ଏହି ୪ଟି କାରଣ ପାଇଁ ବଢ଼ିଯାଇଥାଏ ଆପଣଙ୍କ ପେଟ ! ଜାଣନ୍ତୁ ସମସ୍ତ କାରଣ ଓ ଆଉ ଏଥିପାଇଁ ଆପଣଙ୍କୁ କଣ କରିବାକୁ ପଡିବ

ବର୍ତ୍ତମାନର ରନ୍-ଅଫ୍ ମିଲ୍ ଜୀବନରେ ବ୍ୟସ୍ତ ଜୀବନଶୈଳୀ ହେତୁ ଆଜିକାଲି ପେଟର ସମସ୍ୟା ଅତି ସାଧାରଣ ହୋଇଗଲାଣି । କାରଣ ବଢୁଥିବା ପେଟ ଲୋକର ବ୍ୟକ୍ତିତ୍ୱକୁ ନଷ୍ଟ କରିଦେବା ସହ ପେଟ ବଢିବା କାରଣରୁ ଲୋକଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖା ଯାଇଥାଏ । ତାଛଡା ଅଫିସରେ କ୍ରମାଗତ ବସିବା କିମ୍ବା ଖାଇବା ପିଇବାରେ ଅସାବଧାନତା ହେତୁ ପେଟରେ ଚର୍ବି ଜମା ହେବା ଆରମ୍ଭ କରିଥାଏ । ଏହା କେବଳ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇନଥାଏ ବରଂ ଅନେକ ରୋଗର ଆଶଙ୍କା ମଧ୍ୟ ବଢାଇଥାଏ ।

ଆମ ଶରୀରରେ ତୋ ଚର୍ବିର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି । କାରଣ ଏହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ସହିତ ପ୍ରତ୍ୟେକ ଅଙ୍ଗକୁ ଇନସୁଲେଟ୍ କରିଥାଏ । କିନ୍ତୁ ଏହା ଅଧିକ ପରିମାଣରେ ଜମା ହୋଇଗଲେ ସମସ୍ୟା ସୃଷ୍ଟି କରିଥାଏ । ଶରୀରର ଅନ୍ୟ ଅଙ୍ଗ ତୁଳନାରେ ପେଟର ଚର୍ବି ହ୍ରାସ କରିବା ସବୁଠାରୁ କଷ୍ଟକର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ପେଟର ଚର୍ବି ବୃଦ୍ଧି କରିବାର କାରଣ ସମ୍ପର୍କରେ ।

୧. ପ୍ରଥମେ ଏମେ କାରଣଟି କହିବା ମେଟାବୋଲିସମ୍ ସମ୍ବନ୍ଧରେ । ମେଟାବୋଲିସମ୍ ଅର୍ଥ ଖାଦ୍ୟ ପାଚନ ପ୍ରକ୍ରିୟା । ବୟସ ବୃଦ୍ଧି ସହିତ ପ୍ରତ୍ୟେକ ମଣିଷ ଶରୀରରେ ମେଟାବଲିସମ ପ୍ରକ୍ରିୟା ଧୀରେ ଧୀରେ କମ୍ ହୋଇ ଯାଇଥାଏ । ଯାହାକି ପେଟରେ ମେଦ ବୃଦ୍ଧିର ଏକ ପ୍ରମୁଖ କାରଣ ହୋଇଥାଏ । ରିସର୍ଚ୍ଚରୁ ଦେଖାଯାଇଛି କି ଏହି ସମସ୍ୟା ସାଧାରଣତଃ ପୁଅ ମାନଙ୍କ ଠାରୁ ଝିଅ ମାନଙ୍କ ଠାରେ ବେଶୀ ହୋଇଥାଏ ।

୨. ବର୍ତମାନ ବନ୍ଧୁଗଣ ମେଦ ବହୁଳତା ର ଦ୍ଵିତୀୟ କାରଣ ଆମେ କହିବା ଜିନ୍ସ । ଏହାର ଅର୍ଥ କେତେକ କ୍ଷେତ୍ରରେ ମୋଟାପଣ ଜେନେଟିକ୍ ହୋଇଥାଏ । ପିତା ମାତା କିମ୍ବା ପୂର୍ବଜ ମାନଙ୍କ ଠାରୁ ଏହି ଜିନ୍ କାମ କରିଥାଏ । ତେବେ ହରମୋନ୍‌ କ୍ଷରଣର ମାତ୍ରା ତଥା ଜିନ୍‌ ଦ୍ବାରା ପରିଚାଳିତ ପ୍ରକ୍ରିୟାଗୁଡ଼ିକ ଉପରେ ଆମର ବିଶେଷ କିଛି ନିୟନ୍ତ୍ରଣ ନଥାଏ । ସେଥିପାଇଁ ଦେଖାଯାଇଥାଏ ଯେ, କେତେଜଣ ଯଥେଷ୍ଟ ଅଧିକ ପରିମାଣରେ ଖାଦ୍ୟ ଖାଇବା ସତ୍ତ୍ବେ ମୋଟା ହୋଇନଥାନ୍ତି, କିନ୍ତୁ ଆଉ କେତେଜଣ ଅପେକ୍ଷାକୃତ କମ୍‌ ଖାଦ୍ୟ ଖାଇବା ସତ୍ତ୍ବେ ମଧ୍ୟ ମୋଟା ହୋଇଯାଆନ୍ତି ।

୩. ତୃତୀୟରେ ଆମେ କହିବା କ୍ୟାଲୋରୀ । ଶରୀର ପରିଚାଳତ ହେବା ପାଇଁ ତାହାକୁ କ୍ୟାଲୋରିସ୍ର ଆବଶ୍ୟକତା ପଡ଼ିଥାଏ କିନ୍ତୁ ତାହା ମଧ୍ୟ ଏକ ଲିମିଟ୍ ଅନୁସାରେ । ଗୋଟେ ଦିନରେ ଶରୀରକୁ ଯେତିକି ପରିମାଣରେ କ୍ୟାଲୋରୀ ଆବଶ୍ୟକ ସେତିକି ଗ୍ରହଣ କରିବା ଦରକାର । ତା ଠାରୁ ଅଧିକ ଖାଇଲେ ବେଲି ଫ୍ୟାଟ୍ ନିଶ୍ଚିତ ବଢ଼ିବ ।

୪. ଶେଷରେ ଆମେ କହିବା ବଡ଼ି ଫ୍ୟାଟ ଡିଷ୍ଟ୍ରିବ୍ୟୁସନ୍ । ଯାହା ଭି ଆମେ ଖାଉ ସେ ଚର୍ବି ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ଜମା ହୋଇ ଯାଇଥାଏ । ତେବେ ସବୁ ଅଙ୍ଗରେ ସମାନ ଭାବରେ ଜମା ନହୋଇ କେବଳ ପେଟର ତଳ ଭାଗରେ ବେଶୀ ଜମା ହୋଇଯିବ ତେବେ ତାହାକୁ ମେଦ ବହୁଲତା କିମ୍ବା ମୋଟାପଣର ଶିକାର ହୋଇଥିବାର କୁହାଯିବ ।

Leave a Reply

Your email address will not be published. Required fields are marked *