ଋତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ତୁରନ୍ତ ବନ୍ଦ ହୋଇଯିବ, ଏହି ପତ୍ରର ରସକୁ କେବଳ ୨ଥର ପିଅନ୍ତୁ !

ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ମାସିକ ଧର୍ମ ହେବା ଓ ରକ୍ତସ୍ରାବ ହେବା ଏକ ସାଧାରଣ କଥା। କିନ୍ତୁ ମାସିକ ଧର୍ମ ସମୟରେ ଅଧିକ ମାତ୍ରାରେ ରକ୍ତ ପ୍ରବାହ ହେବା ବା ଋତୁସ୍ରାବ ନ ହୋଇ ଅଧିକ ରକ୍ତସ୍ରାବ ହେବା ଚିନ୍ତାର କାରଣ ଅଟେ। ପ୍ରଯୋଜନ ପ୍ରଣାଳୀ ବ୍ୟତୀତ ଏମିତି ଅନେକ କାରଣ ଅଛି ଯେଉଁ କାରଣରୁ ମହିଳାଙ୍କର ରକ୍ତସ୍ରାବ ଅଧିକ ମାତ୍ରାରେ ହୋଇଥାଏ। ବିନା କାରଣରେ ଯଦି ରକ୍ତସ୍ରାବ ହେଉଥାଏ ତେବେ ଡାକ୍ତରଙ୍କ ସହିତ ତୁରନ୍ତ ପରାମର୍ଶ କରିବା ଉଚିତ।

ଆମେ ଆଜି ଆପଣମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବା ପାଇଁ ଯାଉଛୁ ଯାହାଦ୍ଵାରା ଅଧିକ ମାତ୍ରାରେ ରକ୍ତସ୍ରାବ ତୁରନ୍ତ ବନ୍ଦ ହୋଇଯିବ। ଏହି ଘରୋଇ ଉପାୟକୁ ତିଆରି କରିବା ପାଇଁ ଆବଶ୍ୟକ ରହିଛି ସିଜୁ ପତ୍ର। ସିଜୁ ପତ୍ର ପ୍ରକୃତର ମନୁଷ୍ୟ ପାଇଁ ବରଦାନ ଅଟେ। ଏହି ଗଛକୁ ଦେବୀ ମନସା ଭାବରେ ଅନେକ ଜାଗାରେ ପୂଜା କରାଯାଏ। ପ୍ରଥମେ ୩୦ ରୁ ୪୦ଟି ସିଜୁ ପତ୍ର ନେଇ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ।

ଏହା ପରେ ଆପଣ ଥାକ ଥାକ କରି ଭଲ ଭାବରେ ସଜେଇ ଦିଅନ୍ତୁ। ଏହା ପରେ ସିଜୁ ପତ୍ରକୁ ବାନ୍ଧିବା ପାଇଁ କଦଳୀ ପାଟର ଆବଶ୍ୟାକ ରହିଛି। କଦଳୀ ପାଟ ସହଜରେ ନିଆଁ ଲାଗିବ ନାହିଁ। ଏଥିପାଇଁ ଆପଣ ଗ୍ଯାସର ବ୍ୟବହାର କରି ପାରିବେ ନାହିଁ। ଏଥିପାଇଁ ଆପଣ ପ୍ରଥମେ ଚୁଲି ଲଗାଇ ଅଙ୍ଗାର ପ୍ରସ୍ତୁତ କରିବାକୁ ହେବ। ନିଆଁ ଲିଭି ଯାଇଥିବା ଅଙ୍ଗାରରେ ଆପଣ ସିଜୁ ପତ୍ରକୁ ପକାଇ ଦିଅନ୍ତୁ।

ଏହାକୁ ନିଆଁରେ ପକାଇବା ପୂର୍ବରୁ ଦେବୀ ମନସାଙ୍କର ନାମକୁ ସ୍ମରଣ କରି ମୁଣ୍ଡରେ ଲଗାନ୍ତୁ। ଅଙ୍ଗାର ମଧ୍ୟରେ ଏହାକୁ ଅଳ୍ପ ସମୟ ପକାଇ ରଖିଲେ ଏହା ଭଲ ଭାବରେ ସିଝିଯିବ। ଧ୍ୟାନ ରଖିବେ ଏହା ଯେମିତି ଜଳିନଯିବ। ମଝିରେ ମଝିରେ ଆପଣ ଏହାକୁ ଓଲଟାଓ ଥିବେ। ୩ ରୁ ୫ ମିନିଟ ପର୍ଯ୍ଯନ୍ତ ଆପଣ ଏହାକୁ ସିଝାଇ ପାରିବେ।

ଏହା ପରେ ଆପଣ ଏକ ଓଦା କପଡା ନେଇ ସିଜୁ ପତ୍ରକୁ ରଖି ଏହାର ରସ ବାହାର କରନ୍ତୁ। ଓଦା କପଡାର ବ୍ୟବହାର ଏଥିପାଇଁ କରାଯିବ କାରଣ ଏଥିରୁ ଗରମ ଗରମ ରସ ବାହାର କରିବାକୁ ହେବ। ରସ ବାହାରିବା ପରେ ଏକ ପାତ୍ରରେ ଛାଣନ୍ତୁ। ଏହା ପରେ ଆପଣ ଏହା ଉଷୁମ ଥିବା ଅବସ୍ଥାରେ ସେବନ କରନ୍ତୁ। ଆପଣ ଏହାର ଦିନକୁ ଦୁଇ ରୁ ତିନି ଥର ସେବନ କରିପାରିବେ।

ଯଦି ଆପଣଙ୍କର ଅନିୟମିତତା ଋତୁସ୍ରାବ ବା ରକ୍ତସ୍ରାବ ହେଉଛି ତେବେ ତୁରନ୍ତ ବନ୍ଦ ହୋଇଯିବ। ଯଦି ଆପଣଙ୍କର ଦୀର୍ଘ ଦିନ ହେବ ଏହିପରି ସମସ୍ଯା ରହିଛି ତେବେ ଦିନକୁ ଥରେ ୭ ଦିନ ପର୍ଯ୍ଯନ୍ତ ଏହାର ସେବନ କରନ୍ତୁ। ଆପଣଙ୍କର ଏହି ଋତୁସ୍ରାବ ପରି ସବୁ ସମସ୍ଯା ଭଲ ହୋଇଯିବ।

Leave a Reply

Your email address will not be published. Required fields are marked *