ଦୁନିଆରେ ଏମିତି ଘଟଣା ଘଟୁଛି ଯାହା ଶୁଣିଲେ ଆପଣଙ୍କର ହୋସ ଉଥିଯିବ ।ଆଉ ଏବେ ସବୁଠୁ ଅଧିକ ମାତ୍ରାରେ ହେଉଛି ଠକାମୀ । ଆଉ ଏବେ KYC ନାଁ’ରେ ଭୁଲାଇଛି କଳା କନା । ୧୦ ଟଙ୍କାର ରିଚାର୍ଜ କରି ୫୦ ହଜାର ଟଙ୍କା ଠକିନେଲେ ଲୋକୋଙ୍କ ଠୁ । ଦିନକୁ ଦିନ ଦୁନିଆ ଯେତେ ଡିଜିଟାଲ ହେଉଛି ସାଇବର ଠକ ମଧ୍ୟ ବଢ଼ି ବଢି ଯାଉଛି । ଡିଜିଟାଲ ଯୁଗର ତାଳେ ତାଳେ ଡିଜିଟାଲ ଠକେଇ ହେଉଛି । ମାତ୍ର ୧୦ ଟଙ୍କା ରିଚାର୍ଜ କରାଇ ସାଇବର ଠକାମିର ଶିକାର ହୋଇଛନ୍ତି ଜଣେ ମେଡ଼ିସିନ ଦୋକାନୀ ।
ସେହି ଦୋକାନୀ ଜଣକ ରିଚାର୍ଜ କରିବା ପରେ ଆଖି ପିଛୁଳା କେ ବ୍ଯାଙ୍କ ଆକାଉଣ୍ଟରୁ କଟିଗଲା ୫୦ ହଜାର ଟଙ୍କା । ପାଟକୁରା ଗରତପୁର ବ୍ଲକ ଶ୍ରୀଚନ୍ଦନପୁର ଗାଁର ନାନକ କୁମାର ସାହୁ ଘରେ ସେ ଗରଦପୁର ବଜାରରେ ଏକ ମେଡ଼ିସିନ ଦୋକାନ କରିଥିଲେ କିଛିଦିନ ତଳେ ଜିଓ ସିମ ର KYC କରେଇବା ପାଇଁ ତାଙ୍କ ପାଖକୁ ଏକ ମେସେଜ ଆସିଥିଲା । KYC ନ କଲେ ୨୪ ଘଣ୍ଟା ମଧ୍ୟରେ ସିମକୁ ଅଚଳ କରି ଦିଆଯିବ ବୋଲି ମଧ୍ୟ ସେହି ଏସେମେସ ରେ ଲେଖା ଯାଇଥିଲା
ଗ୍ରାହକ ସେବା ନମ୍ବରରେ କଲ୍ କରିବାରୁ ସାଇବର ଠକ ତାଙ୍କୁ ୧୦ ତାଙ୍କ ରିଚାର୍ଜ କରିବାକୁ କହିଥିଲେ ତାହା ପୁଣି ଡେବିଟ କାର୍ଡ ଦ୍ଵାରା ହେଇଥିଲା ଏହା ପରେ ୧୦ ଟଙ୍କା ରିଚାର୍ଜ କରିବା ପରେ ପ୍ଲେ-ଷ୍ଟୋରରୁ ଟିମ ୟୁଜର କ୍ଵିକ ସପୋର୍ଟ ଆପ୍ ଡାଉନଲୋଡ କରିବାକୁ କହିଥିଲା । ଏହାର ସାଙ୍ଗେ ସାଙ୍ଗେ ନାନକ ଙ୍କ ଆକାଉଣ୍ଟରୁ ୪୯,୯୦୨/- ଟଙ୍କା କଟି ଯାଇଥିଲା ।
ତାଙ୍କ ଆକାଉଣ୍ଟ ରୁ ପ୍ରାୟ ୫୦ ହଜାର ଟଙ୍କା ସାଇବର ଠକ ଠକି ନେଇ ସାରିଥିଲା । ଏନେଇ ନାନକ ପାଟକୁରା ଥାନାରେ ଅଭିଯୋଗ କରିଥିଲେ। ସେ ନିଜ ଏଟିଏମ କାର୍ଡ ବ୍ଲକ କରିବା ସହ ପାଟକୁରା ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରିଥିଲେ । ଏହିପରି ଏକ ସାଇବର ଠକେଇ ଅଭିଯୋଗ ପାଇବା ପରେ ପୋଲିସ ଏକ କେସ୍ ଦାୟର କରି ତଦନ୍ତ ଆରମ୍ଭ ଥିଲା ।