ୍ ହୋଇଥିଲା।ସର ଦେଶରେ କରୋନ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ବ୍ୟାପକ ପଦଷେପ ନିଆ ଯାଉଅଛି । ଦେଶର ଆର୍ଥିକ ପରିସ୍ଥିତି ଉପରେ ଖୁବ୍ ପ୍ରଭାବ ପକାଇଥିଲା । ପରେ କଟକଣା ଉପରେ କୋହଳ କରା ଯାଇଥିଲା । ଲୋକେ ଘରେ ରହି ବହୁତ ହଇରାଣ ହେଉଥିଲେ। ନିଜ କାମ କରିପାରିନଥିଲେ ।

ସେଥି ପାଇଁ ସରକାର ଘରୁ ଯିବ ପାଇଁ ଅନୁମତି ଦେଇଥିଲେ । ହେଲେ ତାହା କୋଭିଡ୍ ଗାଇଡଲାଇନକୁ ଅବଲମ୍ବନ କରି ଯାତାୟତ କରିବା ପାଇଁ କହିଥିଲେ।ଅତି ଆବଶ୍ୟକ ପଡିଲେ ହି ଘରୁ ବାହାରିବା ପାଇଁ ନିୟମ ରଖା ଯାଇଥିଲା । ତାହା ମଧ୍ୟ ମାସ୍କ , ସାନିତାଇଜ୍ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ ଅନିର୍ବର୍ଯ୍ୟ କରି ଥିଲେ । ଲୋକେ ମଧ୍ୟ ନିୟମ ପାଳନ କରି ଚାଲିଥିଲେ। ପୁଣି ଥରେ କରୋନା ଆକ୍ରାନ୍ତ ବଢ଼ି ବା ଯୋଗୁଁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ହୋଇ ଥିଲା ।

ଏହି ଭାଇରସ ଅନେକ ଜୀବନ ନେଇ ସାରିଲାଣି । ସାରା ବିଶ୍ବରେ ଏହାର ବ୍ୟାପକ ସଂଖ୍ୟା ଅଧିକ ମାତ୍ର ରେ ବଢ଼ି ଚାଲିଛି । ତେବେ ଏଥିରୁ ରକ୍ଷା ପାଇବା ପାଇଁ ସରକାର ଏହା ପାଇଁ ଟୀକା ବ୍ୟବସ୍ଥା କରିଲେ । ବୈଜ୍ଞାନିକ ମାନେ ଅନେକ ଚେଷ୍ଟା ପରେ ଟୀକା ପ୍ରସ୍ତୁତ କରିଲେ । ଏହି ଟୀକା ନେବା ପରେ ଶରୀର ରେ ଆନ୍ତିବଡ଼ି ଅଧିକ ସତେଜ ହୋଇ ଥାଏ । ମାତ୍ର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରେ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ପଣ୍ଡୁଆ ଗ୍ରାମ ରେ ଥିବା ଅବସର ପ୍ରାପ୍ତ ଗୋବର୍ଦ୍ଧନ ସେଠୀ ୭ ତାରିଖରେ କୋଭିଶିଲ୍ଡ ର ଟୀକା ନେଇଥିଲେ ।

ଟୀକା ନେବା ପରେ ଦେହ ବଧିର ଲାଗିବା ପରେ ପାଟି ବଙ୍କା ହେବାକୁ ଲାଗିଲା । ୮ ତାରିଖ ଦିନ ଡାକ୍ତରଙ୍କୁ ଦେଖାଇ ମେଡ଼ିସିନ୍ ମଧ୍ୟ ଖାଇଥିଲେ ମାତ୍ର କୌଣସି ଫଳ ମିଳିଲା ନାହି । ବାମ ପଟ ଆଖିରୁ ଲୁହ ଝରିଲା ଓ ମୁଁହ ବ୍ୟଥା ହେବା ସହିତ ପାଟି ଗୋଟିଏ ପଟକୁ ଟାଣି ହୋଇ ଯାଇ ଥିଲା । ପୁଣି ଡାକ୍ତର ଙ୍କୁ ଦେଖାଇ ତିନୋଟି ଇଞ୍ଜେକ୍ସନ ନେବା ସହିତ ମେଡ଼ିସିନ୍ ମଧ୍ୟ ଖାଇଲେ । ଟୀକା ନେଇ ଏପରି ହୋଇଥିବାର ଅଭିଯୋଗ କରିଥିଲେ ପରିବାର ବର୍ଗ । ତେବେ ଏହା ଟୀକା ପାଇଁ କିମ୍ବା କୌଣସି କାରଣ ପାଇଁ ହୋଇଛି ବର୍ତ୍ତମାନ ପରୀକ୍ଷା ପରେ ହିଁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *