ଏହି ଜାଗାରେ ମାତ୍ର ୨୨ ଟଙ୍କାରେ ମିଳନ୍ତି ଯୁବତୀ,ପୁରା ଘଟଣା ଜାଣିଲେ ଚକିତ ହୋଇଯିବେ !

କୁହାଯାଇଥାଏ ମଣିଷ ଜନ୍ମ ହେଉଛି ସବୁଠାରୁ ଶ୍ରେଷ୍ଠ, କାରଣ କେବଳ ମଣିଷକୁ ହିଁ ଭଗବାନ ଭଲ ମନ୍ଦ ବିଚାର କରିବାର ଶକ୍ତି ଦେଇଥାଆନ୍ତି, ବୁଦ୍ଧି ଦେଇ ଥାଆନ୍ତି। ଏହା ଦ୍ୱାରା ମଣିଷ ବିଚାର କରିପାରିଥାଏ ଯେ କେଉଁ କାର୍ଯ୍ୟଟି ଠିକ୍ କେଉଁ କାର୍ଯ୍ୟଟି ଭୁଲ୍, କେଉଁ କାର୍ଯ୍ୟଟି କରିବା ଉଚିତ୍ କେଉଁ କାର୍ଯ୍ୟଟି କରିବା ଅନୁଚିତ୍। ତେବେ ମଣିଷକୁ ବଞ୍ଚିବା ପାଇଁ ତିନୋଟି ଜିନିଷ ଅତ୍ୟାବଶ୍ୟକ ହୋଇଥାଏ

ତାହା ହେଉଛି ରହିବା ପାଇଁ ବାସଗୃହ, ପିନ୍ଧିବା ପାଇଁ ବସ୍ତ୍ର ଏବଂ ଖାଇବା ପାଇଁ ଖାଦ୍ୟ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏବେବି ଏପରି ସ୍ଥାନ ରହିଛି ଯେଉଁଠାରେ କି ଲୋକମାନେ ଖାଇବାକୁ ପାଉନାହାନ୍ତି । ଖାଦ୍ୟ ଖାଇବା ପାଇଁ ସେମାନେ ଏପରି କାର୍ଯ୍ୟ କରୁଛନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ଆଫ୍ରିକୀୟ ଦେଶ ଅଙ୍ଗୋଲାରେ ଏପରି ଘଟଣା ଶୁଣିବାକୁ ମିଳିଛି ଯେ ପେଟର ଭୋକ ମେଣ୍ଟାଇବା ପାଇଁ ମାତ୍ର ୨୨ ଟଙ୍କାରେ ମହିଳା ମାନେ ଦେହ ବେପାର କରୁଛନ୍ତି ଓ କିଛି ଭଲ ଅବସ୍ଥାରେ ଥିବା ଝିଅ ମାନେ ୭୦-୮୦ ଟଙ୍କାରେ ଦେ‌ହ ବେପାର କରୁଛନ୍ତି ।ଏ ଘଟଣା ଶୁଣିବା ପରେ ହୁଏତ ଆପଣଙ୍କୁ ବିଶ୍ୱାସ ନଲାଗି ପାରେ , କିନ୍ତୁ ଏହି ଘଟଣାଟି ସତ ।

ଗୋଟିଏ ରିପୋର୍ଟ ଅନୁଯାୟୀ, ୱାର୍ଲ୍ଡ ଭିଜନ୍ କହିଛନ୍ତି ଯେ ଅଙ୍ଗୋଲାରେ କେବଳ ଭୋକ ଦାଉରୁ ଜୀବନ ରକ୍ଷା ପାଇବାକୁ ଝିଅ ମାନେ ନିଜ ଇଜ୍ଜତକୁ ମାତ୍ର ୨୦-୩୦ ଟଙ୍କାରେ ବିକ୍ରି କରି ଦେହ ବେପାର କରୁଛନ୍ତି। ୱାର୍ଲ୍ଡ ଭିଜନ୍ କହିଛି ଯେ ସେମାନଙ୍କ କର୍ମଚାରୀମାନେ ଗୋଟିଏ ସର୍ଭେ କରିଥିଲେ , ଯେଉଁଥିରେ ଅଙ୍ଗୋଲା ଏବଂ ଜିମ୍ବାୱେରେ ଦେହ ବ୍ୟବସାୟ ସଂଖ୍ୟା ବହୁତ ପରିମାଣରେ ବୃଦ୍ଧି ଘଟିଛି ତା ସହିତ ବାଲ୍ୟ ବିବାହ ପ୍ରତିଶତ ମଧ୍ୟ ବଢ଼ିବାରେ ଲାଗିଛି।

ଜିମ୍ବାୱେ ବିଷୟରେ କେୟାର ଇଣ୍ଟରନ୍ୟାସନାଲ ସଂଗଠନ ଏହା ମଧ୍ୟ ଏହିପରି କିଛି ତଥ୍ୟ ରଖି କହିଛି କି ମାତ୍ର ୧୪ ବର୍ଷ ବୟସର ବାଳିକାମାନେ ଦେହ ବ୍ୟବସାୟ କରୁଛନ୍ତି ଓ ସବୁଠାରୁ ଆଶ୍ଚର୍ଯ୍ୟକର କଥା ଯେ ମାତ୍ର ୨୦ ଟଙ୍କାରେ ଦେହ ବ୍ୟବସାୟ ଚାଲିଛି। ଏପରି ହେବାର ପ୍ରମୁଖ କାରଣ ହେଉଛି ଏଠାକାର ଗରିବୀ ଏବଂ ଏଠାରେ ଦିନକୁ ଦିନ କାମୁଥିବା ଖାଦ୍ୟ ପଦାର୍ଥ ଉତ୍ପାଦନ ।ଗୋଟିଏ ରିପୋର୍ଟ ଅନୁସାରେ ୧୯୮୧ ମସିହା ପରଠାରୁ ଆଫ୍ରିକାର ଅନେକ ସ୍ଥାନରେ ସର୍ବନିମ୍ନ ବର୍ଷା ହୋଇଛି

ଯାହାଫଳରେ ଖାଦ୍ୟ ପଦାର୍ଥ ଉତ୍ପାଦନ କମିଯାଇଛି । ମିଳିତ ଜାତିସଂଘ ଏହା ପଛରେ ଜଳବାୟୁ ପରିବର୍ତ୍ତନକୁ ହିଁ ଦାୟୀ କରିଛି। ଜାମ୍ବିଆ, ମାଡାଗାସ୍କର, ନାମିବିଆ, ଲେସୋଥୋ ଏବଂ ଇସୱାଟିନି ଭଳି ଆଫ୍ରିକୀୟ ଦେଶ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ଖୁବ ପ୍ରଭାବିତ ହୋଇଛନ୍ତି , ଯାହାଫଳରେ ସେଠାକାର ଯୁବତୀ ମାନେ ପେଟକୁ ଖାଦ୍ୟ ଦେବା ପାଇଁ ଏଭଳି ବ୍ୟବସାୟ ଆପଣେଇଛନ୍ତି ।

Leave a Reply

Your email address will not be published. Required fields are marked *