ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲକୁ ବର୍ତ୍ତମାନ ନୂଆ ଏକ ସ୍ପନ୍ସର ମିଳିଛି। ଆଇପିଏଲର ଟାଇଟଲ ସ୍ପନ୍ସର ହେଲା ପରିବର୍ତ୍ତନ। ବର୍ତ୍ତମାନ ଚାଇନିଜ ମୋବାଇଲ କମ୍ପାନୀ ଭିଭୋର ସ୍ଥାନ ଦେଶର ଅଗ୍ରଣୀ କମ୍ପାନୀ ଟାଟା ନେବ। ଭିଭୋ ବଦଳରେ ବିସିସିଆଇ ଟାଟାକୁ ବାଛିଲା। ଅର୍ଥାତ ଏଥର ଆଇପିଏଲରୁ ଭାରତ ଭିଭୋର ସ୍ପନ୍ସରକୁ ହଟାଇ ଦେଇଛି, ଯାହାଫଳରେ ଭିଭୋ ଆଉ ଆଇପିଏଲର ଟାଇଟଲ ସ୍ପନ୍ସର ହେବନାହିଁ। ଆଗାମୀ ଆଇପିଏଲ ସଂସ୍କରଣରେ ଟାଟା ନେବ ଆଇପିଏଲର ଟାଇଟଲ ସ୍ପନ୍ସର।
ଚାଇନିଜ କମ୍ପାନୀ ଭିଭୋ ୨୦୧୮ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଆଇପିଏଲର ଟାଇଟଲ ସ୍ପନ୍ସରଶିପ ପାଇଁ ବିସିସିଆଇ ସହ ୨ ହଜାର ୨ ଶହ କୋଟି ଟଙ୍କାର ଡିଲ କରିଥିଲା। କିନ୍ତୁ ୨୦୨୨ ମଶିହାରେ ଗାଲୱାନ ଘାଟିରେ ଭରତ ଏବଂ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଏହା ବିବାଦର ରୂପ ନେଇଥିଲା। ଭାରତ, ଚାଇନା ଛକାପଞ୍ଝା ପାଇଁ ପୂର୍ବରୁ ବର୍ଷେ ପାଇଁ ବାଦ ପଡିଥିଲା ଭିଭୋ। ୨୦୨୦ ମସିହାରେ ଆଇପିଏଲର ସ୍ପନ୍ସରଶିପ ଡ୍ରିମ୧୧କୁ ଦିଆଯାଇଥିଲା।
ବର୍ତ୍ତମାନ ଏହି ସ୍ପନ୍ସରଶିପକୁ ଟାଟା କମ୍ପାନୀକୁ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ ବିସିସିଆଇ ଏହି ନିଷ୍ପତ୍ତି ନେଇଛି। କିନ୍ତୁ ଟାଟା କମ୍ପାନୀ ସହିତ କେତେ ଟଙ୍କାର ଡିଲ ହୋଇଛି ତାହା ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭାରତର ସବୁଠାରୁ ବଡ ଏବଂ ଭରସାଯୋଗ୍ୟ କମ୍ପାନୀ ଟାଟା ସ୍ପନ୍ସରଶିପ ପାଇଁ ଆଗ୍ରହୀ ଥିବା କାରଣରୁ ବିସିସିଆଇ ସମ୍ପାଦକ ଜୟ ଶାହା ଖୁସି ବ୍ୟକ୍ତ କରିଛନ୍ତି।
୨୦୨୨ ମସିହାରେ ହେବାକୁ ଥିବା ଆଇପିଏଲରେ ଆଉ ଭିଭୋ ଆଇପିଏଲ ନୁହେଁ ବରଂ ‘ଟାଟା ଆଇପିଏଲ ୨୦୨୨’ ନାମରେ ଜଣାଯିବ। ଗତବର୍ଷ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସୀମାକୁ ନେଇ ବିବାଦ ଉପୁଜିଥିଲା। ଆଉ ସେବେ ଠାରୁ ଭିଭୋ ଠାରୁ ଟାଇଟଲ ରାଇଟ୍ସ ହଟିପାରିନଥିଲା। ଆଇପିଏଲର ଚେୟାରମ୍ୟାନ ବିଜେଶ ପଟେଲ ନ୍ଯୁଜ ଏଜେନ୍ସିଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି। ଯାହାକୁ ଆଇପିଏଲର ଗଭର୍ଣ୍ଣିଂ କାଉନସିଲ ବୈଠକରେ ଏହା ନିଷ୍ପତ୍ତି ହୋଇଛିଯେ ବର୍ତ୍ତମାନ ଠାରୁ ଭିଭୋ ବଦଳରେ ଏହି ଟାଇଟଲ ସ୍ପନ୍ସର ଟାଟା ଗ୍ରୁପକୁ ଦିଆଯିବ।
ବିସିସିଆଇକୁ ଭିଭୋ କମ୍ପାନୀ ଆଇପିଏଲର ଟାଇଟଲ ସ୍ପନ୍ସରଶିପ ପାଇଁ ପ୍ରତ୍ଯେକ ବର୍ଷ ୪୪୦ କୋଟି ଟଙ୍କା ଦେଉଥିଲା। କିନ୍ତୁ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ଚାଇନିଜ କମ୍ପାନୀ ଭିଭୋକୁ ହଟାଇଦିଆଯାଉ ବୋଲି ବିଭିନ୍ନ ମହଲରେ ଦାବି ହୋଇଥିଲା। ଚଳିତ ବର୍ଷ ଏହିପରି ଦାବୀକୁ ହଟାଇ ଦିଆଯାଇଛି।