ସୁପରଷ୍ଟାର ମାନେ ସବୁବେଳେ ନିଜର କିଛି ନା କିଛି କଥାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। କଳାକାର ମାନଙ୍କର ପ୍ରଶଂସକ ମାନେ ସବୁବେଳେ ସେମାନଙ୍କର ମନ ପସନ୍ଦ କଳାକାରଙ୍କର ରିଏଲ୍ ଲାଇଫ୍ ସମ୍ପର୍କରେ ଜାଣିବାକୁ ଇଛୁକ ଥାଆନ୍ତି। ସେମାନଙ୍କର ନୀତିଦିନିଆ ଜୀବନରେ ଟିକେ କିଛି ହୋଇଗଲେ ବି ତାହା ଚର୍ଚ୍ଚାର ବିଷୟ ପାଲିଟି ଯାଏ।
ତେବେ କଳାକାର ମାନେ ନିଜର ଲାଇଫ୍ ଷ୍ଟାଇଲ୍, ନିଜର ଡ୍ରେସ୍ କୋର୍ଟ, ନିଜର ଫିଟନେସ୍ ଆଦିକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ହେଲେ ଏହି କରୋନା ପରଠାରୁ ସୁପରଷ୍ଟାର ମାନଙ୍କର ମୃତ୍ୟୁର ଖବର ଅଧିକ ଆସୁଛି, ଏଥିପାଇଁ ମଧ୍ୟ ସିନେ ଜଗତ ବହୁତ ଚର୍ଚ୍ଚାରେ ରହୁଛି। କରୋନା ପରଠାରୁ ହିଁ ଅନେକ ସୁପରଷ୍ଟାର କରୋନା ହେଉ ବା ଆଉ ଅନେକ କାରଣରୁ ମୃତ୍ୟୁବରଣ କରୁଛନ୍ତି, ଏହି ଖବର ଧିରେ ଧିରେ ସିନେ ଜଗତକୁ ଅନେକ ଭାଙ୍ଗି ମଧ୍ୟ ଦେଉଛି।
ସିନେ ଜଗତର ଅନେକ ବଡ ବଡ କଳାକାର ମାନଙ୍କର ମୃତ୍ୟୁ ଯୋଗୁଁ ସିନେ ଜଗତର ଆଉ ଅନେକ କଳାକାର ଭାଙ୍ଗି ପଡୁଛନ୍ତି, ସେମାନେ କହୁଛନ୍ତି ସିନେ ଇଣ୍ଡଷ୍ଟ୍ରିର ମାଇଲ ଖୁଣ୍ଟ ସବୁ ଚାଲି ଯାଉଛନ୍ତି। ଏହି କିଛିଦିନ ଓଲିଉଡ୍ ର ମଧ୍ୟ ଅନେକ ବଡ ବଡ କଳାକାର, ସିଙ୍ଗର୍, କମେଡିଆନ୍ ଆଦି କରୋନା ଦ୍ୱାରା ହେଉ ବା ଆଉ କିଛି କାରଣରୁ ମୃତ୍ୟୁବରଣ କରୁଛନ୍ତି। ଗତ କାଲି ମଧ୍ୟ ଆଉ ଏକ ଦୁଃଖଦ ଖବର ଆସି ପହଁଞ୍ଚିଛି, ଯାହାକି ସାରା ଓଲିଉଡ୍ ଇଣ୍ଡଷ୍ଟ୍ରି କୁ ଦୋହଲାଇ ରଖି ଦେଇଛି।
ବହୁତ ଦିନ ଧରି ରୋଗରେ ପୀଡିତ ଥିବା ମିହିର ଦାସ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ଘରଲୋକ ତଥା ଡାକ୍ତରଙ୍କ କହିବା ଅନୁଯାୟୀ, ମଝିରେ ମଝିରେ ତାଙ୍କର ଦେହ ବହୁତ ଖରାପ ହୋଇ ଯାଉଥିଲା ଏବଂ ପରେ ରିକୋଭରି ମଧ୍ୟ ହୋଇ ଯାଉଥିଲା। ହେଲେ ଗତକାଲି ତାଙ୍କର ଦେହ ବହୁତ ଖରାପ ହୋଇ ଯାଇଥିଲା ଏବଂ ଆଉ ରିକୋଭରି ହୋଇ ପାରିନଥିଲା, ଏବଂ ସେ କାଲି ନିଜର ଶେଷ ନିଃଶ୍ୱାସ ତ୍ୟାଗ କରି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି
ତାଙ୍କର ମୃତ୍ୟୁ ପରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ମୃତ୍ୟୁ ପୂର୍ବରୁ ସମସ୍ତଙ୍କୁ କିଛି କହିଛନ୍ତି। ତେବେ ଆସନ୍ତୁ ଜାଣିବା ସେ କଣ କହିଥିଲେ, ସେ କହିଥିଲେ, “ ମୋ ଆଚାରଣ ଯଦି କାହା ଭାବନାକୁ ଆଘାତ ଦେଇଛି, ତେବେ ମୁଁ ବିନମ୍ରତାର ସହ କ୍ଷମା ପ୍ରାର୍ଥନା କରୁଛି।
କିନ୍ତୁ ଏଭଳି ପାଗଳାମି, ଭୟଙ୍କର ମୂର୍ଖାମି ମୁଁ କରି ନାହିଁ, ଯଦି ଦର୍ଶକେ, ଲୋକେ ଯେଉଁ ମାନଙ୍କୁ ମୁଁ ଚଳନ୍ତି ପ୍ରତିମା ବୋଲି ଭାବେ ସେମାନଙ୍କୁ ଯଦି ଆଘାତ ଦେଇଛି, ସେମାନଙ୍କୁ ଯଦି ଦୁଃଖ ଦେଇଛି ତେବେ ମୋର କ୍ଷମା ପ୍ରାର୍ଥନା କରିବା କିଛି ଲଜ୍ଜାଜନକ କଥା ନୁହେଁ, ମୋ ପାଇଁ ତାହା ଗର୍ବର କଥା ହେବ। ”