ବିଶ୍ୱର ସପ୍ତଶ୍ଚର୍ଯ୍ୟା ମଧ୍ୟରେ ଅନ୍ୟତମ ତାଜମହଲ । ଆଗ୍ରାର ଯମୁନା ନଦୀ କୂଳରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ତାଜମହଲକୁ ଦେଖିବା ପାଇଁ ଦେଶ ଓ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପ୍ରେମର ପ୍ରତୀକ ତାଜମହଲର କାହାଣୀ ଖୁବ୍ ହୃଦୟସ୍ପର୍ଶୀ । ଇତିହାସ ଅନୁସାରେ ମୋଗଲ ବାଦଶାହ ଶାହଜାହାନ ନିଜ ପତ୍ନୀ ମୁମତାଜଙ୍କ ପାଇଁ ତାଜମହଲ ତିଆରି କରିଥିଲେ । ତାଜମହଲ ଶଙ୍ଖ ମଲମଲ ପଥର ନିର୍ମିତ ଏକ ସମାଧି। ପୃଥିବୀର ସାତଗୋଟି ଅଦ୍ଭୁତ ବସ୍ତୁ ମଧ୍ୟରେ ତାଜ ମହଲକୁ ପରିଗଣିତ କରାଯାଏ ।
ଏହାର କାରୁକାର୍ଯ୍ୟ ଶିଳ୍ପ ଚାତୁରୀ ଏବେଯାଏଁ ଏହାକୁ ଭାରତର ଅମର ଭବନର ମାନ୍ୟତା ଦେଇଛି । ଶାହାଜାହାନ ନିଜ ତୃତୀୟ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରିଥିଲେ । ଏହା ମୁସଲିମ କଳାର ଶିରୋମଣି ଭାବେ ଭାରତରେ ପରିଗଣିତ ହୋଇଥାଏ ତଥା ବିଶ୍ୱ ଐତିହ୍ୟର ଏକ ପ୍ରମୁଖ ନମୁନା ବୋଲି ମଧ୍ୟ ଏହା ପ୍ରଖ୍ୟାତ। ତାଙ୍କ ବିଳାସ ପ୍ରିୟତାର ଅନ୍ୟ ଏକ ନିଦର୍ଶନ ହେଉଛି ମୟୂର ସିଂହାସନ । ‘‘ପର୍ସିଆନ’’ ନାମକ ଗ୍ରନ୍ଥରେ ତାଙ୍କ ନିତିଦିନିଆ ଜୀବନର ଯେଉଁ ବିବରଣୀ ଦେଖିବାକୁ ମିଳେ, ତହିଁରେ ତାଙ୍କ ସୁଶାସନ, କର୍ମନିଷ୍ଠା ଓ ପ୍ରଜାବତ୍ସଳତାର ପ୍ରମାଣ ମିଳିଥାଏ ।
ହେଲେ ଆପଣ ତାଜମହଲ ବିଷୟରେ ଯାହା ଭି ଜାଣିଛନ୍ତି ତାହା ଅତ୍ୟୁକ୍ତି । ତାଜମହଲ ବିଷୟରେ ଆପଣଙ୍କ ନିକଟରେ ଆହୁରି କିଛି ଏପରି କଥା ଲୁଚି ରହିଥିବ ତାହା ଆପଣ ଜାଣି ମଧ୍ଯ ନଥିବେ । ଆମେ ତାଜମହଲ ବିଷୟରେ ଏପରି ୪ଟି କଥା କହିବୁ ପ୍ରଥମ କଥା ସିମେଣ୍ଟର ଆବିଷ୍କାର ୧୮୨୪ ମସିହାରେ ଜସେଫ ନାମକ ଗୋଟିଏ ଇଂଲଣ୍ଡରେ ରହିଥିବା ବ୍ୟକ୍ତିଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା । ହେଲେ ତାଜମହଲ ର କାମ ୧୬୩୧ ମସିହାରେ ଆରମ୍ଭ ହୋଇ ୧୬୪୮ ମସିହାରେ ଶେଷ ହୋଇଥିଲା ହେଲେ ତାଜମହଲ ବିନା କୌଣସି ସିମେଣ୍ଟରେ ତିଆରି ହୋଇଛି ।
ଏହାକୁ ଅନେକ ସେମି ପ୍ରିସିଓନ୍ସ ଟର୍ନ ର ବ୍ୟବହାର କରି ବନା ହୋଇଛି । ଓକିକ୍ , ୟମ୍ନାଇଟ, ଫିରୋଜା , ଲାଜୱର୍ଡ , ମୁଙ୍ଗା , ସୁଲମିଆନା , ଲାହେଶନିଆ ଏହି ସବୁକୁ ଚିକ୍କଣ ମାଟି , ଗୁଡ଼ ଓ ଯାଇ ରାଶି ଗୁଡ଼ିକ ର ବ୍ୟବହାର କରିବା ପରେ ତାଜମହଲ ବନା ହୋଇଥିଲା । ଯମୁନା ନଦୀ ରହିବା ପଛରେ ତାଜମହଲ ର ମୁଖ୍ୟ ଭୂମିକା ରହିଛି ନ ହେଲେ ତାଜମହଲ ରହିବ ନାହିଁ । ସେହି ସମୟରେ ତାଜମହଲ ବନାଇବା ପାଇଁ ୪ ହଜାର କୋଟି ଟଙ୍କା ବ୍ୟବହାର ହେଉଥିବା ସମୟରେ ଏବେ ୭୦୦ କୋଟି ଟଙ୍କା ଏହାର ମୂଲ୍ୟ । ତାଜମହଲ ରେ ଲାଇଟ୍ ନଥିବାର କାରଣ ଏଥିରେ ପୋକ ଜୋକ ବସି ସବୁ ସୌଦର୍ୟ୍ଯ ତାଜମହଲର ନଷ୍ଟ କରିଦେବେ ।